Singh Rashi ଦୁର୍ଗାପୂଜା ପରଠୁଭଲ ସମୟ ଆସିଲା, ସୁବର୍ଣ୍ଣ ସୁଯୋଗ ପ୍ରଚୁର ଧାନ ଲାଭ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଦୁର୍ଗା ପୂଜା ପର ୪୪ ଦିନ ଅର୍ଥାତ୍ ଅକ୍ଟୋବର ମାସରେ ସିଂହ ରାଶିର ବ୍ୟକ୍ତି ପାଇଁ କିପରି ରହିବ ସେହି ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଅକ୍ଟୋବର ମାସରେ ସିଂହ ରାଶିର ଗ୍ରହ ଉପସ୍ଥିତି ବିଷୟରେ କହିବାକୁ ଗଲେ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଗ୍ରହ ଦ୍ଵାଦଶ ଘରେ ରାହୁ ଏବଂ ବୁଧଙ୍କ ସହିତ ବିରାଜମାନ ଅଛନ୍ତି । ଦ୍ୱିତୀୟ ଘରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଏହାବ୍ୟତୀତ ଷଷ୍ଠ ଘରେ କେତୁ ଗ୍ରହ , ଏକାଦଶ ଘରେ ଶନିଦେବ ବିରାଜମାନ ଅଛନ୍ତି । ସ୍ୱାସ୍ଥ୍ୟ ବିଷୟରେ କହିଲେ । ପ୍ରଥମ ଘରେ ଯେଉଁଠି ମଙ୍ଗଳ ବିରାଜିତ ଅଛନ୍ତି ତାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଟେ । ତାହା ଦ୍ଵାଦଶ ଘରେ ବୁଧ ଏବଂ ରାହୁଙ୍କ ସହିତ ଅଛନ୍ତି ।

ରାଶିଚକ୍ରରେ ଦ୍ଵାଦଶ ଘରକୁ ଭଲ ମାନାଯାଏ ନାହିଁ କାରଣ ତାହା ବ୍ୟୟର ଘର ହୋଇଥାଏ । ତେଣୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ରହିବାର ସମ୍ଭାବନା ରହିଛି । ଏହାବ୍ୟତୀତ ସୂର୍ଯ୍ୟ ଏବଂ ଦେବଗୁରୁ ବୃହସ୍ପତିଙ୍କ ସ୍ଥିତି ଉତ୍ତମ ରହିଛି । କେବଳ ମଙ୍ଗଳ ସ୍ଥିତି ଭଲ ନଥିବାରୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ପଞ୍ଚମ ଭାଗ ଶିକ୍ଷାର ଭାଗ ହୋଇଥାଏ । ସୂର୍ଯ୍ୟ ପଞ୍ଚମ ଭାଗରେ ୨୦୨୫ ପର୍ଯ୍ୟନ୍ତ ବିରାଜମାନ ଅଛନ୍ତି । ୨୦୨୫ ପରେ ଦ୍ୱିତୀୟ ଭାଗକୁ ଗଲେ ପରିସ୍ଥିତି ଅଲଗା ହୋଇପାରେ । ୨୦୨୫ ପୂର୍ବରୁ କୌଣସି ନିଷ୍ପତ୍ତି ନେବା ପାଇଁ ଏବଂ ପାଠ ପଢ଼ା ପାଇଁ ସମୟ ଅତ୍ୟନ୍ତ ଭଲ ରହିଛି । ପ୍ରେମ ଜୀବନ ସମ୍ବନ୍ଧରେ କହିବାକୁ ଗଲେ ଏହା ପଞ୍ଚମ ଭାଗ ଅଟେ ଏବଂ ଏହା ସନ୍ତାନ ଭାଗ ମଧ୍ୟ ଅଟେ ।

ଶନିଙ୍କର ଦୃଷ୍ଟି ପଞ୍ଚମ ଭାଗ ଉପରେ ପଡ଼ୁଛି । ମଙ୍ଗଳ ରାହୁ ସହିତ ଥିବାରୁ ଅଙ୍ଗାରକ ଯୋଗ ନିର୍ମାଣ ହେଉଛି । ପ୍ରେମ ସମ୍ବନ୍ଧୀୟ କିଛି ଦ୍ଵନ୍ଦ ଏବଂ ସନ୍ଦେହ ସୃଷ୍ଟି ହୋଇପାରେ । ଆପଣ ଯେତେ ଦୂର ସମ୍ଭବ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ସପ୍ତମ ଭାଗ ବୈବାହିକ ଜୀବନର ଭାଗ ଅଟେ । ସପ୍ତମ ଭାଗର ଅଧିପତି ହେଉଛନ୍ତି ଶୁକ୍ର ଗ୍ରହ । ଏଠାରେ ଶୁକ୍ରଙ୍କ ସ୍ଥିତି ଅତ୍ୟନ୍ତ ଭଲ ଥିବାରୁ ବୈବାହିକ ଜୀବନ ଅତ୍ୟନ୍ତ ଭଲ ରହିବ । କିନ୍ତୁ ଶତ୍ରୁ ଘରେ ବିରାଜମାନ ଥିବାରୁ ଛୋଟ ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ଭାଗ୍ୟ ଏବଂ ବ୍ୟାପାର ବିଷୟରେ କହିଲେ ଏହା ନବମ ସ୍ଥାନରେ ରହିଥାଏ । କ୍ୟାରିଅର ଦଶମ ସ୍ଥାନରେ ରହିଥାଏ । ଏସବୁ କ୍ଷେତ୍ରରେ ଆପଣଙ୍କ ଭାଗ୍ୟ ଅତ୍ୟନ୍ତ ଭଲ ରହିଛି ।

Leave a Reply

Your email address will not be published. Required fields are marked *