ସାବଧାନ୍ , ଆଜି ସନ୍ଧ୍ୟା ସମୟରେ ଆଉ ବୁଲି ପାରିବେନି ମେଢ, ବଦଳଯିବ ପୁରା ପାଗ….

ରାଜ୍ୟରୁ ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ଦୁଇଦିନ ଭିତରେ ଓଡିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ମାଙ୍କ ଭସାଣି ସମୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଯଦି ପାଣପାଗ କଥା ଦେଖିବା ତାହେଲେ ନବରାତ୍ରୀ ସମୟରେ ପାଗ ଶୁଖିଲା ରହିଥିଲେ ହେଁ କିଛିକିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା ।

କେବେଳ ଟ୍ବିନସିଟିର କିଛି ସ୍ଥାନରେ ବର୍ଷା ହୋଇଛି । ତେବେ ଆଜି ରାଜ୍ୟର 7ଟି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ । କିନ୍ତୁ ପ୍ରବଳ କିମ୍ବା ଲଗାଣ ବର୍ଷାର ସମ୍ଭାବନା ନାହିଁ । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବରର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ବେଳେ ବାକି ଅଞ୍ଚଳରେ ପାଗ ଶୁଖିଲା ରହିପାରେ । କିନ୍ତୁ ସୋମବାର କିଛି ସ୍ଥାନରେ ବର୍ଷା ହୋଇପାରେ ।

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଏବଂ ବୁଧବାର ଦକ୍ଷିଁ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *