ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , 9ତାରିଖ ଦିନ ଏତିକି ସମୟରେ ଆସିବା Subhadra ଟଙ୍କା |

ରାଜ୍ୟର ଏକକୋଟି ୨୦ହଜାର ମହିଳା ହିତାଧିକାରୀ ଗତକାଲିସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାରିପଦାଠାରେ ଆସନ୍ତାକାଲି ୩୫ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦାନ କରିବେ । ଯୋଜନାର ଅଫିସିଆଲ ୱେବସାଇଟ୍‍ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରିବା ସହ ଟୋଲ୍‍ଫି ନମ୍ବର-୧୪୬୭୮କୁ ଡାଏଲ କରି ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ହିତାଧିକାରୀ ପାଇପାରିବେ ବୋଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇ ନାହିଁ ସେମାନେ ଆସନ୍ତା ଅକ୍ଟୋବର ୯ ତାରିଖ ଅର୍ଥାତ ଦୁର୍ଗା ପୂଜାରେ ଟଙ୍କା ପାଇବେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବାଣ୍ଟିବେ ଟଙ୍କା ।ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନାହିଁ ସେମାନେ ବ୍ୟସ୍ତ ନହେବା ପାଇଁ ପୂର୍ବରୁ କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମସ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଯିବ ଟଙ୍କା । ଏଥିପାଇଁ ଆଦୌ ବ୍ୟସ୍ତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଜି ପରୀକ୍ଷାମୂଳକ ଭାବେ ଖାତାକୁ ୧ ଟଙ୍କା ଲେଖାଏ ପଠାଇଛନ୍ତି ରାଜ୍ୟ ସରକାର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ସବୁ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ପହଞ୍ଚିବ। ପଞ୍ଜୀକରଣ ପ୍ରକ୍ରିୟା ଏବେ ବି ଜାରି ରହିବା ସହିତ ପର୍ଯ୍ୟାୟ କ୍ରମେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ ହେବ।

ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ। ତେଣୁ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଡିସେମ୍ବର ମାସରେ ଆବେଦନ କଲେବି ପ୍ରଥମ କିସ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ମହିଳା। ରକ୍ଷା ବନ୍ଧନ ପାଇଁ ପ୍ରଥମ କିସ୍ତି ଅର୍ଥ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଯେଉଁ ମାନେ ବି ଆବେଦନ କରିଛନ୍ତି ଯୋଗ୍ୟ ମହିଳାଙ୍କୁ ପର୍ଯ୍ୟାୟ କ୍ରମେ ଟଙ୍କା ପହଞ୍ଚିବ। ତେବେ ଅନେକ ଅଯୋଗ୍ୟ ମହିଳା ବି ସୁଭଦ୍ରା ଟଙ୍କା ପାଇବା ପାଇଁ ଆବେଦନ କରିଛନ୍ତି । କିନ୍ତୁ ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ନିର୍ଦ୍ଧିଷ୍ଟ ବର୍ଗର ମହିଳା ହିଁ ସୁଭଦ୍ରା ଟଙ୍କା ପାଇବେ । ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ନାହିଁ ।

Leave a Reply

Your email address will not be published. Required fields are marked *