ଆଜିର ରାଶିଫଳ 08 ଅକ୍ଟୋବର 2024 ମଙ୍ଗଳବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କୌଣସି କଥା ବୁଝିବାରେ ଭୁଲ ହୋଇପାରେ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଜୀବନସାଥୀ ସହଯୋଗରେ କୌଣସି କାମର ସଫଳତା ପାଇବେ। ଦୁଇ ଚକିଆ ଯାନ ସାବଧାନତାର ସହ ଚଳାନ୍ତୁ।

ବୃଷ ରାଶି ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ।

ମିଥୁନ ରାଶି – ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ଯେଉଁମାନେ ଜମି କିଣିବା ପାଇଁ ଭାବୁଛନ୍ତି ସେମାନଙ୍କୁ ଲାଭର ସଉଦା ମିଳିବ। ଆପଣଙ୍କ ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରହିବେ।

କର୍କଟ ରାଶି – ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ସୁସମ୍ବାଦ ପାଇବେ। ବେକାରଙ୍କୁ ଭଲ ରୋଜଗାରର ସୁଯୋଗ ମିଳିବ। ଚାକିରିଜୀବୀ ଚାକିରି ବଦଳାଇବା ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

ସିଂହ ରାଶି – ସରକାରୀ କାମରେ କୌଣସି ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ସଂଚାର ହେବ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ।

କନ୍ୟା ରାଶି – ଆପଣଙ୍କ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢ଼ାଳି କାମ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘରୋଇ ସାମଗ୍ରୀ କିଣିବା ପାଇଁ ସହରକୁ ଯିବେ।

ତୁଳା ରାଶି – କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି କଥାକୁ ନେଇ ସଂଶୟରେ ଥିଲେ ବନ୍ଧୁଙ୍କୁ ଜଣାନ୍ତୁ ସବୁ ଠିକ୍ ହୋଇଯିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସମସ୍ୟା ଅନ୍ତ ହେବ। ପ୍ରେମ ଜୀବନ ଭଲ ରହିବ।

ବିଛା ରାଶି – ନୂଆ କାର୍ଯ୍ୟ ପାଇଁ ଆଗ୍ରହ ବଢ଼ିବ। ଅର୍ଥ ସମ୍ବନ୍ଧୀୟ ବିଷୟରେ ଆପଣଙ୍କୁ ସଫଳତା ମିଳିବ। କୌଣସି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ। ପରିବାରରେ ଖୁସିର ଆଗମନ ହେବ।

ଧନୁ ରାଶି – ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ମକର ରାଶି – କାରବାର ଦ୍ରୁତଗତିରେ ବୃଦ୍ଧି ହେବ। କମିସନି କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ହେବ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଛାତ୍ରଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ।

କୁମ୍ଭ ରାଶି – ନୂଆ ବିଚାର ଆସିବ। ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଏକାଗ୍ରତାରେ କରୁଥିବା କାମର ସଫଳ ହେବେ। ଚାକିରିଜୀବୀଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା। ‌

ମୀନ ରାଶି – ଆପଣଙ୍କର ସକାରାତ୍ମକ ଚିନ୍ତା ଆପଣଙ୍କୁ ଲାଭ ଦେବ। ବ୍ୟବସାୟୀଙ୍କୁ ନୂଆ ଉତ୍ସ ମିଳିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ। କୋର୍ଟ କଚେରି ମାମଲାରେ ଆରାମ ପାଇବେ।

Leave a Reply

Your email address will not be published. Required fields are marked *