ବାଇକ ଧରି ଘରକୁ ଫେରୁଥିଲୁ ବ୍ୟବସାୟୀ, ବନ୍ଧୁକଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ଗ୍ରାମରେ ସଶସ୍ତ୍ର ଡକାୟତି ଘଟିଛି । ୪ ଜଣ ଡକାୟତ କଳା ରଙ୍ଗର ଆପାଚି ଧରି ଆସିଲେ ଆଉ ଆସୁ ଆସୁ ଗୃହକର୍ତ୍ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଲେ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପାର ଗହଣା । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଗ୍ରାମର ସୁନା ଗହଣା ବ୍ୟବସାୟୀ ପବିତ୍ର ଦାସଙ୍କ ଘରେ ଏଭଳି ଡକାୟତି ଘଟିଛି ।

ପବିତ୍ରଙ୍କ ଛେନାପଦି ଛକରେ ଏକ ଗହଣା ଦୋକାନ ରହିଛି । ମଙ୍ଗଳବାର ରାତି ଗୋଟାଏ ବେଳେ ଡକାୟତମାନେ ଝରକା ଗ୍ରୀଲ ତାଡି ଘର ଭିତରକୁ ପଶି ପବିତ୍ର ଓ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇ ୨୦୦ଗ୍ରାମର ସୁନା ଓ ୭ କିଲୋରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଆଦି ଲୁଟି ନେଇଥିଲେ । ଏପରିକି ଘରୁ ଗୋଟିଏ ଏଲ.ଇ.ଡି. ନେବା ସହିତ ଘରେ ଥିବା ମିଠା ଖାଇବା ସହିତ ଚା ଦେବାକୁ ବାଧ୍ୟ କରିଥିଲେ ।

ଗତ ଦେଢ଼ ବର୍ଷ ତଳେ ପବିତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ୧୭ଲକ୍ଷ ଟଙ୍କାର ଗହଣା ଲୁଟିନେଇଥିଲେ । ଖବର ପାଇ ବୁଧବାର ସକାଳୁ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *