ଆଜିର ରାଶିଫଳ 03 ଅକ୍ଟୋବର 2024 ଗୁରୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆପଣଙ୍କ କଥା କହିବା କଳା କୌଶଳ ଦ୍ବାରା ନିଜର କଥାକୁ ଲୋକମାନଙ୍କୁ ବୁଝାଇବାରେ ସକ୍ଷମ ହେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଜୀବନସାଥୀ ସହିତ ସମ୍ବନ୍ଧ ଭଲ ହେବ। ‌

ବୃଷ ରାଶି – ଆର୍ଥିକ ମାମଲାରେ ପାଖ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଅଫିସରେ ଆପଣଙ୍କୁ ମନ ପସନ୍ଦର କାମ ଦିଆଯାଇପାରେ। ‌

ମିଥୁନ ରାଶି – ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ । କୌଣସି ସମ୍ମାନଜନକ ଲୋକଙ୍କ ସହିତ ମିଶିବାର ମଉକା ପାଇପାରନ୍ତି। ଘର ତିଆରି ପାଇଁ ଯୋଜନା କରିପାରନ୍ତି। ଘରକୁ କୁଣିଆ ଆସିବେ। ‌

କର୍କଟ ରାଶି – କାମକୁ ଭଲଭାବେ କରିବା ଲାଗି ଦିନଟି ଭଲ। କୌଣସି ମଞ୍ଚରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ସିଂହ ରାଶି – ଅଫିସରେ କତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ବନ୍ଧର ମଧୁରତା ବଢ଼ିବ।

କନ୍ୟା ରାଶି – ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ନୂଆ କାମ କରିବାକୁ ଅତି ଉତ୍ସୁକ ଥିଲେ ନୂଆ କଳାକୌଶଳ ଶିଖିବାକୁ ପ୍ରୟାସ କରନ୍ତୁ। ଜୀବନସାଥୀ ଆପଣଙ୍କୁ ମନ ପସନ୍ଦ ବ୍ୟଞନ ତିଆରି କରି ଖୁଆଇବେ।

ତୁଳା ରାଶି – ବହୁତ ଭଲ ପରିଣାମ ଲାଗି ଆପଣଙ୍କ ଉପରେ ଭରସା ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ କୌଣସି ଲୋକ ସହ ମତଭେଦ ହେବ। ଶିକ୍ଷାର୍ଥୀ ପରିଶ୍ରମର ସଫଳତା ପାଇବେ।

ବିଛା ରାଶି – ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

ଧନୁ ରାଶି – ନୂଆ କାମ ଆରମ୍ଭ କରିବା ପାଇଁ ଧ୍ୟାନକେନ୍ଦ୍ରୀତ କରନ୍ତୁ। ସୁଯୋଗକୁ ହାତଛଡ଼ା କରନ୍ତୁନାହିଁ। ବେପାରରେ ଗତି ବୃଦ୍ଧି ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ମକର ରାଶି – ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧ ଉପରକୁ ଆସିପାରେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କୁମ୍ଭ ରାଶି – ମନେଯୋଗରେ କାମ କରନ୍ତୁ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ବାଂଛିତ ଲାଭ ମିଳିପାରେ। ନବବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ମୀନ ରାଶି – ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ପରିବାର ଓ ବନ୍ଧୁ ସହିତ ଭଲ ତାଳମେଳ ରହିବ। ଅଫିସର ଲୋକ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

Leave a Reply

Your email address will not be published. Required fields are marked *