କ’ଣ ଆପଣ ଜାଣିଛନ୍ତି Draupadi ଙ୍କ ଜନ୍ମ ର ରହସ୍ୟ ବିଷୟରେ ? ଆସନ୍ତୁ ଜାଣିବା |

ଦ୍ୱାପର ଯୁଗର ହୋଇଥିବା  ମହାଭାରତ ଯୁଦ୍ଧରେ ଭାଗ ନେଇଥିବା ପ୍ରତ୍ୟକ ଚରିତ୍ରଙ୍କର ଜନ୍ମ ପଛରେ ଏକ ଏକ ସ୍ୱତନ୍ତ୍ର କାହାଣୀ ରହିଛି ।  ସେ  ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ କି ଦ୍ରୋଣ ପୁତ୍ର ଅଶ୍ୱତ୍ଥମା, ସମସ୍ତଙ୍କ ଜନ୍ମ ବୃତ୍ତନ୍ତ ଅତ୍ୟନ୍ତ ରହସ୍ୟ ମୟ ।  ବିଶ୍ୱାସ ରହିଛି ଯେ ଧର୍ମର ଜୟ ପାଇଁ ହିଁ  ସ୍ୱୟଂ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧର ସଂରଚନା  କରିଥିଲେ । ଏହି ସମୟରେ ବହୁ କମ ଚରିତ୍ରଙ୍କ ଜନ୍ମ ଏଠାରେ ସାଧାରଣ ଭାବେ ହୋଇଥିଲା । ଆସନ୍ତୁ ଜାଣିବା କିଛି ବିଶିଷ୍ଟ ଚରିତ୍ରଙ୍କ ଜନ୍ମର ରହସ୍ୟ  । ରାଜା ବିଚିତ୍ରବୀର୍ଯ୍ୟଙ୍କର ଦୁଇ ପତ୍ନୀ ଥିଲେ । ଜଣେ  ଅମ୍ବିକା ଆଉଜଣେ  ଅମ୍ବାଳିକା । ବହୁ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କର କୌଣସି  ସନ୍ତାନ ହୋଇନଥିଲେ  । ତେଣୁ ସତ୍ୟବତୀ ନିଜ ପୁତ୍ର ଋଷି  ବେଦବ୍ୟାସଙ୍କୁ ଏହାର ସମାଧାନ କରିବାକୁ କହିଥିଲେ ।

ମାତାଙ୍କ ଆଜ୍ଞା ପାଳନ କରି ଋଷି  ସେହି ଦୁଇ ରାଣୀଙ୍କୁ  ତାଙ୍କ ସାମ୍ନାରେ ଉଲଗ୍ନ ଅବସ୍ଥାରେ ଚାଲିବାକୁ କହିଥିଲେ । ଏହା ଦ୍ୱାରା ସେମାନଙ୍କର ନିଶ୍ଚିତ ସନ୍ତାନ ପ୍ରାପ୍ତି ହେବ ବୋଲି ଭରସା ମଧ୍ୟ ଦେଇଥିଲେ  । ପ୍ରଥମେ ବଡ଼ ରାଣୀ ଅମ୍ବିକା  ଋଷିଙ୍କ ସାମ୍ନାକୁ ଯାଆନ୍ତେ ରୁଷିଙ୍କ ତେଜକୁ ସହ୍ୟ କରି ନପାରି ନିଜ ଆଖି ବନ୍ଦ କରି ଦେଇଥିଲେ । ପରେ ଦ୍ୱିତୀୟ ରାଣୀ ଅମ୍ବାଳିକା ଋଷିଙ୍କ ସାମ୍ନାକୁ ଯାଆନ୍ତେ ତପସ୍ୱୀଙ୍କୁ ଦେଖି ଅତ୍ୟନ୍ତ ଭୟ ଗ୍ରସ୍ତ ହୋଇ ନିଜେ ସମ୍ପୂର୍ଣ ରୂପେ ହଳଦିଆ ପଡ଼ି ଯାଇଥିଲେ । ପରେ ଋଷି ମାତାଙ୍କୁ ଏସମ୍ପର୍କରେ ସୂଚନା ଦିଆଗଲା ଯେ ଅମ୍ବିକାଙ୍କ ପୁତ୍ର ଅନ୍ଧ ହୋଇ ଓ ଅମ୍ବାଳିକାଙ୍କ ପୁତ୍ର ରୋଗଗ୍ରସ୍ତ  ହୋଇ ଜନ୍ମ ହେବେ । ପରେ ସତ୍ୟବତୀ ଅମ୍ବିକାଙ୍କୁ ପୁନଶ୍ଚ  ବ୍ୟସଦେବଙ୍କ ସମ୍ମୁଖକୁ  ଯିବାକୁ  କହିଥିଲେ ।

ହେଲେ ଡରରେ ରାଣୀ ନିଜେ ନଯାଇ  ନିଜ ଦାସୀଙ୍କୁ ପଠାଇ   ଥିଲେ । କିନ୍ତୁ ଦାସୀ ଜଣକ  ନିର୍ଭୟ ଓ ନିଦ୍ଦ୍ଵର୍ନ୍ଦ୍ୱରେ ଋଷିଙ୍କ ସାମ୍ନାରେ ବିଚରଣ କରିଥିଲେ । ବ୍ୟାସଦେବ ମାତା ସତ୍ୟବତୀଙ୍କୁ   କହିଲେ କି ଦାସୀଙ୍କ ଠାରୁ ଜନ୍ମିତ ପୁତ୍ର ବେଦ ଓ  ବେଦାନ୍ତରେ ପାରଙ୍ଗମ ହେବ ।  ଅତ୍ୟନ୍ତ ନୀତିବାନ ବ୍ୟକ୍ତି ହେବେ । ତାଙ୍କର ଭବିଷ୍ୟବାଣୀ ଅନୁଯାୟୀ ଅମ୍ବିକାଙ୍କ ଠାରୁ ଧୃତରାଷ୍ଟ୍ର, ଅମ୍ବାଳିକାଙ୍କ ଠାରୁ ପଣ୍ଡୁ  ଏବଂ ଦାସୀଙ୍କ ଗର୍ଭରୁ  ବିଦୁର ଜନ୍ମ ହୋଇଥିଲେ । ଏହି ତିନି ଜଣ  ପରୋକ୍ଷରେ ବ୍ୟାସଦେବଙ୍କ ସନ୍ତାନ ଥିଲେ । ମହାଭାରତ ଯୁଦ୍ଧର କେନ୍ଦ୍ରବିନ୍ଦୁ ଭାବେ ଜଣା ଯାଉଥିବା ଦ୍ରୌପଦୀଙ୍କ ଜନ୍ମ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର । ମହାରାଜା ଦ୍ରୁପଦଙ୍କ ଯଜ୍ଞ କୁଣ୍ଡରୁ ଜାତ ହୋଇଥିବାରୁ ତାଙ୍କୁ ଯାଜ୍ଞସେନୀ କୁହାଯାଏ ।

ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଅପମାନିତ ହୋଇ ଦ୍ରୁପଦ ଜଙ୍ଗଲକୁ ଚାଲି ଯାଇଥିଲେ । ପରେ  ଦୁଇ ମୁନୀ କୁମାରଙ୍କ ପରାମର୍ଶ କ୍ରମେ ଏକ ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞରୁ ହିଁ ଏକ ପ୍ରବଳ ପରାକ୍ରମୀ ପୁତ୍ର ଧୃଷ୍ଟଦ୍ୟୁମ୍ନ ଓ ଏକ କନ୍ୟା ଦ୍ରୌପଦୀ ଜନ୍ମ ନେଇଥିଲେ । ପୁତ୍ର ଜଣକ କବଚ କୁଣ୍ଡଳ ଯୁକ୍ତ ଥିଲେ । ପରେ ପାଣ୍ଡବ ଓ ଦ୍ରୌପଦୀଙ୍କ ଔରସରୁ ପ୍ରତିବିଂଧ, ସୁତ୍ରାସେନ, ସୁତକୀର୍ତ୍ତି, ସତାଣିକ ଓ ସୂତାକର୍ମ ଜନ୍ମ ହୋଇଥିଲେ । ଯେଉଁମାନେ କି ପରବର୍ତୀ ସମୟରେ ଉପ ପଣ୍ଡୁ ଭାବେ ଜଣାଶୁଣା ଥିଲେ ।

Leave a Reply

Your email address will not be published. Required fields are marked *