ଆଜିର ରାଶିଫଳ 02 ଅକ୍ଟୋବର 2024 ବୁଧୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ପରିଶ୍ରମ ଓ ଏକାଗ୍ରତାରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରନ୍ତି। ସନ୍ତାନଙ୍କୁ ପ୍ରତିଷ୍ଠିତ ସଂସ୍ଥାକୁ ପଢ଼ିବା ପାଇଁ ପଠାଇ ପାରନ୍ତି। ଗୃହିଣୀମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ‌

ବୃଷ ରାଶି – ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ବେପାରରେ ଆକସ୍ମିକ ଧନଲାଭ ଯୋଗ ଅଛି। ଚାକିରି ବଦଳାଇବା ପାଇଁ ଭଲ ଦିନଟିଏ। ବୈବାହିକ ଜୀବନରେ ସୁଖୀ ରହିବେ। ଅନଲାଇନି କ୍ଲାସରେ କିଛି ନୂଆ ଶିଖିବାକୁ ପାଇବେ।‌

ମିଥୁନ ରାଶି – ଚାକିରିରେ ଅତ୍ୟଧିକ ସଫଳତା ମିଳିପାରେ। ସହକର୍ମୀଙ୍କର ସହଯୋଗ ପାଇବେ। ଆର୍ଥିକ ବିଷୟରେ ବନ୍ଧୁ ସହ କଥାବର୍ତ୍ତା କରିପାରନ୍ତି। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। ‌

କର୍କଟ ରାଶି – ଆର୍ଥିକ ସ୍ଥିତି ଭଲ ରହିବ। ବେପାରରେ ଲାଭ ଯୋଗ ଅଛି। ଆପଣଙ୍କୁ ନିଜ କୁଟୁମ୍ବର ପୂରା ସହଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ପ୍ରେମ ଜୀବନ ମଧୁର ହେବ।

ସିଂହ ରାଶି – ଆପଣଙ୍କ ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଆର୍ଥିକ ମାମଲାରେ ଆପଣଙ୍କୁ ଭଲ ଲାଭ ମିଳିବ। ତୀର୍ଥ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କର ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।

କନ୍ୟା ରାଶି – ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଯୋଗ ଅଭ୍ୟାସ କରନ୍ତୁ। ପରିଶ୍ରମରେ ସନ୍ତୋଷଜନକ ଫଳ ପାଇବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ। ଅଫିସରେ ସବୁଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ତୁଳା ରାଶି – କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣଙ୍କୁ ମାନ୍ୟତା ମିଳିବ। ଆପଣଙ୍କ ବ୍ୟକ୍ତିତ୍ବର ବିକଶିତ ହେବ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ବିଛା ରାଶି – କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିପାରେ। ପରିବାରରେ କୌଣସି ବଡ଼ ଆୟୋଜନର ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜମି ଓ ଭବନରେ ନିବେଶ ପାଇଁ ଭାବି ପାରନ୍ତି।

ଧନୁ ରାଶି – ଚାକିରିରେ ପଦୋନ୍ନତି ସହ ଆପଣଙ୍କ ମନ ପସନ୍ଦ ଜାଗାକୁ ବଦଳି ହୋଇପାରେ। ଆମଦରନିର ନୂଆ ଉତ୍ସ ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

ମକର ରାଶି – ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ। କାରବାରରେ ଆପଣଙ୍କୁ ପରିଶ୍ରମ ଅନୁସାରେ ଲାଭ ମିଳିବ। ପିଲାମାନଙ୍କ ସହ ବସି ତାଙ୍କ ସମସ୍ୟାର ସମାଧାନ କରିବେ। ‌

କୁମ୍ଭ ରାଶି – କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସାହାସ ଓ ପରାକ୍ରମରେ କିଛି ଏଭଳି କରିବେ ଯାହା ଦ୍ବାରା ଉଚ୍ଚ ଅଧିକାରୀ ଆପଣଙ୍କର ପ୍ରଶଂସା କରିବେ। ବ୍ୟବସାୟୀଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ।

ମୀନ ରାଶି – ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ଅବସର ମିଳିପାରେ। ଆପଣଙ୍କର ମନ ଆଧ୍ୟାତ୍ମିକ ଆଡ଼କୁ ଢ଼ଳି ରହିବ। ବେପାରୀବର୍ଗଙ୍କର ଆମଦାନି ବଢ଼ିବାର ସମ୍ଭାବନା। କୌଣସି କଲ୍ୟାଣୀକାରୀ ଯୋଜନାରେ ଯୋଡ଼ି ପାରନ୍ତି।

Leave a Reply

Your email address will not be published. Required fields are marked *