ଆଜିର ରାଶିଫଳ 01 ଅକ୍ଟୋବର 2024 ମଙ୍ଗଳବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବିଦ୍ୟାର୍ଥୀଙ୍କର ମନଲେଖାପଢ଼ାରେ ଲାଗିବ। ‌

ବୃଷ ରାଶି – ଭାଇ ଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିଜୀବୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। ‌

ମିଥୁନ ରାଶି – ବ୍ୟବସାୟରେ ଧନଲାଭର ଅବସର ପାଇବେ। ଅଫିସରେ କୌଣସି ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମ ଜୀବନ ଭଲ ରହିବ। ‌

କର୍କଟ ରାଶି – ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। କୌଣସି ବିଶେଷ ମାମଲାକୁ ନେଇ ଆପଣଙ୍କ ଚିନ୍ତା ବଦଳି ପାରେ। ଛାତ୍ର ପରୀକ୍ଷାରେ ଭଲ କରିବେ।

ସିଂହ ରାଶି – ଆପଣଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଦରକାର। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ।

କନ୍ୟା ରାଶି – ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସନ୍ଧ୍ୟାରେ କୌଣସି ବନ୍ଧୁ ସହିତ ବସି ଦୀର୍ଘ ସମୟ କଥା ହେବେ। ପୂର୍ବ ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।

ତୁଳା ରାଶି – ଶାନ୍ତ ମନରେ କାମ କଲେ ଯଥେଷ୍ଟ ଲାଭ ପାଇବେ। ଡ଼ାକ୍ତରଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ପ୍ରିୟବନ୍ଧୁ ସହ ମିଶିବାରେ ମଉକା ପାଇବେ। ଋଣ ପରିଶୋଧ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ବିଛା ରାଶି – ଜୀବନରେ କିଛି ପରିବର୍ତ୍ତନ ଲାଗି ମାନସ ମନ୍ଥନ କରିବେ। ଆପଣଙ୍କ କଂପାନିକୁ କୌଣସି ବଡ଼ କଂପାନି ସହ ଡ଼ିଲ୍ କରିବାର ପ୍ରସ୍ତାବ ମଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

ଧନୁ ରାଶି – କୌଣସି ବିଚାରରେ ମଗ୍ନ ରହିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। କିଣାବିକାରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନଜନକ ପଦ ମିଳିବ।

ମକର ରାଶି – ଅର୍ଥ ମାମଲାରେ ଜୀବନସାଥୀଙ୍କୁ ଦରକାର ପଡ଼ିପାରେ। ଚାକିରିରେ ବଦଳିର ସୂଚନା ପାଇବେ। ଖାଦ୍ୟପାନୀୟ ପ୍ରତି ସଚେତ ରୁହନ୍ତୁ। କାର୍ ଚାଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ ରାଶି – ଆପଣଙ୍କ ବ୍ୟକ୍ତିତ୍ବ କୁସୁମ ଭଳି ଚାରିଆଡ଼େ ପ୍ରସାରିତ ହେବ। ଆମଦାନି ବଢ଼ାଇବା ପାଇଁ କୌଣସି ଯୋଜନା ଆପଣଙ୍କ ମସ୍ତିଷ୍କରେ ଆସିବ। ଛାତ୍ର କୌଣସି କାମ ପୂରା କରିବା ପାଇଁ ଅଭିଭାବକଙ୍କ ସାହାଯ୍ୟ ନେବେ।

ମୀନ ରାଶି – ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। କ୍ୟାରିୟରରେ କୌଣସି ବଡ଼ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ସହିତ ଭଲରେ ସମୟ ଅତିବାହିତ କରିବେ।

Leave a Reply

Your email address will not be published. Required fields are marked *