କୁମ୍ଭୀର କେମିତି ଛପି ଛପି ଆସିଲା ଆଉ ଯେମିତି ସବୁ ସାରିଦେଲା, ଯାହାର LIVE ଭିଡ଼ିଓ ଦେଖିଲେ ଚମକି ପଡିବେ |

ରାଜଧାନୀ ରାସ୍ତାରେ କାରରେ ଷ୍ଟଣ୍ଟ ଦେଖାଇବା ସହ ଆତଙ୍କ ଖେଳାଇ ୬ ଗିରଫ । ରାସ୍ତା ଉପରେ ଖାଲି ରଫ ଡ୍ରାଇଭ ନୁହେଁ, ସାପ ପରି ଏଣେତେଣେ ଗାଡି ଯୁଆଡେ ପାରିଲେ ସିଆଡେ ପୁରେଇଲେ । ସ୍ଥିତି ଏମିତି ହେଲା କି କିଛି ସମୟ ପାଇଁ ସେହି ରାସ୍ତାରେ ଯାଉଥିବା ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଗଲା । କେହି ଆତଙ୍କବାଦୀ ସଂଗଠନ ଭୁବନେଶ୍ୱର ସହରକୁ ପଶି ଆସିବା ସହ ରାସ୍ତା ଉପରେ ନରସଂହାର କରିବା ପରି ମନେହେଲା ।

ଆଗରେ ନିଳ ରଙ୍ଗର ପତାକା ଉଡ଼ାଇ ସମସ୍ତଙ୍କୁ ଭୟଭୀତ କରିଦେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସିବା ଆଗରୁ ଯେମିତି ନିଜର ଉପସ୍ଥିତିକୁ ଜାହିର କରୁଥିଲେ ।୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଏହାର ଗୋଟିଏ ଦିନ ପୂର୍ବରୁ ନିଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଯୁବକ ଭୁବନେଶ୍ୱର ଛାତି ଉପରେ ପତାକା ଉଡ଼ାଇ ରଚିଲେ ଆତଙ୍କରାଜ ।

ରାସ୍ତାରେ ଯାଉଥିବା ସାଧାରଣ ଲୋକ ଭୟରେ ଅଟକି ଯାଇଥିଲେ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତା । ଯେଉଁ ରାସ୍ତାରେ ମୋଦୀ ଆସିବେ । ଆଉ ସେହି ରାସ୍ତାରେ କାରକୁ କ୍ଷିପ୍ରଗତିରେ ଚଳାଇବା ସହ ସାପ ଭଳି ରାଜରାସ୍ତାରେ ଏକଡ ସେକଡ କରି ଚଳାଉଥିଲେ ।

ସେମାନଙ୍କ ଡ୍ରାଇଭ ଦେଖି ଭୟଭୀତ ହୋଇପଡିଥିଲେ ଅନ୍ୟ ପଥଚାରୀ ତଥା ଚାଳକ । ସଙ୍ଗେ ସଙ୍ଗେ ସ୍ଥାନୀୟ କିଛି ବୁଦ୍ଧିଜୀବୀ ଏନେଇ କମିଶନରେଟ ପୋଲିସକୁ ଜଣାଇଥିଲେ ଓ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିନେଇଥିଲା ।

Leave a Reply

Your email address will not be published. Required fields are marked *