Maa Mangala କାହାଣୀଙ୍କ ସମ୍ପୂର୍ଣ କାହାଣୀ ଯାହାକୁ ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଧାର୍ମିକ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା। ରାଜ୍ୟର ଅନ୍ୟତମ ଶକ୍ତିପୀଠ କାକଟପୁରର ମଙ୍ଗଳା ମନ୍ଦିରରେ ଷୋଡଶ ପୂଜା ଆରମ୍ଭ ହୋଇଛି । ଆଜି ସୁନା ବେଶରେ ମାଆ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଯାତ୍ରା ଶେଷ ହୋଇଛି ।

ମାଆଙ୍କ ଖଣ୍ଡା ସ୍ଥାପନ ପରେ ଜିଲ୍ଲାର ସମସ୍ତ ଶକ୍ତୀପୀଠରେ ଆରମ୍ଭ ହୋଇଥିବା ପାର୍ବଣ ପୂଜା । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ସୁନାବେଶ । ପୀଠରେ ଷୋଡଶ ଉପଚାର ଆରମ୍ଭ ହୋଇଥିଲା ବେଳେ ସ୍ୱର୍ଣ୍ଣ ଭୂଷଣରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମାଆ ମଙ୍ଗଳା । ପଦ୍ମ କଢିକା, ପୂର୍ଣ୍ଣ ଚନ୍ଦ୍ର, କଟିପଟି, ବେଲପତ୍ରୀ, ମୁକୁଟ, ଗଳାହାର ସହିତ ଅନେକ ସୁବର୍ଣ୍ଣ ଅଳଙ୍କାରକୁ ପାଲିଙ୍କିରେ ନେଇଥିଲେ ସେବାୟତ ।

ମାଆଙ୍କ ଠାରେ ମାନସିକ ପୂରଣ ପରେ ଦୁଇ ଭକ୍ତ ଦାନ କରିଥିବା ସୁନା ଅଳଙ୍କାର ମଧ୍ୟ ମାଆଙ୍କୁ ଭେଟି ଦିଆଯାଇଛି । ସେପଟେ କଳାହାଣ୍ଡି ଜିଲ୍ଲା ଜୁନାଗଡରେ ମାଆ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ପାଳିତ ହୋଇଯାଇଛି । ପୂଜାର୍ଚ୍ଚନା ପରେ ମା ଲଙ୍କେଶ୍ୱରୀଙ୍କ ପାଟଖଣ୍ଡା ଶୋଭାଯାତ୍ରାରେ ବାହାରିଛି ।

ଆଉ ମାଆଙ୍କ ଖଣ୍ଡାକୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ଶହ ଶହ ଶ୍ରଦ୍ଧାଳୁ । ରୀତି ନୀତି ଅନୁସାରେ ସୁନାରୀ ସେବକ ମାଆଙ୍କ ଖଣ୍ଡାକୁ ମାର୍ଜନା କରିଥିଲେ । ଏହାପରେ ମହାରାଜ ଖଣ୍ଡାକୁ ମନ୍ଦିରରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ମାଆ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପରେ ଜିଲ୍ଲୀ ସମସ୍ତ ଦେବୀ ପୀଠରେ ପାର୍ବଣ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *