ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ବେଲ ଗଛ ଗୃହର କେଉଁଠି ଏବଂ କିପରି ରହିଲେ ବାସ୍ତୁ ଦୋଷ ଦୂର ହେବା ସହିତ ଗୃହରେ ଧନର ବର୍ଷା ହୋଇଥାଏ। ବେଲଗଛ ଗୋଟେ ଏମିତି ଗଛ ଯିଏ କି ସମସ୍ତ ସଂସାରରେ ଦୁର୍ଲଭ ଅଟେ। ତାର ଦିବ୍ୟତା, ତାର ଦୁର୍ଲଭତା, ତାର ଔଷଧୀୟ ଗୁଣ ଏବଂ ତାର କ୍ଷମତା ପାଇଁ ସମସ୍ତ ଦେବଦେବୀ ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ ଏବଂ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ଅନୁଯାୟୀ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କ ଅଂଶରୁ ହୋଇଛି। ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିଷୟବସ୍ତୁ।
୧. ବେଲ ଗଛରେ ସାକ୍ଷାତ ଶିବ ଏବଂ ଶକ୍ତିଙ୍କର ବାସ ହୋଇଥାଏ। ବେଲ ପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି ବା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବାସ କରିଥାନ୍ତି। ଏଣୁ ବେଲଗଛ ମୂଳରେ ସବୁଦିନ ଗାଧେଇ ସାରି ପାଣି ଦେଲେ କୋଟିପୁଣ୍ୟ ମିଳିଥାଏ ଏବଂ ଶିବଶଙ୍କର ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଯାହାଫଳରେ କି ସେହି ମନୁଷ୍ୟ ସମସ୍ତ ପ୍ରାଣୀକୁ ବାସ କରିବା ଶକ୍ତି ଲାଭ କରିଥାଏ। ଏବଂ ଚାକିରୀ ତଥା ବ୍ୟବସାୟରେ ସଫଳତା ଲାଭ କରିଥାଏ। ତାହା ସହିତ ଧାନବାନ ହେବାରୁ ମଧ୍ୟ କେହି ରୋକି ପାରନ୍ତି ନାହିଁ।
୨. ବେଲପତ୍ର ଶିବ ଏବଂ ସମସ୍ତ ଦେବୀଙ୍କର ପ୍ରିୟ ପାତ୍ର ହୋଇଥାଏ ଯାହାକି ଶୁଖିଯାଏ ହେଲେ କେବେ ବାସି ହୁଏନାହିଁ। ଏହି ବେଲପତ୍ର ଚନ୍ଦନର ଲେପ ଲଗାଇ ଶିବ ଓ ଦେବୀଙ୍କୁ ଅର୍ପଣ କରିବା ଦ୍ବାରା ମନୁଷ୍ୟର ସମସ୍ତ ମନକାମନା ପୂର୍ଣ୍ଣ ହୋଇଥାଏ।
୩. ବେଲଗଛର କାଠିକୁ ଚନ୍ଦନ ପରି ଘୋରି ଶିବ ତଥା ଦେବୀଙ୍କୁ ଟୀକା ଲଗାଇଲେ କୋଟି ପୂନ୍ୟ ପ୍ରାପ୍ତି ହୋଇଥାଏ। ଏବଂ ମନୁଷ୍ୟ ଏହି ଘୋରାକୁ ନିଜ ମଥାରେ ଚନ୍ଦନ ପରି ଲଗାଇଲେ ସମସ୍ତ ପ୍ରାଣୀଙ୍କୁ ବାସ କରିଥାଏ ଏବଂ ନିଜର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ। ଏହା ସହିତ ଅଲୌକିକ ଶକ୍ତି ସ୍ଥିତି ଅନୁଭବ କରିପାରେ ଏବଂ ସମସ୍ତ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ।
୪. ସୋମବାର ଦିନ କିମ୍ବା ଚତୁର୍ଦ୍ଦଶୀ ଦିନ ବେଲ ଗଛ ମୂଳରେ ଧୂପ,ଦ୍ଵୀପ,ଭୋଗ ଏବଂ ପଣା ଏହିସବୁ ସମର୍ପଣ କରି ସେହି ବେଲ ଗଛର ଚେରକୁ ଆଣି ଏକ ଲାଲ୍ ସୂତାରେ ଗୁନ୍ଥି ଶରୀରରେ ଧାରଣ କରିଲେ ବାହାରର ନକାରାତ୍ମକ ଶକ୍ତି ତଥା ଦୃଷ୍ଟ ଶକ୍ତିକୁ ପ୍ରବେଶ କରିବାକୁ ଦେଇନଥାଏ। ଏବଂ ଯେଉଁ ବ୍ୟକ୍ତି ବିବାହ ହୋଇପାରୁ ନଥାଏ ଅବା ସନ୍ତାନ ହେଉନଥାଏ ଏହି ବେଲ ଗଛର ଚେର ଧାରଣ କରିବା ଦ୍ଵାରା ଏବଂ ସବୁଦିନ ବେଲ ଗଛକୁ ପୂଜା କରିବା ଦ୍ୱାରା ଖୁବ୍ ଶୀଘ୍ର ବିବାହ ହୋଇଥାଏ ଏବଂ ସନ୍ତାନ ହେଉନଥିବା ମନୁଷ୍ୟର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ।
୫. ଯେଉଁ ବ୍ୟକ୍ତି ଶିବ ତଥା ଦେବୀଙ୍କର ଆରାଧନା କରୁଥାନ୍ତି ଏବଂ ଯଦି ସେମାନେ ବେଲ ଗଛର ମୂଳରେ ବସି ଶିବ ତଥା ଦେବୀଙ୍କର ମନ୍ତ୍ର ଜପ କରନ୍ତି ତେବେ ଖୁବ୍ ଶୀଘ୍ର ସେମାନଙ୍କର ସାଧନ ପୂର୍ଣ୍ଣ ହୋଇଥାଏ।
୬. ସାଧାରଣତଃ ଘରର ଚାରି ପାଖରେ ବଡ଼ବଡ଼ ଗଛ ରହିବ ଅଶୁଭ ହୋଇଥାଏ ଏବଂ ସେହି ସବୁ ଗଛର ଛାଇ ଘରେ ପଡ଼ିବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ ହେଇଥାଏ ମାତ୍ର ବେଲ ଗଛ ଏହା ଏମିତି ଏକ ଦିବ୍ୟ ଗଛ ଯାହାକି ଘରର ଚତୁର୍ପଶ୍ୱରେ ଯେ କୌଣସି ସ୍ଥାନରେ ରହିଲେ ବି ଏହା ଶୁଭ ହୋଇଥାଏ। ଏବଂ ଏହି ବେଲ ଗଛର ଛାଇ ଘର ଉପରେ ପଡ଼ିଲେ ଘରର ବାସ୍ତୁ ଦୋଷ ଦୂର ହୋଇଯାଏ।
୭. ବେଲ ଗଛ ଉତ୍ତର କିମ୍ବା ଉତ୍ତର ପୂର୍ବ କୋଣରେ ରହିଲେ ଧନ ବା ଅର୍ଥର ଅଭାବ ରହେ ନାହିଁ ଏବଂ ଅଭାବ ଥିଲେ ଧନ ଆଗମନର ବାଟ ଖୋଲାଯାଇ ଥାଏ। ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ବଜାୟ ରହିଥାଏ। ଘରର ପଶ୍ଚିମ ଦିଗରେ ବେଲଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ। ଏବଂ ଘରର ଦକ୍ଷିଣ ଦିଗରେ ବେଲଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କ ଘରେ ବେଲଗଛ ନଥାଏ ତେବେ ଯେକୌଣସି ଦିନ ଯେକୌଣସି ତିଥିରେ ବେଲଗଛକୁ ଆଣି ଘରେ ଲଗାଇ ପାରିବେ।