ଆଜିର ରାଶିଫଳ 13 ସେପ୍ଟେମ୍ବର 2024 ଶୁକ୍ରବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କିଛି ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। କୌଣସି ଖୁସି ଖବର ପାଇବେ। ଜମି ଦଲାଲଙ୍କର କୌଣସି ବଡ଼ ଡ଼ିଲ୍ ଫାଇନାଲ ହୋଇଯିବ। ମାଆ ନିଜର ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ। ‌

ବୃଷ ରାଶି – ସବୁ ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ଆପଣଙ୍କ ପିଲା ବ୍ୟବସାୟରେ ପୂରା ସହଯୋଗ କରିବେ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ‌

ମିଥନ ରାଶି – ନୂଆ କାମରେ ଭାଗ୍ୟର ପୂରା ସହଯୋଗ ପାଇବେ। ଲେଖକ କୌଣସି ନୂଆ ପୁସ୍ତକ ଲେଖି ପାରନ୍ତି। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ପରିବାରର ଦାୟିତ୍ବ ଭଲଭାବେ ବୁଝିବେ। ‌

କର୍କଟ ରାଶି – ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆୟରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରିବା ଦରକାର। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।‌

ସିଂହ ରାଶି – ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ କାମ କରିବାର ନିୟମ ଶିଖାଇବ। ଶିକ୍ଷକ କୌଣସି ଜରୁରୀ ଆଲୋଚନାରେ ଯୋଗ ଦେବେ। ଜୀବନସାଥୀ ସହ ଭଲ ତାଳମେଳ ରହିବ। ‌

କନ୍ୟା ରାଶି – କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ରାଜନୀତିରେ ସଫଳତା ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ତୁଳା ରାଶି – ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ। ଅଫିସରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ମନର କୌଣସି କଥା ଜୀବନସାଥୀଙ୍କୁ କହିବେ।

ବିଛା ରାଶି – ଡ଼ାକ୍ତରଙ୍କ ଲାଗି ଦିନଟି ଶକ୍ତିରେ ପରିପୂର୍ଣ୍ଣ ରହିବ। ସମସ୍ତଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରନ୍ତୁ ଆପଣଙ୍କର ସମ୍ମାନ ବଢ଼ିବ। ରାଜନୀତିକ ଲୋକ ନୂଆ କାମ କରିବା ଲାଗି ଉତ୍ସୁକ ହେବେ।

ଧନୁ ରାଶି – ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେବ। ଚାକିରିଜୀବୀଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ମକର ରାଶି – କଲେଜରେ ନୂଆ ସାଙ୍ଗ ଗଢ଼ିବା ଯୋଗୁଁ ଭଲ ଉପାୟ ପ୍ରସ୍ତୁତ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ନିଜ ଲୋକଙ୍କ ପ୍ରତି ଆପଣଙ୍କର ପ୍ରେମ ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ ରାଶି – ଲୋକମାନଙ୍କ ମଧ୍ୟରେ ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଅଚାନକ ଖୁସି ଖବର ପାଇବେ। ଜମି ସଂପର୍କିୟ କାମ ସଂପୂର୍ଣ୍ଣ ହୋଇଯିବ।

ମୀନ ରାଶି – ଦିନଟି ବହୁତ ଶୁଭ ରହିବ। ଆପଣଙ୍କର କୌଣସି ନିର୍ଣ୍ଣୟରେ ପରିବାର ଲୋକ ସହଯୋଗ କରିବେ। ଦୋକାନଦାରଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି।

Leave a Reply

Your email address will not be published. Required fields are marked *