Dhanu ରାଶି ଗଣେଶ ଚତୁର୍ଥୀ ପରଠୁ ଅଚାନକ ଆସିବ ଖୁସି ଖବର, ଦେଖନ୍ତୁ ଆପଣଙ୍କ ରାଶି ଅଛିକି ନାହିଁ।

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ନୂଆ ଖାଇ ଅବସରରେ ଧନୁ ରାଶି କିଭଳି ରହିବ ସେହି ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ନୂଆଖାଇ ରେ ଧନୁ ରାଶିର ଗ୍ରହ ଉପସ୍ଥିତି ବିଷୟରେ କହିବାକୁ ଗଲେ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଗ୍ରହ ଦ୍ଵାଦଶ ଘରେ ରାହୁ ଏବଂ ବୁଧଙ୍କ ସହିତ ବିରାଜମାନ ଅଛନ୍ତି । ଦ୍ୱିତୀୟ ଘରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଏହାବ୍ୟତୀତ ଷଷ୍ଠ ଘରେ କେତୁ ଗ୍ରହ , ଏକାଦଶ ଘରେ ଶନିଦେବ ବିରାଜମାନ ଅଛନ୍ତି ।

ସ୍ୱାସ୍ଥ୍ୟ ବିଷୟରେ କହିଲେ । ପ୍ରଥମ ଘରେ ଯେଉଁଠି ମଙ୍ଗଳ ବିରାଜିତ ଅଛନ୍ତି ତାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଟେ । ତାହା ଦ୍ଵାଦଶ ଘରେ ବୁଧ ଏବଂ ରାହୁଙ୍କ ସହିତ ଅଛନ୍ତି । ରାଶିଚକ୍ରରେ ଦ୍ଵାଦଶ ଘରକୁ ଭଲ ମାନାଯାଏ ନାହିଁ କାରଣ ତାହା ବ୍ୟୟର ଘର ହୋଇଥାଏ । ତେଣୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ରହିବାର ସମ୍ଭାବନା ରହିଛି । ଏହାବ୍ୟତୀତ ସୂର୍ଯ୍ୟ ଏବଂ ଦେବଗୁରୁ ବୃହସ୍ପତିଙ୍କ ସ୍ଥିତି ଉତ୍ତମ ରହିଛି । କେବଳ ମଙ୍ଗଳ ସ୍ଥିତି ଭଲ ନଥିବାରୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ପଞ୍ଚମ ଭାଗ ଶିକ୍ଷାର ଭାଗ ହୋଇଥାଏ । ସୂର୍ଯ୍ୟ ପଞ୍ଚମ ଭାଗରେ ୨୦୨୫ ପର୍ଯ୍ୟନ୍ତ ବିରାଜମାନ ଅଛନ୍ତି ।

୨୦୨୫ ପରେ ଦ୍ୱିତୀୟ ଭାଗକୁ ଗଲେ ପରିସ୍ଥିତି ଅଲଗା ହୋଇପାରେ । ୨୦୨୫ ପୂର୍ବରୁ କୌଣସି ନିଷ୍ପତ୍ତି ନେବା ପାଇଁ ଏବଂ ପାଠ ପଢ଼ା ପାଇଁ ସମୟ ଅତ୍ୟନ୍ତ ଭଲ ରହିଛି । ପ୍ରେମ ଜୀବନ ସମ୍ବନ୍ଧରେ କହିବାକୁ ଗଲେ ଏହା ପଞ୍ଚମ ଭାଗ ଅଟେ ଏବଂ ଏହା ସନ୍ତାନ ଭାଗ ମଧ୍ୟ ଅଟେ । ଶନିଙ୍କର ଦୃଷ୍ଟି ପଞ୍ଚମ ଭାଗ ଉପରେ ପଡ଼ୁଛି । ମଙ୍ଗଳ ରାହୁ ସହିତ ଥିବାରୁ ଅଙ୍ଗାରକ ଯୋଗ ନିର୍ମାଣ ହେଉଛି । ପ୍ରେମ ସମ୍ବନ୍ଧୀୟ କିଛି ଦ୍ଵନ୍ଦ ଏବଂ ସନ୍ଦେହ ସୃଷ୍ଟି ହୋଇପାରେ । ଆପଣ ଯେତେ ଦୂର ସମ୍ଭବ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।

ସପ୍ତମ ଭାଗ ବୈବାହିକ ଜୀବନର ଭାଗ ଅଟେ । ସପ୍ତମ ଭାଗର ଅଧିପତି ହେଉଛନ୍ତି ଶୁକ୍ର ଗ୍ରହ । ଏଠାରେ ଶୁକ୍ରଙ୍କ ସ୍ଥିତି ଅତ୍ୟନ୍ତ ଭଲ ଥିବାରୁ ବୈବାହିକ ଜୀବନ ଅତ୍ୟନ୍ତ ଭଲ ରହିବ । କିନ୍ତୁ ଶତ୍ରୁ ଘରେ ବିରାଜମାନ ଥିବାରୁ ଛୋଟ ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ଭାଗ୍ୟ ଏବଂ ବ୍ୟାପାର ବିଷୟରେ କହିଲେ ଏହା ନବମ ସ୍ଥାନରେ ରହିଥାଏ । କ୍ୟାରିଅର ଦଶମ ସ୍ଥାନରେ ରହିଥାଏ । ଏସବୁ କ୍ଷେତ୍ରରେ ଆପଣଙ୍କ ଭାଗ୍ୟ ଅତ୍ୟନ୍ତ ଭଲ ରହିଛି ।

Leave a Reply

Your email address will not be published. Required fields are marked *