ଆଜିର ରାଶିଫଳ 05 ସେପ୍ଟେମ୍ବର 2024 ଗୁରୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ବନ୍ଧୁଙ୍କୁ ସାହାଯ୍ୟ ଯୋଗୁଁ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମିଷ୍ଟତାପୂର୍ଣ୍ଣ ରହିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।‌

ବୃଷ ରାଶି – ଅଫିସରେ କୌଣସି କାମ କରିବା ପୂର୍ବରୁ ବରିଷ୍ଠଙ୍କର ମତ ନିଅନ୍ତୁ। ସୋସିଆଲ୍ ମିଡ଼ିଆରେ ଆପଣଙ୍କ ପୋଷ୍ଟକୁ ଅଧିକ ଲୋକ ପସନ୍ଦ କରିବେ। ଛାତ୍ରଛାତ୍ରୀଙ୍କୁ ନିଜ ପରିଶ୍ରମର ଭଲ ପରିଣାମ ମିଳିବ। ‌
ମିଥୁନ ରାଶି – ତେଜରାତି ଦୋକାନୀଙ୍କର ବିକ୍ରୀ ବଢ଼ିବ ଓ ଭଲ ଲାଭ ହେବ। ନବ ବିବାହିତ ଦମ୍ପତ୍ତି ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। ଛାତ୍ରଛାତ୍ରୀ ସିନିୟରଙ୍କ ସାହାଯ୍ୟରେ ପ୍ରାକ୍ଟିକାଲ୍ କରିବେ। ‌

କର୍କଟ ରାଶି – ବନ୍ଧୁ ପରାମର୍ଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ମନରେ ସ୍ଥିର କରିବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। ପରିବାରର ଝି୍ଅଙ୍କୁ ବଡ଼ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟାରୁ ଆରାମ ପାଇବେ।

ସିଂହ ରାଶି – ଜମି ବ୍ୟବସାୟୀ ବଡ଼ ସଉଦା କରିବାରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ଯୋଡ଼ିବେ। କତୃପକ୍ଷ ଦେଇଥିବା ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ।

କନ୍ୟା ରାଶି – ନିଜ କାମରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଜାୟ ରହିବ। ପ୍ରେମୀ ଯୁଗଳ ଫୋନରେ ଦୀର୍ଘ ସମୟ କଥା ହେବେ। ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ଡ଼ାକ୍ତରଙ୍କୁ ଦେଖାଇବେ।

ତୁଳା ରାଶି – ଶିକ୍ଷକଙ୍କ ବଦଳିର ବାଧା ସମାପ୍ତ ହେବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ମହିଳାମାନେ ନିଜ ଗହଣାର ବିଶେଷ ଧ୍ୟାନ ରଖନ୍ତୁ। ଯେଉଁମାନଙ୍କର ଗଣ୍ଠିବ୍ୟଥା ଅଛି ସେମାନେ ଭଲ ଡ଼ାକ୍ତରଙ୍କର ପରାମର୍ଶ ନେବେ।

ବିଛା ରାଶି – ରାଜନୀତିକ ଲୋକ ନୂଆ କାମ ଆରମ୍ଭ କରିବା ଲାଗି ଅତି ବ୍ୟଗ୍ର ହେବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ମୋଟର ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ ରାଶି – ଅଫିସରେ ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ଜୀବନସାଥୀ ଆପଣଙ୍କୁ କୌଣସି ଜରୁରୀ କଥା କହିବେ। ପ୍ରେମୀ ଯୁଗଳ ନିଜ ସମ୍ବନ୍ଧର ଏକ ନୂଆ ଶୁଭାରମ୍ଭ କରିବେ।

ମକର ରାଶି – ନବ ବିବାହିତ ଦମ୍ପତ୍ତି ଧର୍ମାନୁଷ୍ଠାନକୁ ଯିବାର ମଉକା ପାଇବେ। କତୃପକ୍ଷ ଆପଣଙ୍କ ପଦୋନ୍ନତିର ବିଚାର କରିବେ। ଚକ୍ଷୁ ସମସ୍ୟାକୁ ନେଇ କୌଣସି ଭଲ ଡ଼ାକ୍ତରଙ୍କୁ ଦେଖାଇବେ।

କୁମ୍ଭ ରାଶି – ଅସହାୟ ଲୋକଙ୍କୁ ସାହାଯ୍ୟ କରି ସାରାଦିନ ଖୁସି ରହିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ମାଧ୍ୟମ ଦେବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ଜମି ସଂପର୍କିୟ କାମ ସଂପୂର୍ଣ୍ଣ ହୋଇଯିବ।

ମୀନ ରାଶି – ଶକ୍ତିରେ ପରିପୂର୍ଣ୍ଣ ରହିବେ। ପି.ଏଚ.ଡ଼ି. ଛାତ୍ରଛାତ୍ରୀଙ୍କର ପରିଶ୍ରମ ସଫଳ ହେବ। ଶିକ୍ଷକଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଦାମ୍ପତ୍ୟ ଜୀବନରେ ବଡ଼ ଖୁସି ଖବର ପାଇବେ। ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ।

Leave a Reply

Your email address will not be published. Required fields are marked *