ସରକାର କରିଲେ 3ଟି ବଡ ଘୋଷଣା ଯାହାକୁ ଜାଣିବା ସମସ୍ତେ ନିହାତି ଦରକାର |

ପୁଣି ମୋହନ ସରକାରଙ୍କ ବଡ ଘୋଷଣା । ଦିନେ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଇଁ ଗାଇଡଲାଇନ୍ ଜାରି କରିବା ପରେ ଆଜି ବିଧାନସଭାରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିଏମ୍ କିସାନ ଭଳି ସିଏମ୍ କିସାନ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ସିଏମ୍ କିସାନ ଯୋଜନାକୁ ନେଇ ବଡ ଘୋଷଣା କରାଯାଇଛି । ଏହି ଯୋଜନାରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଆଉ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ । ଏ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ।

ବିଧାନସଭାରେ ଏ ନେଇ ବଡ ଘୋଷଣା କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ସିଏମ୍ କିସାନ ଯୋଜନା ବା CM Kisan । କାଳିଆ ଯୋଜନା ଭଳି ଏଥିରେ ମିଳିବ ଟଙ୍କା । ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଆକାଉଣ୍ଟକୁ ବର୍ଷକୁ ଦୁଇ ଥର ଟଙ୍କା ଯିବ । ଏ ନେଇ ବିସ୍ତୃତ ଭାବେ ବିଧାନସଭାରେ କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପ୍ରତିବର୍ଷ ନୂଆଁଖାଇ ଏବଂ ଅକ୍ଷର ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିସାନ ଯୋଜନା । ବିଧାନସଭାରେ କହିଲେ କୃଷି ମନ୍ତ୍ରୀ । ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଟଙ୍କା ।

ଅର୍ଥାତ ବର୍ଷକୁ ମୋଟ ୪ ହଜାର ଟଙ୍କା ମିଳିବ । ସେହିଭଳି ଭୂମିହୀନ ଚାଷୀଙ୍କ ପାଇଁ ବି ବଡ ଘୋଷଣା କରାଯାଇଛି । ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ଟଙ୍କା ମିଳିବ । ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ନୂଆ ଭାବେ ସାମିଲ ହେବା ଲାଗି ଚାଷୀ ମାନେ ନୂଆ ସିଏମ କିସାନ ପୋର୍ଟାଲରେ କରି ପାରିବେ ଆବେଦନ । ବିଧାୟକଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ କହିଛନ୍ତି, କୃଷକଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହେବାକୁ ଥିବା ସିଏମ୍ କିସାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଲାଭବାନ ହୋଇପାରିବେ । ଏହି ଯୋଜନାରେ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ।

ସେହିପରି ପ୍ରତ୍ୟେକ ଭୂମିହୀନ କୃଷି ପରିବାରଙ୍କୁ ସମୁଦାୟ ତିନୋଟି କିସ୍ତିରେ ମୋଟ ୧୨,୫୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଏଥିରେ ନୂତନ ଭାବରେ ପଞ୍ଜିକୃତ ହେବା ପାଇଁ ଚାଷୀମାନେ ସିଏମ୍ କିସାନ ଅଭିଯୋଗ ପୋର୍ଟାଲ ମାଧ୍ଯମରେ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ପିଏମ କିସାନ ଯୋଜନାରେ ୨୦୨୪ ଜୁନ ୧୮ ତାରିଖ ସୁଦ୍ଧା ୧୭ତମ କିସ୍ତି ହିସାବରେ ବାଲେଶ୍ବର ସଦର ବ୍ଳକର ୧୭, ୨୪୧ ଜଣ ଚାଷୀ ପିଏମ କିସାନ ସହାୟତା ରାଶି ଲାଭ କରିଛନ୍ତି । ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କ ମଧ୍ୟରୁ ଯେଉଁ ମାନେ ପିଏମ କିସାନ ଯୋଜନାର ନିୟମାବଳୀ ଅନୁଯାୟୀ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ସିଏମ କିସାନ ସହାୟତା ରାଶି ପ୍ରଦାନ କରାଯିବ । ପିଏମ କିସାନ ଯୋଜନାର ମାନଦଣ୍ଡ ପୂରଣ କରୁଥିବା ରାଜ୍ୟର ସମସ୍ତ ବର୍ଗର ଭୂମିଧାରୀ ଚାଷୀ ସିଏମ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ କରିବାକୁ ସରକାର ଏକ ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି ।

Leave a Reply

Your email address will not be published. Required fields are marked *