ଅଶାନ୍ତ ହେଉଛି ସମୁଦ୍ର, ମାଡି ଆସୁଛି ବଡ଼ ବର୍ଷା, ଆନ୍ଧ୍ରପ୍ରଦେଶ ପରେ ଓଡିଶାରେ ଜଳମଗ୍ନ ହୋଇଯିବ ଏସବୁ ଜିଲ୍ଲା |

ଦର୍ଶକ ବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ଆସିଛି ବହୁତ୍ ବଡ଼ ଅପଡେଟ ଯାହା ବିଷୟରେ ଜାଣିଲେ ଆପଣମାନେ ହୋଇଯିବେ ଆଶ୍ଚର୍ଯ୍ୟ ତାହେଲେ କଣ ସେହି ଆଶ୍ଚର୍ଯ୍ୟ କଲା ଭଳି ଅପଡେଟ ଆସନ୍ତୁ ଆଉ ଡେରି ନକରି ଜାଣିବା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଏହା ପ୍ରଭାବରେ ଆଜି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା(୭ରୁ ୨୦ ସେମି) ଆଶଙ୍କା ରହିଛି।

ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ଯୋଗୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦୁଇ ତାରିଖରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଭଳି ଆଉ ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ‌ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ସେପ୍ଟେମ୍ବର ୪ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା କରାଯାଇଛି। ଶ୍ରୀକାକୁଲମ୍‌ ଓ ବିଶାଖାପାଟନମ୍‌ରୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହି କ୍ଷେତ୍ର ସୃ‌ଷ୍ଟି ହେବାକୁ ଥିବା ଏହି ଲଘୁଚାପ କ୍ଷେତ୍ର ୪ ଦିନରେ ଅବପାତ ରୂପ ନେବ।

୭ ବା ୮ ତାରିଖରେ ଏହା ଓଡ଼ିଶା ଉପକୂଳରୁ ଛତିଶଗଡ଼ ଆଡ଼କୁ ମୁହାଁଇବାକୁ ଥିବାରୁ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

Leave a Reply

Your email address will not be published. Required fields are marked *