ସପ୍ତାହରେ ୩ ଦିନ ଲଗାତାର ବେଲପତ୍ର ଖାଆନ୍ତୁ, ତାପରେ ଦେଖନ୍ତୁ ଚମତ୍କାର ବେଲପତ୍ର ଖାଇବାର ଫାଇଦା, ଆଶ୍ଚର୍ଯ୍ୟ ହୋଇଯିବେ |

ବନ୍ଧୁଗଣ ମାତ୍ର 3ଟି ବେଲପତ୍ର ଖାଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବେଲପତ୍ର ଖାଇବା ଦ୍ଵାରା ଅନେକ ଗମ୍ଭୀର ରୋଗ ଦୂର ହୋଇଥାଏ । ଧାର୍ମିକ ଦୃଷ୍ଟିରୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ବେଲଗଛ କେତେ ପୂଜନୀୟ ଅଟେ । ଆୟୁର୍ବେଦିକ ଦ୍ରୁଷ୍ଟି କୋଣରୁ ଏହା ସେତିକି ଲାଭଦାୟକ ଅଟେ । ଏହାର ଫାଇଦା ଜାଣିଲେ ଆପଣ ନିଶ୍ଚୟ ଏହାର ବ୍ୟବହାର କରି ପାରିବେ । ସ୍ଵାସ୍ଥ୍ୟଗତ ଫାଇଦା ପାଇବାକୁ ବେଲପତ୍ର ଓ ଏହାର ଫଳର ବ୍ୟବହାର କରାଯାଏ । ଆଜି ଆମେ ଜାଣିବା ବେଲପତ୍ର ର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ।

୧. କବଚ ବା ଏସିଡିଟି ସମସ୍ଯା ହେଉଛି ତେବେ ବେଲପତ୍ର ସେବନ କରିପାରିବେ । ୪ ରୁ ୫ଟି ବେଲପତ୍ର ସକାଳୁ ଖାଲି ପେଟରେ ଖାଇଲେ ଚମତ୍କାର ଲାଭ ଦେଖିବାକୁ ମିଳିବ ।

୨. ଯଦି ଶରୀରର କୌଣସି ସ୍ଥାନରେ ମହୁମାଛି କାମୁଡିଥାଏ ତେବେ ସେହି ଜାଗା ଫଳିଯାଏ । ଓ ଅଧିକ ଯନ୍ତ୍ରଣା ହୋଇଥାଏ । ସେଥିପାଇଁ ଅଳ୍ପ ବେଲପତ୍ରକୁ ବାଟି ଏହାର ରସ ବାହାର କରନ୍ତୁ । ଏବେ ମହମାଛି କାଉଡିଥିବା ଜାଗାରେ ଏହି ରସକୁ ଲଗାନ୍ତୁ ।

୩. ଯେଉଁ ମାନଙ୍କୁ ବିପି ବା ହାର୍ଟ ଆଟାକ ଭଳି ସମସ୍ଯା ଅଛି ସେମାନଙ୍କ ପାଇଁ ବେଲପତ୍ରର କାଢା  ନିହାତି ଜରୁରୀ ଅଟେ । ଏହା ହାର୍ଟ କୁ ଶକ୍ତିଶାଳୀ କରିଥାଏ । ଯାହା ଫଳରେ ହାର୍ଟ ଆଟାକ ହେବାର ଭୟ ନ ଥାଏ ।

୪. ଶ୍ଵାସ ରୋଗୀଙ୍କ ପାଇଁ ବେଲପତ୍ର ଲାଭଦାୟକ ହୋଇଥାଏ । କିଛି ବେଲପତ୍ର ନେଇ ଏହାକୁ ବାଟି ଦିଅନ୍ତୁ । ଏହାର ରସକୁ ଛାଣି ସେବନ କରିବା ଦ୍ଵାରା ଶ୍ଵାସ ବା ଆସ୍ଥାମା ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ।

୫. ଗ୍ରୀଷ୍ମ ଋତୁରେ ଅନେକ ଲୋକଙ୍କର ପେଟ ଗରମ କାରଣରୁ ଶିତୁଳିଆ ସମସ୍ଯା ଦେଖାଯାଏ । ପ୍ରତିଦିନ ସକାଳୁ ଖାଲି ପେଟରେ 2ରୁ 3ଟି ବେଲପତ୍ର ଚୋବାଇ ପାଣି ପିଅନ୍ତୁ । ଏହି ପ୍ରକ୍ରିୟା 2ରୁ 3 ଦିନ କରିଲେ ମାଉଥ ଅଲସର ସମସ୍ଯା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *