ନମସ୍କାର ବନ୍ଧୁଗଣ ସାପ ଏହି ଗୋଟିଏ ଶବ୍ଦ ଲୋକଙ୍କୁ ଭୟଭୀତ କରିବା ପାଇଁ ଯଥେଷ୍ଟ ସାପକୁ କାହାର ବା ଡର ନଥାଏ ଯିବା ଆସିବ ରାସ୍ତାରେ ଯଦି ଆମେ କେଉଁଠି ସାପ ଦେଖିଦିଆନ୍ତି ଆମେ ଦିପାଦ ପଛକୁ ଫେରି ଆସନ୍ତି ସେ ଯେଉଁ ସାପ ହେଉନା କାହିଁକି ଭୟରେ ଆମ ଦେହ ଶୀତେଇ ଉଠେ ବର୍ଷା ଦିନ ଆସିଲେ ଘର ଭିତରେ ହେଉ କି ବାହାରେ ହେଉ ମାଳ ମାଳ ହୋଇ ସାପମାନେ ଏଣେତେଣେ ବୁଲୁଥାନ୍ତି ଗାଁ ଗହଳି ହେଉ କି ସହରର ତଳି ଅଞ୍ଚଳ ମାଡ଼ି ଆସୁଥିବା ବନ୍ୟା ପାଣିରେ ବିଷଧର ସମେତ ଅନେକ ପ୍ରଜାତିର ସାପମାନେ ବିଚଳନ କରିଥାନ୍ତି |
ତେବେ ବର୍ଷା ଦିନ ଆସିଲା ମାନେ ସାପ ଭୟରେ ଲୋକମାନେ ଆତଙ୍କିତ ହୋଇଥାନ୍ତି ଅନେକ ସମୟରେ ସାପ ଦଂଶନରେ ଲୋକମାନଙ୍କ ଜୀବନ ଯାଉଛି ସାପର ସେଇ ସଅଁ ସଅଁ ଶବ୍ଦ ସଭିଙ୍କ ମନରେ ଭୟ ଜାତ କରିଥାଏ ଅନେକ ସମୟରେ ଘର ଭିତରୁ ସାପର ସେହି ଫଅଁ ଫଅଁ ଗର୍ଜନ ଶୁଣିବାକୁ ମିଳିଥାଏ ଫଳରେ ସେହି ଘରର ଲୋକମାନେ ଭୟଭୀତ ହୋଇ ନିଜେ ସେହି ଘରକୁ ନଯାଇ ସ୍ନେକ୍ ହେଲ୍ପ ଲାଇନକୁ ଡକାଇ ଘରୁ ସାପକୁ ବାହାର କରିଥାନ୍ତି କିନ୍ତୁ ଥରେ ଭାବିଲେ ସାପର ସେହି ଗର୍ଜନ ଘର ଭିତରୁ ନ ଆସି ଆପଣଙ୍କ ଶରୀରର କୌଣସି ଅଙ୍ଗରୁ ବାହାରେ ତେବେ ଆପଣ କରିବେ କଣ।
ଏହି ପ୍ରଶ୍ନ ଆପଣଙ୍କୁ ଦ୍ବନ୍ଦରେ ପକାଇ ଦେଉଥିବ ଶରୀରର କୌଣସି ଅଙ୍ଗରୁ ସାପର ଗର୍ଜନ ଶୁଭିବ ଏହା କେମିତିକା କଥା ଏହି କଥା କଣ ସମ୍ଭବ କିନ୍ତୁ କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟି ସତ ଦେଖନ୍ତୁ ଏହି ଦୃଶ୍ୟକୁ ସାପଟି ଫଅଁଫଅଁ ଗର୍ଜନ କରି ଚୋଟ କରିବା ପାଇଁ ଫଣା ଟେକୁଛି ଆଉ ପୁଣି ଗାତ ଭିତରେ ପଶି ଯାଉଛି ଆପଣମାନେ ଭାବୁଥିବେ ଇଏ ତ ସାଧାରଣ କଥା ଏଥିରେ ପୁଣି ନୂଆ କଣ ତେବେ ଦର୍ଶକ ବନ୍ଧୁ ଏହି ଦୃଶ୍ୟରେ ସାପଟି କୌଣସି ଗାତରେ ପଶି ରହିନାହିଁ ବରଂ ମଣିଷ କାନ ଭିତରେ ପଶି ରହି ଏପରି କରୁଛି |
ଏପରି ଭାବରେ ସାପ କଣ କାନରେ ପଶିବା ସମ୍ଭବ କିନ୍ତୁ ଏହି ଦୃଶ୍ୟରେ ସେହି କଥା ସମ୍ଭବ ହୋଇଛି ସାପଟି କାନରେ ପଶି ରହି ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଛି ସାପଟି କାନରେ ପଶି ରହିବା ଯୋଗୁଁ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତର ପାଖକୁ ଚିକିତ୍ସା ହେବାକୁ ଆସିଛନ୍ତି ଆଉ ଡାକ୍ତର ବାବୁ ଏପରି ଦୃଶ୍ୟ ଦେଖି ପୁରା ଅବାକ୍ ହୋଇ ଯାଇଛନ୍ତି ଆଉ ସାପଟିକୁ କାନରୁ ବାହାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ବେଶ୍ ସତର୍କତାର ସହ ସାପକୁ ବାହାର କରିଛନ୍ତି ଡାକ୍ତର ହେଲେ ଇଏ କେଉଁ ପ୍ରଜାତିର ସାପ ଏହାର ଲମ୍ବ କେତେ କେମିତି ମହିଳାଙ୍କ କାନ ଭିତରେ ପଶିଲା ତାହା କିଛିବି ଜଣା ପଡିନାହିଁ।