ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ବିସାୟାରେ ଏପରି କିଛି ତଥ୍ୟ ଦେବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ସେହି ଆଶ୍ଚର୍ଯ୍ୟ କଲା ଭଳି ଖବର ଆଉ ଡେରି ନକରି ଆସନ୍ତୁ ଜାଣିବା। ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ରାଶି ମାଧ୍ୟମରେ ବ୍ୟକ୍ତି ନିଜର ଭବିଷ୍ୟତ ବିଷୟରେ ପୂର୍ବରୁ ଅବଗତ ହୋଇପାରେ ।
ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । କୁମ୍ଭ ରାଶି ହେଉଛି ରାଶି ଚକ୍ରରେ ୧୧ ତମ ରାଶି ଅଟେ । ପ୍ରଭୁ ଶନିଦେବ ହେଉଛନ୍ତି ଆପଣଙ୍କର ରାଶିର ସ୍ଵାମୀ ଅଟନ୍ତି । ଭଗବାନ ଶନିଦେବ ପ୍ରାୟତ ନିଜର ରାଶି ପରିବର୍ତ୍ତନ ଅନେକ ସମୟରେ କରିଥାନ୍ତି । କୁମ୍ଭ ରାଶି ଏକ ବାୟୋତତ୍ତ୍ଵ ରାଶି ଅଟେ । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶନିଦେବଙ୍କୁ ବହୁତ ଶୁଭ ବୋଲି ବିଚାର କରାଯାଏ । ଏହା ସହ ଶୁକ୍ରବାର ଆପଣଙ୍କ ପାଇଁ ଲକି ଦିନ ହୋଇପାରେ ।
ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ୪ ଓ ୮ ନମ୍ବର ଶୁଭ ହୋଇଥାଏ । ମାସର ୪,୨୨, ୩୧ ତାରିଖ ଏହି ରାଶି ମାନଙ୍କ ପାଇଁ ଶୁଭ ହୋଇଥାଏ । ଏହା ସହ ଜୀବନର ୧୩, ୨୨, ୩୧, ୪୦, ୪୯ ବର୍ଷ ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ବିଶେଷ ଶୁଭ ହୋଇଥାଏ । ଏହି ସମୟରେ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ଉନ୍ନତିର ସମୟ ଆସିଥାଏ । ଏହି ସମୟରେ ଆପଣଙ୍କ ଜୀବନରେ ବିଶେଷ ଘଟଣା ଘଟିପାରେ । ଏହି ରାଶିର ମାନଙ୍କର ଶୁଭ ରଙ୍ଗ ହେଉଛୁ ନୀଳ ଓ ଧଳା ରଙ୍ଗ ।
କୌଣସି ଶୁଭ କାମରେ ବା ମହତ୍ଵ ପୂର୍ଣ୍ଣ କାମରେ ବା ଯଦି ଆପଣ କୌଣସି ଚାକିରି ପାଇଁ ଇଣ୍ଟରବିୟୁ ଦେବାକୁ ଯାଉଛନ୍ତି ତେବେ ଆପଣ ମାନେ ଆପଣଙ୍କର ଶୁଭ ରଙ୍ଗ ଧଳା ଓ ନୀଳର ପ୍ରୟୋଗ କରନ୍ତୁ । ଏହା ଦ୍ଵାରା ଶୁଭ ପରିଣାମ ବଢିଥାଏ । ଯଦି ଏହି ରଙ୍ଗର ବସ୍ତ୍ର ଆପଣ ଧାରଣ କରିଥାନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ବସ୍ତ୍ର ନ ଥାଏ ତେବେ ଏହି ରାଶିର ଲୋକ ମାନେ ନିଜର ଶୁଭ ରଙ୍ଗ ଅନୁଯାୟୀ ରୁମାଲ ନିଜ ପାଖରେ ରଖିବା ଉଚିତ । ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ ।
କୁମ୍ଭ ରାଶିର ରତ୍ନ ବିଷୟରେ କହିବାକୁ ଗଲେ ହୀରା ଓ ନିଲମ ଶୁଭ ରତ୍ନ ହୋଇଥାଏ । ଆପଣ କୌଣସି ରତ୍ନ ଧାରଣ କରିବା ପୂର୍ବରୁ ଆପଣ ନିଜର କୁଣ୍ଡଳୀ କୌଣସି ମହାନ ଜ୍ଯୋତିଷଙ୍କୁ ଦେଖାଇ ଧାରଣ କରନ୍ତୁ । କାରଣ ଯଦି ଆପଣଙ୍କ କୁଣ୍ଡଳୀ ଅନୁସାରେ ଆପଣ ରତ୍ନ ଦହରଣ ନ କରି ରାଶି ଅନୁସାରେ ଧାରଣ କରନ୍ତି ତେବେ ହୁଏ ତ କିଛି ସମସ୍ୟା ହୋଇପାରେ ।