ଏହି ୫ ନାମ ଥିବା ପୁରୁଷ ଜନ୍ମରୁ ହିଁ ମାଲିକ ବା କୋଟିପତି ବନିବାର ଭାଗ୍ୟ ନେଇକି ଆସିଥାନ୍ତି, ଦେଖନ୍ତୁ ଆପଣଙ୍କ ନାମ ଅଛିକି ନାହିଁ |

ଚାଣକ୍ୟନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସଫଳ ଆଉ ସୁଖମୟ କରିବାପାଇଁ କିଛି ଉପଯୁକ୍ତ ଉପଦେଶ ଦିଆଯାଇଛି। ଏହି ଗ୍ରନ୍ଥର ମୁଖ୍ୟ ଉଦ୍ଦେଶ୍ୟ ମାନବ ସମାଜକୁ ଜୀବନର ସମସ୍ତ କର୍ମର ବ୍ୟବହାରିକ ଶିକ୍ଷାଦେବା। ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ଥିଲେ ଯିଏ ନିଜ ନୀତିକୁ ଅସ୍ତ୍ର କରି ରାଜା ଚନ୍ଦ୍ରଗୁପ୍ତ ମୋରିୟଙ୍କୁ ରାଜ ସିଂହାସନରେ ବସାଇଥିଲେ। ଆସନ୍ତୁ ଜାଣିବା ଚାଣକ୍ୟଙ୍କର କିଛି ମହତ୍ତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କ ଜୀବନରେ କେବେ ନା କେବେ କାମରେ ଆସିବା। ଆଜି ଆସନ୍ତୁ ଜ୍ୟୋତିଷଶାସ୍ତ୍ରର ଗୋଟେ ବୋହୁତ ମୂଲ୍ୟବାନ ଓ ଅଦ୍ଭୁତ କଥା ବିଷୟରେ ଜାଣିବା। କୁହାଯାଇଥାଏ କି ଏହି ପାଞ୍ଚଟି ଅକ୍ଷରରୁ କୌଣସି ବି ଗୋଟେ ଅକ୍ଷରରୁ ଆରମ୍ଭ ହୋଇଥାଏ ନାମର ବ୍ୟକ୍ତି ଜନ୍ମରୁ ହିଁ ମାଲିକ ହୋଇଥାନ୍ତି।

ଯେତେବେଳେ ଗୋଟିଏ ବ୍ୟକ୍ତି ଜନ୍ମଥାଏ ତ ତାର ଜନ୍ମରୁ ହିଁ ୨୧ ଦିନ ପରେ ବା ଏକୋଇଶିଆ ଦିନ ତାର ନାମକରଣ କରିଦିଆ ଯାଏ। ଯେଉଁ ନାମ ଜନ୍ମ ସମୟରେ ରଖାଯାଇଥାଏ ସେହି ନାମରେ ପୁରା ଦୁନିଆ ତାକୁ ଜାଣିଥାଏ। ଆପଣମାନେ ଏହି କଥାଟି ମଧ୍ୟ ଶୁଣିଥିବେ ନାଁ ରେ ଏମିତି କଣ ଅଛି କିଛି ବି ଡାକିଦିଅ। କିନ୍ତୁ ବାସ୍ତବରେ ଏହି କଥାଟି ପୁରାପୁରି ଭାବେ ଭୁଲ୍ ହୋଇଥାଏ କାହିଁକି ନା ଗୋଟିଏ ବ୍ୟକ୍ତିର ନାମରେ ବୋହୁତ କିଛି ଲୁଚି କି ରହିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ କୌଣସି ନାମର ପ୍ରଥମ ଅକ୍ଷର ତାର ଜୀବନ ଉପରେ ବୋହୁତ ପ୍ରଭାବ ପକାଇ ଥାଏ। ନାମର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତି ବିଷୟରେ ବୋହୁତ କିଛି କଥା ଜଣାପଡିଥାଏ। ଯେତେବେଳେ ଗୋଟିଏ ପିଲା ପ୍ରଥମେ ପାଠ ପଢିବାକୁ ଯାଇଥାଏ ସେଠାରେ ପ୍ରଥମେ ତାକୁ ତା ନାମ କଣ ବୋଲି ପଚରା ଯାଇଥାଏ। କିଛି ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ମଲିକ ବନିବା ପାଇଁ ହିଁ ଜନ୍ମ ନେଇଥାନ୍ତି। ଆଜି ଆସନ୍ତୁ ଏହି ୫ ଟି ବ୍ୟକ୍ତି ବିଷୟରେ କିଛି ତଥ୍ୟ ବା କଥା ଜାଣିବା ଯିଏ ସବୁବେଳେ ମାଲିକ ବନିବାର ସ୍ବପ୍ନ ଦେଖିଥାଆନ୍ତି ଏବଂ ନିଜ ସ୍ବପ୍ନକୁ ପୂରଣ ବି କରିଥାନ୍ତି।

୧. C – ଯେଉଁ ବ୍ୟକ୍ତିର ପ୍ରଥମ ନାମ C ଅକ୍ଷରରୁ ଆରମ୍ଭ ହୋଇଥାଏ ଏହି ନାମ ଥିବା ବ୍ୟକ୍ତି ଅତ୍ୟଧିକ ମାତ୍ରାରେ ବିଜନେସ୍ କଥା ଭାବିଥାନ୍ତି। ଏହି ନାମ ଥିବା ବ୍ୟକ୍ତି ପରଙ୍କର କାମ କରିଦେବା କେବେବି ପସନ୍ଦ କରନ୍ତି ନାହିଁ କିମ୍ବା ପରଙ୍କ ପାଖରେ କାମ କରିବା ପାଇଁ ଟିକେ ବି ଭାବନ୍ତି ନାହିଁ। ସେ ସବୁବେଳେ ନିଜର ଗୋଟିଏ ବିଜନେସ ଖୋଲିବା ପାଇଁ ଚାହିଁଥାଆନ୍ତି। କାରଣ ଏମାନଙ୍କୁ କାହା ତଳେ ରହିକି କାମ କରିବା ପସନ୍ଦ ହୋଇନଥାଏ।

୨. H- ଯେଉଁ ବ୍ୟକ୍ତିର ପ୍ରଥମ ନାମ H ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତିମାନେ ସବୁବେଳେ କୌଣସି ନା କୌଣସି କାରବାର ଚଳାଇବା ବା କିଛି କାମରେ ଧନ ପାଇବା ବା ଲାଭ ପାଇବା ସବୁବେଳେ ଏହି କଥା ଭବିଥାନ୍ତି। ଏମାନେ ଯେଉଁ କାମ କରନ୍ତି ସେଥିରେ ବୋହୁତ ପ୍ରସିଦ୍ଧ ଲାଭ କରିଥାନ୍ତି। ଏମାନେ କେବଳ ନିଜର କାମ କରିବା ପସନ୍ଦ କରିଥାନ୍ତି। ଏହି ନାମର ବ୍ୟକ୍ତିମାନେ କିଛି ନା କିଛି ବିଜନେସ୍ କରିଥାନ୍ତି।

୩. M- କୁହାଯାଏ କି ଯେଉଁ ବ୍ୟକ୍ତିର ନାମ M ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତିମାନେ ବୋହୁତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟ ଏମିତି ସେମିତି କରନ୍ତି ନାହିଁ ବୋହୁତ ଭାବିଚିନ୍ତି କରିଥାନ୍ତି। ଏହି ବ୍ୟକ୍ତିମାନେ ବୋହୁତ ସାହସୀ ମଧ୍ୟ ଅଟନ୍ତି। ଏମାନେ ନିଜକୁ କୌଣସି ମାଲିକ ଠାରୁ କମ୍ ଭାବନ୍ତି ନାହିଁ। ଏମାନେ ନିଜର କାରବାର ବୋହୁତ ଶୀଘ୍ର ଆରମ୍ଭ କରିଦେଇଛନ୍ତି।

୪. S- ଯେଉଁ ବ୍ୟକ୍ତିର ନାମ ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି କେବଳ ମାଲିକ ବନିବା ପାଇଁ ଜନ୍ମ ହୋଇଥାନ୍ତି ଏବଂ ଏହି କଥାର ପ୍ରମାଣ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କରାଯାଇଅଛି। ଏମାନେ ଆଗକୁ ଯାଇ ନିଜର ଏକ ବଡ ବ୍ୟବସାୟ ମଧ୍ୟ ସ୍ଥାପିତ କରିଥାନ୍ତି। ଦୁନିଆରେ ଏମାନଙ୍କୁ ବୋହୁତ ମାନ ସମ୍ମାନ ମିଳିଥାଏ। ଏମାନେ ଆଉ କାହାର ବ୍ୟବସାୟରେ ଚାକିରୀ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ନିଜର ଜୀବନ ଏହି ବିଜନେସ୍ ସମ୍ଭାଳିବା କାମରେ ବିତାଇ ଦେଇଥାନ୍ତି।

୫. V – ଯେଉଁ ବ୍ୟକ୍ତିମାନଙ୍କର ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବ୍ରେନ୍ ବୋହୁତ ପ୍ରଖର ଭାବେ ଚାଲିଥାଏ। ସେମାନେ ଯେକୌଣସି କାମ ନିଜ ଆଇଡିଆ ଦ୍ଵାରା କରିଦେଇଥାନ୍ତି। ଏମାନେ ଆଉ କୌଣସି ଚାକିରୀରେ ମୁଣ୍ଡ ନ ଖେଳାଇ ନିଜର ଏକ ବିଜନେସ ଆରମ୍ଭ କରିଥାନ୍ତି।

Leave a Reply

Your email address will not be published. Required fields are marked *