ରୁଷିଆର ଏହି ନାବାଳକ କହୁଛି ପୃଥିବୀକୁ ପରମାଣୁ ଯୁଦ୍ଧରୁ ବଞ୍ଚାଇବାକୁ ମୁଁ ମଙ୍ଗଳ ଗ୍ରହରୁ ଆସିଛି, ତେବେ ଆସନ୍ତୁ ଜାଣିବା କଣ ରହିଛି ସତ୍ୟତା |

ନମସ୍କାର ବନ୍ଧୁଗଣ ଆଜିକାଲି ଦୁନିଆରେ ସବୁ ଅଜବ ଘଟଣା ଗୁଡିକ ଘଟିବାରେ ଲାଗିଛି ଯାହା ବିଷୟରେ ଆମେ ଚିନ୍ତା ବି କରି ପାରିବେ ନାହିଁ ପ୍ରତ୍ୟେକ ଦିନ କିଛି ନା କିଛି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ ଜନକ ଘଟଣା ଗୁଡ଼ିକ ଘଟୁଛି ଏହି ବିଶ୍ଵ ବ୍ରହ୍ମାଣ୍ଡରେ ଆମେ ପୁରାଣରେ ପଢ଼ିଛନ୍ତି ବିଶ୍ୱରେ ଯେତେବେଳେ ଅନ୍ୟାୟ ଅନିତି ବଢେ ସେତେବେଳେ କୌଣସି ଅବତାର ଜନ୍ମ ନିଅନ୍ତି ୧୦ ଅବତାର ପରେ ଏବେ ଏକାଦଶ ଅବତାର କଳ୍କୀକୁ ଅପେକ୍ଷା ଅବସ୍ୟ ଏହି ଅପେକ୍ଷା କେବଳ ଭାରତୀୟ ହିନ୍ଦୁ ମାନଙ୍କର |

ତେବେ ମାଳିକା ହେଉ କିମ୍ବା ଅନ୍ୟ କୌଣସି ଭବିଷ୍ୟବାଣୀ ସବୁଥିରେ ପ୍ରଳୟ କଥା ଉଲ୍ଲେଖ ରହିଛି ଆଉ ଯଦି ପ୍ରଳୟ କଥା କହିବା ତେବେ ପରମାଣୁ ଯୁଦ୍ଧ କଥା ନିଶ୍ଚୟ ଆସିବ ତେବେ ଏହି ଆଶଙ୍କା ଭିତରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ଆସିଛି ସେହି ଋଷିଆରୁ ଜଣେ ବାଳକ ଦାବି କରିଛି ଯେ ସେ ମଙ୍ଗଳ ଗ୍ରହରୁ ଆସିଛି ପୃଥିବୀକୁ ବଞ୍ଚାଇବା ପାଇଁ ଆପଣ ଏହି କଥା ଶୁଣି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଥିବେ କାହିଁକି ଏମିତି ଅଦ୍ଭୁତ ଦାବି କରୁଛନ୍ତି ଏହି ନାବାଳକ ଜଣକ।

ରୁଷିଆର ବଲ୍ଗୋ ଗ୍ରାଡର ବୋରିସ୍ କିପ୍ରି ଅନୋଗ୍ରିସ ନାମକ ଜଣେ ବାଳକ ନିଜକୁ ଭିନ୍ନ ଗ୍ରହର ଲୋକ ବୋଲି ଦାବି କରୁଛନ୍ତି ଆଉ ପୃଥିବୀରୁ ପରମାଣୁ ଯୁଦ୍ଧରୁ ବଞ୍ଚାଇବା ପାଇଁ ମଙ୍ଗଳ ଗ୍ରହରୁ ଆସିଛି ବୋଲି ସେ ଜୋର୍ ଦେଇ କହୁଛନ୍ତି କିନ୍ତୁ ଏହା କଣ ସମ୍ଭବ ଯେଉଁଠି କୋଟି କୋଟି ଟଙ୍କା ସଂଗ୍ରହ କରି ନାସା ମଙ୍ଗଳ ଗ୍ରାହକୁ ତଥ୍ୟ ସନ୍ଧାନ ପାଇଁ ଯାନ ପଠାଉଛି ସେଠି ଜଣେ ବାଳକ କିପରି ପୃଥିବୀକୁ ଆସିଲା ଇଏ ପାଗଳାମି ଛଡ଼ା ଆଉ କଣ ବୋଲି ସମସ୍ତେ ଧରି ନେଇଛନ୍ତି ହେଲେ ଏହି ବାଳକ ଜଣଙ୍କ ନିଜ ଜ୍ଞାନ ବଖାଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ବାରିସର ଯୁକ୍ତି ହେଲା ସେ ପୂର୍ବ ଜନ୍ମରେ ମଙ୍ଗଳ ଗ୍ରହରେ ନିଜ ବାସିନ୍ଦାଙ୍କ ସହିତ ବିତାଇ ସାରିଛି ବାରିସ କହିଛନ୍ତି ମଙ୍ଗଳଗ୍ରହର ଲୋକମାନେ ସାରା ବିଶ୍ୱରେ ଭ୍ରମଣ କରି ପାରନ୍ତି ଆଉ ସେ ନିଜେ ତିଆରି କରିବା ମହାକାଶ ଯାନ ବିଷୟରେ ମଧ୍ୟ ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି |

କେବଳ ବାରିସ ନୁହଁନ୍ତି ତାଙ୍କ ମାଆ ଯିଏ ଜଣେ ଡାକ୍ତର ସେ ମଧ୍ୟ ସେୟାର କରିଛନ୍ତି ଯେ ସେ ତାଙ୍କ ପୁଅର ଏଭଳି ବିଶେଷତ୍ଵ ବିଷୟରେ ଆଗରୁ ଜାଣିଥିଲେ ବାରିସ ମାତ୍ର ୧ ବର୍ଷ ବୟସରେ ଖବର କାଗଜ ହେଡଲାଇନ୍ ବିଷୟରେ ଜାଣି ପାରିଥିଲେ ଆଉ ବିଶେଷଜ୍ଞମାନେ ତାଙ୍କୁ ପରୀକ୍ଷା କରୁଥିଲେ କିନ୍ତୁ ସବୁଠାରୁ ବଡ ଖବର ଉଭୟ ବାରିସ ଏବଂ ତାଙ୍କ ମାଆ ବର୍ତ୍ତମାନ ନିଖୋଜ ଅଛନ୍ତି ବରିସ କୁହନ୍ତି ଯେ ସେ କେବଳ ଦେଶକୁ ବଞ୍ଚାଇବାକୁ ଆସିଛନ୍ତି କାରଣ ହଜାର ହଜାର ବର୍ଷ ପୁର୍ବେ ମଙ୍ଗଳ ଗ୍ରହରେ ପରମାଣୁ ଯୁଦ୍ଧ ଯୋଗୁଁ ତାଙ୍କ ଜାତି ନିଶ୍ଚିହ୍ନ ହୋଇଯାଇଥିଲା ବର୍ତ୍ତମାନ ପୃଥିବୀରେ ପରମାଣୁ ଯୁଦ୍ଧ ଜଳ ଜଳ ହୋଇ ଦେଖା ଗଲାଣି ଯାହା ଖୁବ୍ ଶୀଘ୍ର ଘଟିପାରେ ଯାହା ମଣିଷକୁ ସତର୍କ କରିବା ପାଇଁ ସେ ଆସିଛନ୍ତି।

Leave a Reply

Your email address will not be published. Required fields are marked *