ଟିମ ଇଣ୍ଡିଆ ଖେଳିବ ଦୁଇ ଦିନର ସ୍ପେଶିଆଲ ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଗମ୍ଭୀର ରୋହିତ ଙ୍କ ପାଇଁ ଅଗ୍ନି ପରୀକ୍ଷା ଟିମ ଇଣ୍ଡିଆ ପାଇଁ ପ୍ରଥମ ସିରିଜ ଦୁସ୍ୱପ୍ନ ପାଲଟି ଯାଇଛି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପରାସ୍ତ ହେବା ପରେ ଗମ୍ଭୀର ଙ୍କ କୋଚ ସିପକୁ ନେଇ ପ୍ରଶ୍ନ ଉଠିଛି ତେବେ ଏହା ଭିତରେ ଆଉ ଏକ ସ୍ପେଶିଆଲ୍ ମ୍ୟାଚ ପାଇଁ ତାରିଖ ଘୋଷଣା ହୋଇଛି ଆସନ୍ତା ନଭେମ୍ବର ମାସରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ ।
ଉଭୟ ଦଳ ଭିତରେ ପାଞ୍ଚୋଟି ଟେଷ୍ଟ ଖେଳାଯିବାର ସମ୍ଭାବନା ରହିଛି ଉଭୟ ଦଳ ମଧ୍ୟରେ ପାଞ୍ଚୋଟି ଟେଷ୍ଟ ଖେଳାଯିବ ସାମିଲ ରହିବ ଦୁଇଟି ଡେ ନାଇଟ ଟେଷ୍ଟ ଏଥିପାଇଁ ବଡ଼ ନିଷ୍ପତି ଟିମ ଇଣ୍ଡିଆ । ଗତ ଥର ଡେ ନାଇଟ ଟେଷ୍ଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ରହିଥିଲା ତେଣୁ ଏହି ମ୍ୟାଚରେ ଭାରତ ନୂଆ ପ୍ଲାନ୍ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବ ।
ପିଙ୍କ୍ ବଲ ଖେଳିବା ପୂର୍ବରୁ ଭାରତ ଏକ ସ୍ପେସିଆଲ ମ୍ୟାଚ ଖେଳିବ ବୋଲି ଯୋଜନା କରିଛି । ନଭେମ୍ବର 30 ରୁ ଡିସେମ୍ବର 1 ପର୍ଯ୍ୟନ୍ତ ଡେ ନାଇଟ ମ୍ୟାଚ ଖେଳିବ ବୋଲି ସୂଚନା ରହିଛି ଗତ ଦୁଇବର୍ଷରେ ଟିମ ଇଣ୍ଡିଆ କୌଣସି ଡେ ନାଇଟ ଟେଷ୍ଟ ମ୍ୟାଚ ଖେଳି ନାହିଁ ତେଣୁ ଏହି ମ୍ୟାଚ ରୋହିତ ଶର୍ମାଙ୍କ ପ୍ରାକ୍ଟିସ ପାଇଁ ବହୁତ ସହାୟକ ହେବ ।
ତେବେ କୋଚ ଗମ୍ଭୀର ଏବଂ ଅଧିନାୟକ ରୋହିତ ଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା ହେବ ବୋଲି ମଧ୍ୟ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତ ଚାରି ନମ୍ବର ଡେ ମ୍ୟାଚ ଖେଳିବାକୁ ଯାଉଥିବା ବେଳେ ଏଥିରେ ସମଗ୍ର ତିନୋଟି ମ୍ୟାଚ ଖେଳାଯାଇଛି ସମୁଦାୟ ତିନୋଟି ଯାକ ଟିମ ଇଣ୍ଡିଆ ବିଜୟ ହାସଲ କରିଛି କିନ୍ତୁ ଅଷ୍ଟ୍ରେଲିଆ ରେ ଖେଳାଯାଇଥିବା ଡେ ନାଇଟ ମ୍ୟାଚରେ ଭାରତ ଲଜ୍ୟା ଜନକ ପରାସ୍ତ ହୋଇଥିଲା । ଅନ୍ୟପଟେ କହିବାକୁ ଗଲେ ଅଷ୍ଟେଲିଆ ବାରୋଟି ଡେ ନାଇଟ ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚ ପରାସ୍ତ ହୋଇଛି ଆଉ ସବୁ ମ୍ୟାଚ ବିଜୟ ଲାଭ କରିଛି ।