ଆମେ ପ୍ରତେକ ବର୍ଷ ଶ୍ରାବଣ ମାସ ର ପୁର୍ଣିମା ତିଥି ରେ ଏହି ରାକ୍ଷୀ ପୁର୍ଣିମା କୁ ପାଳନ କରିଥାନ୍ତି | ଏହି ରକ୍ଷାବନ୍ଧନ ଦିନ ଭଉଣୀ ମାନେ ଭାଇ ଙ୍କ ହାତ ରେ ରାକ୍ଷୀ ବାନ୍ଧନ୍ତି | ଏହି ବର୍ଷ ରାକ୍ଷୀ ପୁର୍ଣିମା ଅଗଷ୍ଟ ମାସ ୧୯ ତାରିଖ ରେ ପଡୁଛି | ଆପଣ ଏହି ଦିନ ରାକ୍ଷୀ ପୁର୍ଣିମା ପର୍ବ କୁ ପାଳନ କାରବେ |
ତେବେ ଏହି ଭଦ୍ରା କାଳ ର ସମୟ ଯଦି ଦେଖିବା ଏହି ଭଦ୍ରା କାଳ ସକାଳ ୯ ଟା ୨୧ ରୁ ଆରମ୍ଭ ହୋଇ ୧ ଟେ ୩୦ ମିନିଟ ପର୍ଯ୍ୟନ୍ତ ରହୁଛି | ଆପଣ ମାନେ ଏହା ପରେ ରାକ୍ଷୀ ପୁର୍ଣିମା ପର୍ବ କୁ ପାଳନ କରିପାରିବେ | ଭଦ୍ରା ହେଉଛନ୍ତି ସୂର୍ଯ୍ୟ ଦେବତା ଙ୍କ ଝିଅ ଏବଂ ଶନି ଦେବ ଙ୍କ ଭଉଣୀ ସେ ବହୁତ କ୍ରୁର ଏବଂ କ୍ରୋଧୀ ହୋଇଥାଏ |
ଯେତେବେଳେ ଜନ୍ମ ହେଲେ ସାରା ଜଗତ କୁ ନିଜର ଖାଦ୍ୟ ଭାବେ ଗ୍ରହଣ କଲେ | ସେଥିପାଇଁ ଯେତେବେଳେ ଯେଉଁଠି ଶୁଭ କର୍ମ ଟିଏ ହେଲା ସେହି ସମୟ ରଏ କିଛି ନା କିଛି ଅଘଟଣ ଘଟିଲା ସେଥିପାଇଁ ଭଦ୍ରା କାଳ ସମୟ ରେ କୌଣସି କାର୍ଯ୍ୟ କରିବା ଉଚିତ ନୁହଁ | ରାକ୍ଷୀ ପୁର୍ଣିମା ସମୟ ରେ ନିଶ୍ଚିତ ମଧ୍ୟ ରେ ଭଦ୍ରା କାଳ ର ସମୟ ଟିଏ ଥାଏ | ଏହି ସମୟ ରେ ଆପଣ କେବେ ବି ରାକ୍ଷୀ ବାନ୍ଧିବେ ନାହିଁ |