ଦେଖନ୍ତୁ ମାଙ୍କଡଙ୍କ ପ୍ରତିଶୋଧ ର ନିଶା, କେମିତି 250 କୁକୁରଙ୍କ ଜୀବନ ନେଇଗଲା ମାଙ୍କଡ଼, ଆଉ ତାପରେ…

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ପଶୁମାନଙ୍କୁ ଭୁଲ୍ ଶତ୍ରୁ ସହିତ ପଙ୍ଗା ନେବା ଏବଂ ତାପରେ ପସ୍ତେବା ଭଳି କିଛି ଘଟଣା ଦେଖିବା ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ।

ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ଦେଖନ୍ତୁ ଯେ ଗୋଟିଏ ବିଲେଇ ଏକ ଗଛ ତଳେ ବସିଥିବା ଏକ ଗୁଣ୍ଡୁଚି ମୂଷାକୁ ଶିକାର କରିବା ପାଇଁ ଆସୁଛି ଏବଂ ଗୁଣ୍ଡୁଚି ମୂଷା ନ ଦେଖି ପାରିବା ଭଳି ଏକ ଗଛ ଉହାଡରେ ଛପି ବସୁଛି କିଛି ସମୟ ଲୁଚିବା ପରେ ଶେଷରେ ବିଲେଇ ଗୁଣ୍ଡୁଚି ମୂଷା ଉପରକୁ ଆକ୍ରମଣ କରେ କିନ୍ତୁ କିଏ କଣ ଖେଳ ପୁରାପୁରି ଓଲଟା ପଡ଼ିଗଲା ଏବଂ ଏଠାରେ ଶିକାରୀ ନିଜେ ଶିକାର ପାଲଟି ଗଲାଗୁଣ୍ଡୁଚି ମୂଷାର ଆକ୍ରମଣ ଯୋଗୁଁ ବିଚରା ବିଲେଇ ଏକା ମୁହାଁ ହୋଇ ସେଠାରୁ ଜୀବନ ବଞ୍ଚାଇ ଚାଲିଗଲା।

ଏହି ଘଟଣାରେ ଗୋଟିଏ ଗଧ ପ୍ରଥମେ ଓଟକୁ ହଇରାଣ କରିବା ପାଇଁ ଚେଷ୍ଟା କରେ ଏବଂ ଗଧଟି ଉପରକୁ ଉଠି ଓଟ ବେକକୁ କାମୁଡିବାକୁ ଲାଗେ କିନ୍ତୁ ମାତ୍ର କିଛି ସେକେଣ୍ଡ ଭିତରେ ତା ମୁଣ୍ଡରେ ବୁଦ୍ଧି ପଶିଗଲା ଯେତେବେଳେ ଓଟ ତା ପିଠିକୁ କାମୁଡି ତାକୁ ବୁଲେଇବାକୁ ଲାଗେ ଏହାପରେ ଗଧ ବି ବୁଝିଗଲା ଯେ ସେ ଆଜି ଭୁଲ୍ ଯିବ ସହିତ ପଙ୍ଗା ନେଇଛି।

ଏହି ହରିଣ ଏଠାରେ ମନ ଆନନ୍ଦରେ ପତ୍ର ଖାଇ ପେଟ ଭରୁଥିଲା କିନ୍ତୁ ଅଚାନକ ସେଠାକୁ ଏକ କୁକୁର ଆସେ ଏବଂ ହରିଣକୁ କମଜୋର ଭାବି ତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ କିନ୍ତୁ ହରିଣ ଏଠି ଦୌଡିବା ବଦଳରେ ଓଲଟା କୁକୁରକୁ ମାରିବା ପାଇଁ ଗୋଡେଇଯାଏ ଏବଂ ଶକ୍ତ ମୁଣ୍ଡିଆ ଖାଇବା ପରେ କୁକୁର ଆଉ ରୀଟର୍ନ ଆସେ ନାହିଁ ଭୁଲ୍ ଶତ୍ରୁ ସହ ପଙ୍ଗା ନେଲେ କଣ ହୁଏ ତାକୁ ଭଲସେ ବୁଝା ପଡ଼ିଯାଏ।

ଏଠାରେ ଗୋଟିଏ କୁକୁର ନିଜକୁ ବଡ଼ ଭାବି ମୀଙ୍କ୍ ନାମକ ଏହି ଛୋଟ ଜୀବ ଉପରେ ଆକ୍ରମଣ କରିଦିଏ କିନ୍ତୁ ଦର୍ଶକ ବନ୍ଧୁ ମୀଙ୍କ୍ ଛୋଟ ହେଲେ ବି ବୋହୁତ ଖତରନାକ ହୋଇଥାନ୍ତି ଏବଂ ଏଠାରେ କୁକୁରର ଭୁଲ୍ ତାକୁ ଭାରି ପଡ଼ିବାକୁ ଲାଗିଲା ମୀଙ୍କ୍ ର ଆକ୍ରମଣରୁ ନିଜ ଜୀବନ ବଞ୍ଚାଇ ଦୌଡ଼ୁଥିବା ଏହି କୁକୁରକୁ ଦେଖିଲେ ଉପରୋକ୍ତ କଥା ସତ ପ୍ରମାଣିତ ହୁଏ।

ଏଠି ଏହି କୁକୁର ଗୋଟିଏ ଇଗ୍ୟାନାକୁ ବୋହୁତ ହଇରାଣ କରିବା ପାଇଁ ଚେଷ୍ଟା କରୁଥିଲେ ପ୍ରଥମେ ତ ଇଗ୍ୟାନା ସେମାନଙ୍କୁ ଖାତିର ନ କରି ଅଣଦେଖା କରେ କିନ୍ତୁ ଯେତେବେଳେ କୁକୁରମାନେ ହଇରାଣ କରିବାର ସବୁ ସୀମା ଟପି ଯାଆନ୍ତି ତେବେ ଇଗ୍ୟାନା ତାଙ୍କୁ ପାନେ ଦେବା ପାଇଁ ଏକ ନୂଆ ପ୍ଲାନ୍ ତିଆରି କରେ ଯେତେବେଳେ ଗୋଟିଏ କୁକୁର ଏହା ପାଖକୁ ଆସିଯାଏ ତେବେ ସେ ନିଜ ଲାଙ୍ଗୁଡ ଦ୍ଵାରା ଏକ ଶକ୍ତ ପାହାର ଦିଏ ଏହି ପାହାର ଖାଇଲା ପରେ ବିଚାର କୁକୁରଟି ଯନ୍ତ୍ରଣାରେ ବଙ୍କା ହୋଇଯାଏ ଏବଂ ସେଠାରୁ ଏକ ସେକେଣ୍ଡରେ ଗାୟବ ହୋଇଯାଏ। ଅନ୍ୟ ଏକ ଭିଡିଓରେ ମଧ୍ୟ ଆପଣ ଦେଖି ପାରୁଥିବେ ଯେ ଗୋଟିଏ ଇଗ୍ୟାନା କୁକୁର ପାଖକୁ ଗୋଡେଇ ଆସେ ଏବଂ କୁକୁର ବି ପ୍ରଥମେ ଡରି ପଳେଇଯାଏ କିନ୍ତୁ ମାତ୍ର କିଛି ସମୟ ଭିତରେ କୁକୁର ସାହସ ଯୋଟାଏ ଏବଂ ପ୍ରତିଶୋଧ ନେବା ପାଇଁ ନ ଡରି ଇଗ୍ୟାନା ଉପରକୁ ଆକ୍ରମଣ କରିଦିଏ।

ଦର୍ଶକ ବନ୍ଧୁ ଜଙ୍ଗଲି ଗୋଧିମାନେ ବୋହୁତ ସାହସୀ ଏବଂ ଅକ୍ରମକ ହୋଇଥାନ୍ତି ଏଠାରେ ଆପଣମାନେ ଦେଖି ପାରୁଥିବେ ସିଂହ ମାନେ ଅନେକ ଚେଷ୍ଟା କରି ବି ଶେଷ ପର୍ଯ୍ୟନ୍ତ ଏହି ଗୋଧିଟିକୁ ମାରି ପାରିଲେ ନାହିଁ ଶେଷରେ ଦେଖନ୍ତୁ ଗୋଧି କିପରି ବୀର ଦର୍ପର ସହ ସିଂହ ମାନଙ୍କ ଆଗରୁ ଚାଲିଗଲା।

ଏହି ଘଟଣାରେ ଏକ ମାଙ୍କଡ ଛୁଆକୁ ମାରିବା ସେହି ଏରିଆର କୁକୁରଙ୍କୁ ଭାରି ପଡ଼ିଗଲା ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ସେପ୍ଟେମ୍ବର ୨୦୨୧ ରେ ଘଟିଥିବା ଏହି ଘଟଣାରେ ମାଙ୍କଡମାନେ କୁକୁର ଛୁଆ ଗୁଡ଼ିକୁ ଗଛ ଉପରକୁ ଟେକି ନେଇ ତଳକୁ ଫିଙ୍ଗି ଦେଉଥିଲେ ଏମିତି ୨୫୦ କୁକୁରଙ୍କୁ ମାରିବା ପରେ ଶେଷରେ ମହାରାଷ୍ଟ୍ର ବନ ବିଭାଗର ଅଧିକାରୀମାନେ ଏହି ମାଙ୍କଡ ପଲକୁ ଧରିବାରେ ସକ୍ଷମ ହେଲେ ନହେଲେ ଏହି ମାଙ୍କଡ ପ୍ରତିଶୋଧର ନିଶା କୁକୁରଙ୍କୁ ସେହି ଏରିଆରୁ ସମାପ୍ତ କରି ଦେଇଥାନ୍ତା।

Leave a Reply

Your email address will not be published. Required fields are marked *