ମାତ୍ର ୧ ଗ୍ଲାସ, ଶିରା ପ୍ରସିରାରେ ରକ୍ତ ବହିବାକୁ ଲାଗିବ, Medicine ଦରକାର ନାହିଁ ଆଜିଠୁ ହିଁ ଖାଇବା ଆରମ୍ଭ କରିଦିଅନ୍ତୁ …

ହେମୋଗ୍ଲୋବିନ ହେଉଛି ଏକ ପ୍ରୋଟିନ ଯାହା ଜଣେ ବ୍ୟକ୍ତିର ଲାଲ ରକ୍ତ କଣିକାରେ ଥାଏ । ଏହି କୋଷଗୁଡ଼ିକ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ବହନ କରନ୍ତି । ଏହା ସହିତ ହେମୋଗ୍ଲୋବିନ୍ ସାହାଯ୍ୟରେ ଶରୀରରୁ ଅଙ୍ଗାରକାମ୍ଳ ନିର୍ଗତ ହୁଏ । ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ହେମୋଗ୍ଲୋବିନର ସ୍ତର କମିଯାଏ, ତେବେ ଶରୀରର ଅନେକ କାର୍ଯ୍ୟରେ ସମସ୍ୟା ଦେଖାଯାଏ । ଜଣେ ସୁସ୍ଥ ପୁରୁଷର ରକ୍ତରେ ହେମୋଗ୍ଲୋବିନର ମାତ୍ରା ୧୩.୫ ଗ୍ରାମ ପ୍ରତି ଡିସିଲିଟର ରହିବା ଆବଶ୍ୟକ । ସେହିପରି ମହିଳାଙ୍କ ରକ୍ତରେ ହେମୋଗ୍ଲୋବିନର ମାତ୍ରା ୧୨ ଗ୍ରାମ ପ୍ରତି ଡିସିଲିଟର ରହିବା ଉଚିତ । ଏହି ମାତ୍ରାରୁ କମ୍ ହେଲେ ରକ୍ତରେ ହେମୋଗ୍ଲୋବିନର ଅଭାବ ବୋଲି କୁହାଯାଏ । ଜଣେ ବ୍ୟକ୍ତିରେ ହେମୋଗ୍ଲୋବିନର ଅଭାବ ଅନେକ କାରଣରୁ ହୋଇପାରେ ଯେପରିକି, ଲୌହ(ଆଇରନ୍)ର ଅଭାବରେ ରକ୍ତହୀନତା, ଗର୍ଭଧାରଣ, କିଡନୀ ଏବଂ ଯକୃତ ରୋଗ ଏବଂ ବହୁ ଦିନଧରି ହୋଇଥିବା କୌଣସି ରୋଗ ଇତ୍ୟାଦି ।

ହେମୋଗ୍ଲୋବିନ ଅଭାବରେ ଜଣେ ବ୍ୟକ୍ତିର ହୃଦସ୍ପନ୍ଦନ ଅନିୟମିତ ହୁଏ, ଚର୍ମ ହଳଦିଆ, ଥକାପଣ, ମାଂସପେଶୀ ଦୁର୍ବଳତା, ବାରମ୍ବାର ଅପ୍ରତ୍ୟାଶିତ କ୍ଷତ ଏବଂ ବାରମ୍ବାର ମୁଣ୍ଡବିନ୍ଧାର ସମସ୍ୟା ଅନୁଭବ ହୁଏ । ଏହି ସମସ୍ତ ସମସ୍ୟାକୁ ଧ୍ୟାନରେ ରଖି ହେମୋଗ୍ଲୋବିନ୍ ବୃଦ୍ଧି ପାଇଁ ଘରୋଇ ଉପଚାର ଓ ପଦ୍ଧତି ଏହି ଲେଖାରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଏଥିସହ ହେମୋଗ୍ଲୋବିନ ବୃଦ୍ଧି ପାଇଁ ଆପଣ କଣ କରିବା ଉଚିତ ଏବଂ ବୃଦ୍ଧି ପାଇଁ କଣ ଖାଇବା ଉଚିତ ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ।  ଗ୍ରୀଷ୍ମ ଋତୁରେ ମିଳୁଥିବା ତରଭୁଜରେ ଲୌହର (ଆଇରନ୍) ମାତ୍ରା ଅଧିକ ଥାଏ । ଆପଣଙ୍କୁ ସତେଜ ରଖୁଥିବା ତରଭୁଜ ଲୌହରେ ଭରପୂର ଅଟେ । ଏହା ସହ ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ ଭାବରେ ମଧ୍ୟ ଏହାକୁ ବିବେଚନା କରାଯାଏ । ତରଭୁଜ ଭିଟାମିନ୍ ସି ଓ ଲୌହର ଅବଶୋଷଣରେ ସାହାଯ୍ୟ କରେ ଏବଂ ହେମୋଗ୍ଲୋବିନର ସ୍ତରକୁ ବୃଦ୍ଧି କରାଇଥାଏ । ଗୋଟିଏ କପ୍ ତରଭୁଜରେ ପ୍ରାୟ ୦.୪ ମିଲିଗ୍ରାମ ଲୌହ ଥାଏ ।

ଆଜିର ଯୁଗରେ ଅନେକ ଲୋକ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ବିଶେଷକରି ପିଲାମାନେ ପାଳଙ୍ଗ କିମ୍ବା ସବୁଜପତ୍ରଯୁକ୍ତ ପନିପରିବା ଖାଇବାକୁ ଅନିଚ୍ଛା ପ୍ରକାଶ କରନ୍ତି । କିନ୍ତୁ ଏହି ସବୁଜ ପନିପରିବା ଖାଇଲେ ଆପଣ ଅନେକ ଲାଭ ପାଇବେ । ଯଦି ଆପଣ ନିଜ ଖାଦ୍ୟରେ ଲୌହ ଥିବା ଖାଦ୍ୟ ସାମଗ୍ରୀକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଚାହାଁନ୍ତି, ତେବେ ଦୈନିକ ଖାଦ୍ୟରେ ପାଳଙ୍ଗକୁ ଅନ୍ତର୍ଭୁକ୍ତ କରିବା ଉଚିତ । ଏହା ଆପଣଙ୍କୁ ଅଧିକ ପରିମାଣର ଲୌହ ଯୋଗାଇଥାଏ, ଯାହା ହେମୋଗ୍ଲୋବିନ୍ ସ୍ତରକୁ ବୃଦ୍ଧି କରାଇଥାଏ । ପ୍ରାୟ ୧୦୦ ଗ୍ରାମ ପାଳଙ୍ଗ ଖାଇଲେ ଆପଣଙ୍କୁ ଚାରି ମିଲିଗ୍ରାମର ଲୌହ ମିଳିବ । ହେମୋଗ୍ଲୋବିନ୍ ବୃଦ୍ଧି କରିବାକୁ ସୋୟାବିନ୍, ରାଜମା ଏବଂ ମଟର ଖାଇପାରିବେ । କୌଣସି ପ୍ରକାରର ପନିପରିବା ସହିତ ଏହିସବୁ ମିଶ୍ରଣ କରି ଆପଣ ଖାଇ ପାରିବେ ।

ଏହା ଖାଇଲେ ରକ୍ତରେ ହେମୋଗ୍ଲୋବିନର ସ୍ତର ବୃଦ୍ଧି ହୋଇଥାଏ । ଏଗୁଡ଼ିକରେ ଅଧିକ ପରିମାଣର ଫୋଲେଟ୍ ଏବଂ ଭିଟାମିନ୍ ସି ଥାଏ । ଯଦି ଆପଣ ୧୦୦ ଗ୍ରାମ ସୋୟାବିନ୍ ଖାଇବେ ପ୍ରାୟ ୧୫.୭ ମିଗ୍ରା ଲୌହ ପାଇବେ । ହେମୋଗ୍ଲୋବିନ୍ ବୃଦ୍ଧି ପାଇଁ ଘରୋଇ ଉପଚାରରେ ମଧ୍ୟ ସେଓ ଅନ୍ତର୍ଭୁକ୍ତ କରିପାରିବେ । ହେମୋଗ୍ଲୋବିନ୍ ସ୍ତରରେ ସନ୍ତୁଳନ ରଖିବା ପାଇଁ ପ୍ରତିଦିନ ଏକ ସେଓ ଖାଇବା ଉଚିତ । ସେଓରେ ଲୌହ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ ଯାହା ରକ୍ତରେ ହେମୋଗ୍ଲୋବିନର ସ୍ତରକୁ ସ୍ୱାଭାବିକ କରିବା ପାଇଁ ଆବଶ୍ୟକ । ହେମୋଗ୍ଲୋବିନର ସ୍ତର ବୃଦ୍ଧି କରିବାକୁ ଦିନକୁ ଗୋଟିଏ ସେଓ ଖାଆନ୍ତୁ କିମ୍ବା ଦିନକୁ ଦୁଇଥର ଅଧା କପ୍ ସେଓ ଏବଂ ବିଟ୍ ରସ ପିଅନ୍ତୁ । ଏହି ରସକୁ ସ୍ୱାଦିଷ୍ଟ କରିବା ପାଇଁ ଆପଣ ଅଦା ଏବଂ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ ।

Leave a Reply

Your email address will not be published. Required fields are marked *