ପୂଜା ପାଠ,ଦାନ ଧର୍ମ କରୁଥିବା ଲୋକେ କଣ ପାଇଁ ବହୁତ୍ କଷ୍ଟ ପାଇଥାନ୍ତି, ଭଗବାନ କେମିତି ପରୀକ୍ଷା ନିଅନ୍ତି |

ଜୀବନରେ ସବୁ ସମୟରେ କିଛି ନା କିଛି ସମସ୍ଯା ଆସିଥାଏ । ସେହି ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ସବୁ ସମସ୍ଯା ପାଇଁ ଭଗବାନଙ୍କ ପାଖରେ ବହୁତ ପୂଜା ପାଠ କରନ୍ତି । ବହତ ପ୍ରତିକାର ମଧ୍ୟ କରନ୍ତି । ପରିବାରର ମଙ୍ଗଳ ପାଇଁ ଭଗବାନଙ୍କ ପାଖରେ ବହୁତ ଭକ୍ତିର ସହିତ ପୂଜା କରନ୍ତି । ହେଲେବି ଜୀବନରେ ବହୁତ ଦୁଃଖ କଷ୍ଟ ସହିବାକୁ ପଡିଥାଏ । ଯେତେ ଧର୍ମ କର୍ମ କାଲେ ମଧ୍ୟ ଦୁଃଖ ପାଇଥାଉ । କିନ୍ତୁ ଯେଉଁମାନେ ପୂଜା ପାଠ ଧର୍ମ କରନ୍ତି ନାହିଁ ସେହିମାନେ ବହୁତ ସୁଖରେ ରହିଥାନ୍ତି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସମସ୍ତେ କର୍ମ କରିଚାଲ ମୁ କର୍ମ ଅନୁସାରେ ଫଳ ଦେବି ।

ସେଥିଲାଗି ପାପୀ ଲୋକ ସବୁବେଳେ ସୁଖ ଭୋଗ କରନ୍ତି କିନ୍ତୁ ଧର୍ମ କରୁଥିବା ଲୋକ ଦୁଃଖ ଭୋଗ କରନ୍ତି । ଆସନ୍ତୁ ଜାଣିବା କାହିଁକି ଏପରି ହୋଇଥାଏ । ଜେନ ଗୁରୁଜୀଙ୍କର ଦୁଇଜଣ ସନ୍ତାନ ଥିଲେ । ଦୁଇଜଣ ସନ୍ତାନ ମଧ୍ୟରୁ ଜଣେ ବୁଦ୍ଧିମାନ ଥିଲା ଓ ଧର୍ମ କର୍ମରେ ବ୍ୟସ୍ତ ରହୁଥିଲା । କିନ୍ତୁ ଅନ୍ୟ ଜଣେ ସନ୍ତାନ ଅଭ୍ଯାସ ଖରାପ ହୋଇଯାଇଥିଲା । ପ୍ରଥମ ସନ୍ତାନଟିଏ ସବୁବେଳେ ସତସଙ୍ଗ ବା ନାମକୀର୍ତନ ହୋଇଥାଏ ,ସେହିଠାକୁ ଯାଇଥାଏ । କିନ୍ତୁ ଦ୍ଵିତୀୟ ସନ୍ତାନଟିଏ ସବୁବେଳେ ବେଶ୍ୟା କୋଠିକୁ ଯାଇ ମନୋରଞ୍ଜନ କରିଥାଏ । ଦିନେ ବେଶ୍ୟା କୋଠିରୁ ଫେରିବା ବେଳେ ରାସ୍ତାରେ ସୁନାରେ ଭରିଥିବା ଏକ ବ୍ୟାଗ ମିଳିଲା ।

ସେହି ବ୍ଯାଗକୁ ନେଇ ସେ ବହୁତ ଖୁସି ମନରେ ଘରକୁ ଫେରିଲା । କିନ୍ତୁ ଦ୍ଵିତୀୟ ସନ୍ତାନଟିଏ ସତସଙ୍ଗ ସଋ ଘରକୁ ଫେରିବା ସମୟରେ ବାଟରେ ଗୋଟିଏ କଣ୍ଟା ପାଦରେ ଫୁଟିଗଲା । ଏହି ସବୁ କଥା ସେହି ସନ୍ତାନଟିଏ ଯାଇ ଗୁରୁଜୀଙ୍କୁ କହିଲା । ସେ ବେଶ୍ୟା କୋଠିକୁ ଯାଇଥିଲା ମନୋରଞ୍ଜନ ପାଇଁ କିନ୍ତୁ ସେ ସୁନାର ବ୍ୟାଗ ପାଇଲା ।ମୁଁ ସତସଙ୍ଗ କରିବାକୁ ଯାଇଥିଲି ମୋ ପାଦରେ କଣ୍ଟା ଫୁଟିଗଲା । ଏ କି ବିଚାର ଭଗବାନଙ୍କର । ଗୁରୁଜୀ କହିଲେ ତମେ କେବଳ ବର୍ତ୍ତମାକୁ ଭାବୁଛ କିନ୍ତୁ ଭଗବାନ ବର୍ତ୍ତମାନ ଓ ଭବିଷ୍ୟତ କୁ ନେଇ ନିର୍ନୟ କରିଥାନ୍ତି । ଯାହାକୁ ଆଜି ସୁନା ଗହଣା ମିଳିଲା ତାକୁ ମିଳିବାର ଥିଲା ।

କିନ୍ତୁ ସେ ବେଶ୍ୟାର ମନୋରଞ୍ଜନ କରିବାରୁ ତାର ସବୁ ପୂଣ୍ୟ କ୍ଷେୟ ହୋଇଗଲା । କିନ୍ତୁ ଆଜି ତମର ମୃତ୍ୟୁ ହେବାର ଥିଲା କିନ୍ତୁ ତୁମର ଭଗବାନଙ୍କ ପ୍ରତି ଭକ୍ତି ଥିବାରୁ ତୁମର ମୃତ୍ୟୁକୁ ଏକ ଲୁହା କଣ୍ଠରେ ପରିବର୍ତ୍ତନ କରିଦେଲେ । ଏଥିରୁ ବୁଝିବା ଦରକାର ଯେ ପାପ କରନ୍ତି ତାଙ୍କର ସେହି ସମୟରେ ସବୁ ପୂଣ୍ୟ କ୍ଷେୟ ହୋଇଯାଏ । କିନ୍ତୁ ଯେଉଁ ବ୍ୟକ୍ତି ସବୁବେଳେ ଭକ୍ତିର ସହ ଭଗବାନଙ୍କୁ ଆରଧନା କରେ ତାଙ୍କର ଭଗବାନ ପରୀକ୍ଷା ନେଇଥାନ୍ତି । ଏବଂ ଦୁଃଖ ପରେ ସୁଖ ଆସିଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *