ଶ୍ରୀଲଙ୍କା ଠାରୁ ସିରିଜ ପୋଛିନେଲା ଭାରତ | ଵୋଲିଙ୍ଗ ରେ କମାଲ କଲଏ ରିଙ୍କୁ ସିଂ ଏବଂ ସୂର୍ଯ୍ୟ କୁମାର ଯାଦବ | କାନ୍ଦି କାନ୍ଦି ହାରିଲା ଶ୍ରୀଲଙ୍କା | ୩ ୟ ଟି -୨୦ ରେ ଭାରତ ଶ୍ରୀଲଙ୍କା ଙ୍କୁ ପରାସ୍ତ କରିଥିଲା | ଉଭୟ ଦଳ ନିଜ ନିଜ ଇନିଙ୍ଗସ୍ ରେ ୧୩୭ ରନ୍ କରିଥିଲେ ସେଥିପାଇଁ ସୁପର ଓଭର ଉପରେ ଫଳା ଫଳ ନିର୍ଭର କରିଥିଲା | ଭାରତ ଶ୍ରୀଲଙ୍କା କୁ ସୁପର ଓଭର ରେ ମାତ୍ର ୨ ରନ୍ ସ୍କୋର କରିବାକୁ ଦେଇଥିଲା | ସୁପର ଓଭର ର ପ୍ରଥମ ବଲ ରେ ଭାରତ ତାର ବିଜୟ ସୁନିଶ୍ଚିତ କରିଥିଲା |
ଏକ ସମୟ ରେ ଶ୍ରୀଲଙ୍କା କୁ ୩୦ ବଲ ରେ ୩୦ ରନ୍ କରିବାକୁ ଆବଶ୍ୟକ ପଡୁଥିଲା କିନ୍ତୁ ଭାରତ ର ଦେଡ ବୋଲିଙ୍ଗ ଫୁଣିଥରେ ଆତଙ୍କ ସୃଷ୍ଟି କରିଥିଲା | ଟସ ଜିତି ପ୍ରଥମେ ଶ୍ରୀଲଙ୍କା ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିଲା | ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି ୧୩୭ ରନ୍ କରିଥିଲା | ଶ୍ରୀଲଙ୍କା ରନ୍ କୁ ଟାର୍ଗେଟ କରି ପ୍ରଥମ ନିଶଙ୍କା ଓ କୁସଲ ମେଣ୍ଡିସ ଦଳ ପାଇଁ ଭଲ ଆରମ୍ଭ କରିଥିଲେ ଉଭୟ ଙ୍କ ମଧ୍ୟ ରେ ୫୮ ରନ୍ ର ଏକ ଗୁରୁତ୍ୱପୂର୍ଣ ଭାଗିଦାରୀ ହୋଇଥିଲା | ନିଶଙ୍କା ଆଉଟ ହେବ ପରେ କୁଶଲ ମେଣ୍ଡିସ ଓ କୁଶଲ୍ ପରିଡା ଶ୍ରୀଲଙ୍କ ଦଳ ର ଭାର ସମ୍ଭାଳିଥିଲେ |
ସେମାନଙ୍କ ମଧ୍ୟରେ ବାବନ ରନ୍ ବଡ ଭାଗିଦାରୀ ଭାରତ ଦଳ କୁ ବ୍ୟର୍ଥ କୁ ଉଠେଇଦେଇଥିଲା କିନ୍ତୁ ୧୬ ଓଭର ରେ ରବି ବିଷ୍ଣୋଇ କୁସଲ ମେଣ୍ଡେଲ ଙ୍କ ୱିକେଟ୍ ନେଇ ଭାରତ ର ଆଶା କୁ ବଞ୍ଚାଇ ରଖିଥିଲେ | ରିଙ୍କୁ ସିଂ ଜଣେ ବ୍ୟାଟସ୍ ମ୍ୟାନ କିନ୍ତୁ ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ରେ ବୋଲିଙ୍ଗ କରିଥିଲେ | କ୍ୟାରିୟାର ର ସେ ଦ୍ଵିତୀୟ ବଲ ରେ ୪୬ ରନ୍ କରିଥିବା କୁସଲ ପରିଡା ଙ୍କ ୱିକେଟ ନେଇଥିଲେ | ସେହି ଓଭର ରେ ସେ ରମେଶ ମାଣ୍ଡେଲ ଙ୍କ ୱିକେଟ୍ ନେଇ ଭାରତ ପାଇଁ ମ୍ୟାଚ ଫେରାଇ ଆଣି ଦେଇଥିଲେ |
ଏହି ସମୟ ରେ ଲାଷ୍ଟ ଓଭର ରେ ସୂର୍ଯ୍ୟ କୁମାର ୟାଦବ ବୋଲିଙ୍ଗ କରିଥିଲେ ଯେତେବେଳେ ଶ୍ରୀଲଙ୍କା କୁ ୬ ବଲ ରେ ୬ ରନ୍ ଆବଶ୍ୟକତା ରହିଥିଲା | କ୍ରମାଗତ ୨ ଟି ବଲ ରେ ସେ ୨ ଟି ୱିକେଟ ନେଇଥିଲେ କିନ୍ତୁ ଶେଷ ବେଳକୁ ୨ ଦଳ ର ରନ୍ ସମାନ ହୋଇଥିଲା ଯେଉଁଥିପାଇଁ ସୁପର୍ ଓଭର ର ଦରକାର ପଡିଥିଲା | ତେବେ ସୁପର ଓଭରରେ ପ୍ରଥମେ ବ୍ୟାଟିଂ ପାଇଁ ଶ୍ରୀଲଙ୍କା ଆସିଥିଲା ଏବଂ ୨ ରନ୍ କରିବାରେ ସକ୍ଷମ ହୋଇଥିଲା | ତେବେ ଭାରତ କୁ ଜିତିବା ୩ ରନ୍ ର ଏକ ଲକ୍ଷ ରହିଥିଲା | ଭାରତ ପାଇଁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପ୍ରଥମ ବଲ ରେ ଚୌକା ମାରି ଦଳ କୁ ଏକ ଐତିହାସିକ ବିଜୟ ଦେଇଥିଲେ |