Mysterious : ବୈଜ୍ଞାନିକ ମାନେ ଖୋଜିଲେ ଇତିହାସର ୬ଟି ଆଶ୍ଚଯ୍ୟ ଜନକ ଜିନିଷ, ଯାହାକୁ ଦେଖି ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆମର ଏହି ଦୁନିଆ ରହସ୍ୟରେ ଭାରି ଅଛି ଯାହାର ଅନୁମାନ ଆମେମାନେ କରିପାରିବା ନାହିଁ। ଏହା ତ ସତ୍ୟ ଯେ କେବଳ ଆମେ ଏହି ପୃଥିବୀରେ ରହୁଥିବା ପ୍ରଥମ ଜୀବ ନୁହନ୍ତି। କାହିଁକି ନା ଆମଠୁ ଆଗରୁ ଏହି ପୃଥିବୀରେ ମନୁଷ୍ୟ ଏବଂ ବିଭିନ୍ନ ଜୀବଜନ୍ତୁ ରହୁଥିଲେ। ଏଥିପାଇଁ ସାରା ଦୁନିଆର ବୈଜ୍ଞାନିକମାନେ ସବୁବେଳେ କୌଣସି ନା କୌଣସି ଜିନିଷର ସନ୍ଧାନରେ ଲାଗିଥାଆନ୍ତି। ଯାହାଫଳରେ ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀରେ କଣ ଥିଲା ଏହା ଜାଣିହେବ। ଏମିତି ହିଁ ବୈଜ୍ଞାନିକମାନେ ସନ୍ଧାନ କରିବାବେଳେ କିଛି ଜିନିଷ ଏମିତି ମିଳିଯାଏ ଯାହା ବିଷୟରେ ବର୍ଣ୍ଣନା କରିବା ଟିକେ ଜଟିଳ ହୋଇଯାଏ। ଆଜି ଆସନ୍ତୁ ଦେଖିବା ବୈଜ୍ଞାନିକମାନଙ୍କୁ ମିଳିଥିବା ଲକ୍ଷ ଲକ୍ଷ ବର୍ଷ ପୁରୁଣା ଏମିତି ବାସ୍ତୁ ଏବଂ କଙ୍କାଳ ଯାହା ବିଷୟରେ ଆପଣ କେବେ କଳ୍ପନା ବି କରି ନଥିବେ।

ଉନେଇଶ ଶତାବ୍ଦୀରେ ଗୋଟେ ସାଇଣ୍ଟିଫିକ୍ ରିସର୍ଚ୍ଚ କରିବାବେଳେ ମାଟି ଖୋଳାଯାଉଥିଲା ହେଲେ ମାଟି ଖୋଳିବାବେଳେ ବୈଜ୍ଞାନିକମାନଙ୍କୁ ସେହି ମାଟିତଳୁ ଯାହା ମିଳିଲା ସେହି ବିଷୟରେ ବୈଜ୍ଞାନିକମାନେ କେବେ ତାଙ୍କ ସ୍ବପ୍ନରେ ବି ଦେଖି ନଥିଲେ। ସେହି ଜିନିଷ ଅନ୍ୟ କିଛି ନଥିଲା ବୋହୁତ ଗୁଡିଏ ମଣିଷର କଙ୍କାଳ ଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ ସେହି କଙ୍କାଳ ଗୁଡିକରୁ କିଛି କଙ୍କାଳ ବୋହୁତ ବଡ଼ ବଡ଼ ଥିଲା। କେବଳ ଲମ୍ବା ଅଧିକ ନଥିଲା ପୁରା ଶରୀର ସେମାନଙ୍କର ଗୋଟେ ବିଶାଳ ଦାନବ ଭଳି ଥିଲା। ଏହାର ଅନୁମାନ ଆପଣ ଏହି ଫଟୋରୁ ଦେଖି କରିପାରୁଥିବେ। ଏସବୁ ତ ତଥାପି ଠିକ୍ ଥିଲା ହେଲେ ହୋସ ତ ସେବେ ଉଡ଼ିଲା ଯେବେ ବୈଜ୍ଞାନିକମାନେ ଦେଖିଲେ ଏହି କଙ୍କାଳ ଗୁଡିକର ମୁଣ୍ଡରେ ସିଙ୍ଗ ଥିଲା। ବୈଜ୍ଞାନିକମାନେ ଏହି ସିଙ୍ଗ ବିଷୟରେ ଜାଣିବା ପାଇଁ ବୋହୁତ ଚେଷ୍ଟା କରିଲେ ପ୍ରକୃତରେ ଏହି ସିଙ୍ଗର ରହସ୍ୟ କଣ ରିସର୍ଚ୍ଚ କରି କରି ବୈଜ୍ଞାନିକ ମାନଙ୍କର ଜୀବନ କଟିଗଲା କିନ୍ତୁ ସେମାନେ କିଛି ପାଇଲେ ନାହିଁ।

୧୯୫୨ ମସିହାରେ ଜଣେ ଡେନିସ୍ ର ଅନୁସନ୍ଧାନକାରୀ ଏକ ରହସ୍ୟମୟ ସନ୍ଧାନ କରିଲେ। ପ୍ରକୃତରେ ସେମାନଙ୍କୁ ଏକ କାଦୁଆ ଜାଗାରୁ ଗୋଟେ ପୁରୁଷର ଶରୀର ମିଳିଲା ଏବଂ ବୈଜ୍ଞାନିକମାନଙ୍କ ଅନୁସାରେ ଏହି ଲୋକ ୨୦୦ ଖ୍ରୀଷ୍ଟପୂର୍ବ ସମୟର। ଆପଣମାନେ ନିଜେ ଚିନ୍ତା କରି ଦେଖନ୍ତୁ ଏତେ ବର୍ଷ ପୁରୁଣା ଶରୀର ଟି କଙ୍କାଳ ପାଲଟି ଯିବା କଥା କିନ୍ତୁ ନାହିଁ ଆପଣ ଦେଖିପାରୁଥିବେ କାଦୁଅ କାରଣରୁ କେବଳ ଚେହେରାକୁ ଛାଡ଼ିଦେଲେ ପୁରା ଶରୀର ପ୍ରାୟ ଠିକ୍ ଅଛି। ଏହି ବ୍ୟକ୍ତିର ଆଙ୍ଗୁଠିର ନଖରୁ ଧରି ତା ମୁଣ୍ଡର ବାଳ ପର୍ଯ୍ୟନ୍ତ ଆପଣ ସଫା ସଫା ଦେଖି ପରୁଥିବେ। ଏବଂ ଶରୀର ଏମିତି ପ୍ରିଜର୍ବ ହେବା ଯୋଗୁଁ ଏହି ବ୍ୟକ୍ତିର ମୃତ୍ୟୁର କାରଣର ମଧ୍ୟ କୁହାଯାଇପାରିବ ଏବଂ ଏହା ମଧ୍ୟ କୁହାଯାଇପାରିବ ଯେ ଏହି ବ୍ୟକ୍ତି ମାରିବା ଆଗରୁ କଣ ଖାଇଥିଲା। ଏହି ଶରୀର ଉପରେ ରିସର୍ଚ୍ଚ କରିବାପରେ ଏହା ଜଣାପଡ଼ିଲା ଯେ ଏହି ଲୋକର ଦେହସାରା ବୋହୁତ ଆଘାତ ଲାଗିଥିଲା। କିଛି ଆଘାତ ବୋହୁତ ଗଭୀର ମଧ୍ୟ ଥିଲା। ଯେଉଁଥିରୁ ଏହା ସଫା ସଫା ଜଣାପଡୁଛି ଯେ ଏହି ବ୍ୟକ୍ତିର ମୃତ୍ୟୁ ତା ଶରୀରରେ ଲାଗିଥିବା ଆଘାତ ଯୋଗୁଁ ହୋଇଥିବ।

୧୯୩୦ ମସିହା ସମୟରେ ଗଷ୍ଟାରିକାରେ ଯେତେବେଳେ ଷ୍ଟଣ୍ଟବଲ୍ ର ଖୋଜାଗଲା ସେତେବେଳେ ସମସ୍ତେ ଚିନ୍ତାରେ ପଡ଼ିଗଲେ। ବୈଜ୍ଞାନିକମାନେ ମଧ୍ୟ ବୁଝିପାରୁ ନଥିଲେ ଏହି ବିଶାଳ ପଥର ଗୁଡିକୁ ଏମିତି କେମିତି କରାଯାଇଛି। ହଜାର ବର୍ଷ ପୁରୁଣା ଏହି ବିଶାଳ ପଥରଗୁଡ଼ିକ ମଣିଷ ଦ୍ଵାରା ତିଆରି କରିବା ତ ଅସମ୍ଭବ। ଏହା ବ୍ୟତୀତ ଏହି ପଥର ଯେଉଁ ସମୟର ସେହି ସମୟରେ କୌଣସି ମଡ଼ର୍ନ ଷ୍ଟୁଲ ତ ନଥିଲା, ତାହେଲେ ଏହି ବିଶାଳ ପଥରଗୁଡ଼ିକୁ ତିଆରି କେମିତି କରାଗଲା ଏବଂ କାହିଁକି କରାଗଲା। ଏମିତି ବୋହୁତ ପ୍ରଶ୍ନ ସୃଷ୍ଟି ହୋଇଥିଲା। ହେଲେ କିଛି ଲୋକ କୁହନ୍ତି ଏହି ଗୋଲାକାର ପଥର ପାଣିର ଗତିଧାରା କାରଣରୁ ହୋଇଛି

ଚାଇନାର ରିସର୍ଚ୍ଚରସ୍ ଯାହା ସନ୍ଧାନ କରିଲେ ତାକୁ ଦେଖି ଅନୁସନ୍ଧାନକାରୀ ମାନଙ୍କ ହୋସ ଉଡ଼ିଗଲା। ଚାଇନାର ରିସର୍ଚ୍ଚରସ୍ ମାନେ ଗୋଟିଏ ଜାଗାରେ କିଛି ପ୍ରୋଜେକ୍ଟ ଉପରେ କିଛି କାମ କରୁଥିଲେ ହେଲେ ସେତେବେଳେ ସେମାନଙ୍କୁ ଜଣା ପଡ଼ିଲା ଯେ ମାଟିତଳେ ବୁଦ୍ଧଙ୍କର ପ୍ରତିମା ଅଛି ଏବଂ ସେମାନେ ସେହି ପ୍ରତିମାଟିକୁ ବାହାରକୁ କାଢିଲେ କିନ୍ତୁ କାହାଣୀ ଏଠି ସରିଲା ନାହିଁ। ସେମାନେ ଯେତେବେଳେ ସେହି ପ୍ରତିମାକୁ ବାହାରକୁ କାଢ଼ିଲେ ସେତେବେଳେ ସେମାନେ ଦେଖିଲେ ଏହା ଗୋଟେ ମରିଯାଇଥିବା ସାଧୁର ଶରୀର ଯାହା ଲର୍ଡ ବୁଦ୍ଧଙ୍କ ପ୍ରତିମା ଭଳି ବସି ରହିଛି। ଏହିକଥା ଯେମିତି ବାହାରକୁ ଆସିଲା ସେମିତି ଜଙ୍ଗଲରେ ନିଆଁ ଭଳି ଏହି ଖବର ଚାରିଆଡେ ପ୍ରଚାର ହୋଇଗଲା। ସମସ୍ତେ ଏହି ସାଧୁର ମୃତ ଶରୀରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରକୃତରେ ଏହା କେମିତି ସମ୍ଭବ ଯିଏ ୧୨୦୦ AD ରେ ମରିଯାଇଛି ସେ ଆଜିବି ଏମିତି ଲୋଟସ ପୋଜିସନ୍ ରେ କେମିତି ବସି ରହିଛି। କୁହାଯାଉଛି ଏହି ସାଧୁ ଜଣକ ଭଗଵାନ ବୁଦ୍ଧଙ୍କ ବୋହୁତ ବଡ ଭକ୍ତଥିଲେ। ରିସର୍ଚ୍ଚରୁ କିଛି କଥା ଜଣାପଡ଼ିଲା ଯେ ଏହି ସାଧୁ ଜାଣିଥିଲେ ଯେ କେମିତି ନିଜ ଶରୀରକୁ ତ୍ୟାଗ କରାଯାଏ। ଏହି ସାଧୁ ଏହା ମଧ୍ୟ ଜାଣିଥିଲେ ଯେ ମାରିବା ପରେ ବି କେମିତି ନିଜ ଶରୀରକୁ ଗୋଟେ ପୋଜିସନ୍ ରେ ରଖିହେଵ। ସମସ୍ତେ ଏହି ସାଧୁର ଶରୀରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ଏବେ ଆପଣ ଯାହା ଜାଣିବେ ଏହାକୁ ଦେଖିବା ପରେ ଆପଣଙ୍କୁ ପୌରାଣିକ କଥା ଉପରେ ବିଶ୍ୱାସ ହୋଇଯିବ। ମୂଳ ଆମେରିକୀୟ ଜନଜାତିଙ୍କ ଅନୁସାରେ କିଛି ମନୁଷ୍ୟ ଏମିତି ଥିଲେ ଯେଉଁମାନଙ୍କର ଶରୀର ସାମାନ୍ୟ ମଣିଷ ଠାରୁ ଅଧିକ ବଡ ଏବଂ ଶକ୍ତିଶାଳୀ ଥିଲା। ଏମିତି କୁହାଯାଉଛି ନିବାଡାରେ ଲାଲ୍ ରଙ୍ଗର ବାଳ ଥିବା ୧୨ ଫୁଟର ମନୁଷ୍ୟ ରହୁଥିଲା। ଏହି କାହାଣୀ ଇଣ୍ଡିଆ ଆମେରିକା ଦ୍ଵାରା ଲବ୍ ଲବ୍ ଗୁମ୍ଫାରେ ବିଶାଳ ଦାନବମାନଙ୍କ ହତ୍ୟା ସହ ଜଡ଼ିତ ଅଛି। ବିଶାଳ ଦାନବମାନଙ୍କ ଜନଜାତିକୁ ସିକ୍ ଦେ କାହା ବୋଲି କୁହାଯାଉଛି। ଏମାନେ ଅନ୍ୟ ଦୁର୍ବଳ ଜନଜାତି ଉପରେ ଆକ୍ରମଣ କରୁଥିଲେ। ଏହି ଚିନ୍ତାରେ ଅନ୍ୟ ସବୁ ଜନଜାତିମାନେ ଏକଜୁଟ ହୋଇଗଲେ ଏବଂ ଏମାନେ ଏହି ବିଶାଳ ଜନଜାତିମାନଙ୍କୁ ଗୁମ୍ଫାରେ ଲୁଚିବା ପାଇଁ ବାଧ୍ୟ କରିଦେଲେ। ଏହାପରେ ସେହି ଗୁମ୍ଫାରେ ନିଆଁ ଲଗାଇ ବିଶାଳ ଦାନବ ଭଳି ଦେଖାଯାଉଥିବା ମନୁଷ୍ୟମାନଙ୍କୁ ମାରିଦେଲେ ଏବଂ ଏହି ଗୁମ୍ଫାକୁ ବନ୍ଦ୍ କରିଦେଲେ। ୧୯୧୧ ମସିହାରେ ଡେବିଟ୍ ପର୍କ ଏବଂ ଜେମ୍ସ ହଟ ନାମକ ଦୁଇଟି ବଡ ମାଇନିଙ୍ଗ କମ୍ପାନୀ ଦ୍ଵାରା ଏହି ଗୁମ୍ଫାରେ ମାଇନିଙ୍ଗ କରାଗଲା। ଯାହାଫଳରେ ସେଠିଥିବା ସବୁ ଜିନିଷ ବର୍ବାଦ ହୋଇଗଲା। କିନ୍ତୁ ୧୯୧୨ ଏବଂ ୧୯୨୪ ମସିହାରେ କେଲିଫୋନୀୟାର ବିଶ୍ଵବିଦ୍ୟାଳୟ ଦ୍ଵାରା ଏଠି ସନ୍ଧାନ କରାଗଲା ଏବଂ ସେଠି ବୋହୁତ କଳାକୃତି ମିଳିଲା। ଏହା ବ୍ୟତୀତ ଆହୁରି ଆଶ୍ଚର୍ଯ୍ୟ ଜନକ ଜିନିଷ ମଧ୍ୟ ମିଳିଲା ଯେମିତି କି ୧୫ ଇଞ୍ଚ୍ ର ଜୋତା ଏବଂ ବତକର ମମି ଏବଂ ବିଶାଳକାୟ ହାତର ପଞ୍ଜାର ଦାଗ ମଧ୍ୟ ମିଳିଲା।

୧୯୩୧ ମସିହାରେ ପୁଣିଥରେ ଏହି ଗୁମ୍ଫାରେ ସନ୍ଧାନ କରାଗଲା ସେବେ ଗୋଟେ ମାନବର ପାଟି ମିଳିଲା ଏବଂ ଏହା ବ୍ୟତୀତ ଦୁଇଟି ଲାଲ୍ ବାଳ ଥିବା ମାନବର ମମି ମଧ୍ୟ ମିଳିଲା ଯାହାର ଉଚ୍ଚତା ୮-୧୦ ଫୁଟ ଥିଲା। କିନ୍ତୁ ଆଜିର ବୈଜ୍ଞାନିକମାନେ ଏହି ଘଟଣାକୁ ଷଡ଼ଯନ୍ତ୍ର ବୋଲି କୁହନ୍ତି।

Leave a Reply

Your email address will not be published. Required fields are marked *