ଏସିଆ କପ 2025 ଆୟୋଜନ କରିବା ଭାରତ ପାକିସ୍ତାନ ଝଟକା, ଏସିଆ କପ 2025କୁ ନେଇ ଆସିଛି ଏକ ବଡ଼ ନିଶ୍ଚପତି ଏହି ବଡ଼ ଟୁନାମେଣ୍ଟ ପାକିସ୍ତାନ ଆୟୋଜନ କରିବା ନେଇ ପୂର୍ବରୁ ସ୍ଥିର ହୋଇଥିଲା | ମାତ୍ର ଭାରତ ପାକିସ୍ତାନ କସ୍ତ ନକରିବା ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା, ଏପରିକି ଭାରତ ପାକିସ୍ତାନକୁ ନଯାଇ ଶ୍ରୀଲଙ୍କାରେ ଟୁନାମେଣ୍ଟ ଖେଳିପାରେ ବୋଲି ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଥିଲା |
ତେବେ ଏହାରି ମଧ୍ୟରେ ପାକିସ୍ତାନକୁ ଲାଗିଛି ଏକ ବଡ଼ ଝଟକା ଭାରତ ଏସିଆ କପ 2025 ଆୟୋଜନ କରିବା ନେଇ କ୍ରିକେଟ କତୃପକ୍ଷରୁ ଘୋଷଣା କରାଯଇଛି | ଏଥି ସହିତ 2024 ରୁ 2007 ପର୍ଯ୍ୟନ୍ତ ACC ଆୟୋଜକ ଅଧିକାର ପାଇଁ ବିଭିନ୍ନ କମ୍ପାନୀକୁ ସେମାନଙ୍କ Invitation for expression of interest ଦାଖଲ କରିବାକୁ ନିମନ୍ତ୍ରଣ କରାଯାଇଛି 2023 ଏସିଆ କପ ହାଇବ୍ରିଟ ମଡେଲ ଅନୁସାରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା |
ତେବେ 2027 ସଂସ୍କରଣ ବାଂଲାଦେଶରେ ଆୟୋଜିତ ହେବ ଏବଂ ଏହା ଦିନିକିଆ ଫରମାର୍ଟରେ ଖେଳା ଯିବ | ତେବେ 1990 ଏବଂ 1991 ରେ ଭାରତ ଏସିଆ କପ ଭାରତ ଆୟୋଜିତ କରିଥିବା ବେଳେ ଦୀର୍ଘ 35 ବର୍ଷ ପରେ ଭାରତରେ ଏହି ଟୁନାମେଣ୍ଟ ଖେଳାଯିବ | ଏସିଆ କପ 2025 T20 ଫରମାର୍ଟରେ ଖେଳାଯିବ ବୋଲି କୁହାଯାଉଛି, ଏହି ଟୁନାମେଣ୍ଟ ଭାରତରେ ଆୟୋଜନ ହେଲେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିପାରେ |
ଏପରି ସ୍ତିତିରେ ଭାରତ ଆସିବାକୁ ପାକିସ୍ତାନ ମନାକରିପାରେ ତେଣୁ ସ୍ତିତି ବିଗିଡ଼ି ବାର ସମ୍ଭାବନା ରହିଛି | ACC ଦ୍ୱରା ଜାରି ଟେଣ୍ଡର ଡକମେଣ୍ଟ ମୁତାବକ ଆଗାମୀ ଦିନରେ ଏସିଆ କପରେ ତେର ତେରାଟି ମ୍ୟାଚ ଖେଳାଯିବ | ଦୁଇ ସିଜିନରେ ଛଅ ଛଅଟି ଟିମ ଲେଖାଏ ସାମିଲ ହେବେ 5ଟି ଟିମ ମଧ୍ୟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ବାଂଲାଦେଶ ଏବଂ ଆଫଗାନିସ୍ତାନ ରହିଥିବା ବେଳେ ଷଷ୍ଠ ଟିମ କ୍ୟାଲିଫାଏ ରାଉଣ୍ଡରେ ମିଶ୍ରଣ କରାଯିବ |