୧. ଗାଧୋଇବା ପରେ ଓଦାକପଡା ଗାଧୁଆ ଘରେ ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଜୀବନରେ ସମ୍ମାନହାନି ହେବାର ସମ୍ଭାବନା ଦେଖା ଦେଇଥାଏ |
୨. ସ୍ତ୍ରୀ ଲୋକମାନେ ଗାଧୋଇବାର ତୁରନ୍ତ ପରେ ସିନ୍ଦୂର ଲଗାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ମନରେ ଖରାପ୍ ଭାବନା ଆସିବା ସହିତ ଆର୍ଥିକ ସଙ୍କଟ ଦେଖାଦେଇଥାଏ |
୩. ଠାକୁର ଘରେ ଠାକୁରଙ୍କ ମୂର୍ତ୍ତି କିମ୍ବା ଫୋଟ ଏପରି ରଖୁବା ଉଚିତ୍ ଯେପରି ଗୋଟିଏ ଠାକୁରଙ୍କ ଦୃଷ୍ଟି ଅନ୍ୟ ଠାକୁରଙ୍କ ଉପରେ ନପଡେ ଏହା ଅଶୁଭ ହୋଇଥାଏ |
୪. ଠାକୁର ଘରେ କେବେବି ଠାକୁରଙ୍କ ମୁହଁ ଘୋଡାଇକରି ରଖୁବା ଉଚିତ୍ ନୁହେଁ ଏବଂ ଠାକୁରଘର ଆଡକୁ ଗୋଡ଼କରି ଶୋଇବା ଉଚିତ୍ ନୁହେଁ ଏହା ଅମଙ୍ଗଳକାରି ହୋଇଥାଏ |
୫. ଯଦି ଘରୁ କୌଣସି କାର୍ଯ୍ୟରେ ସମସ୍ତ ପରିବାର ଯାଉଥାନ୍ତି ତେବେ ଠାକୁର ଘର କେବେବି ତାଲା ପକାଇ ଯିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ |
୬. ମନ୍ଦିରରେ ଠାକୁର ଦର୍ଶନ କରି ଫେରିବା ସମୟରେ କେବେବି ଘଣ୍ଟି ବଜାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଆରତୀ ସମୟରେ ଗୋଟିଏ ହାତରେ ଆରତୀ ନେବା ଅନୁଚିତ |
୭. ସ୍ତ୍ରୀ ଲୋକମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳାମାନେ ଶିବଲିଙ୍ଗ ସ୍ପର୍ଶ କରିବା ଅନୁଚିତ୍ |
୮. ସ୍ତ୍ରୀଲୋକମାନେ ମନ୍ଦିରରେ ନଡ଼ିଆବାଡେଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ରଜସ୍ବଳା ମହିଳାମାନେ ମନ୍ଦିରରେ ପ୍ରବେଶ କରିବା ଅନୁଚିତ |
୯. ମନ୍ଦିରରେ ଦିପ ଜଳାଇବା ସମୟରେ କେବେବି ଅନ୍ୟର ଦିପରେ ନିଜଦିପ ଜଳାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ |
୧୦. ମହିଳାମାନେ କେବେବି ହନୁମାନଙ୍କୁ ଏବଂ ଶନିଦେବଙ୍କୁ ସ୍ପର୍ଶ କରିବା ଉଚିତ୍ ନୁହେଁ ଏବଂ ମନ୍ଦିରରେ ମହିଳାମାନଙ୍କୁ ଭିଡ଼ରେଠେଲାପେଲା କରିବା ଦ୍ବାରା ଅମଙ୍ଗଳ କାରି ହୋଇଥାଏ |