ମେଷ – ପ୍ରତ୍ୟୁଷ ଯାତ୍ରାରେ ସଫଳତା, ମନୋବଳ ବୃଦ୍ଧି, ଉଚ୍ଚସ୍ତରରୁ ପ୍ରୋତ୍ସାହନ, ପରୋପକାରରୁ ପ୍ରଶଂସା, ସ୍ନାୟବିକ ଦୁର୍ବଳତା, ବନ୍ଧୁଙ୍କ ଅର୍ଥ ସାହାଯ୍ୟ, ମୂଲ୍ୟବାନ ଦ୍ରବ୍ଯ କ୍ରୟ, ସ୍ଥଗିତ କାମ ପାଇଁ କୈଫିୟତ୍, ଆନୁଷ୍ଠାନିକ କର୍ମାରମ୍ଭ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନିକ ସ୍ଥିତି, ରାଜନୈତିକ ପରିସ୍ଥିତି ଗମ୍ଭୀର ରହିପାରେ।
ବୃଷ – କର୍ମକ୍ଷେତ୍ରରେ ପ୍ରାଧାନ୍ୟତା, ମିତ୍ରତା ବୃଦ୍ଧି ପାଇବ, ପଦସ୍ଥ ବ୍ଯକ୍ତିଙ୍କ ସାନ୍ନିଧ୍ୟ, ପଦମର୍ଯ୍ୟାଦା ବୃଦ୍ଧି, ଆତ୍ମୀୟଙ୍କ ପାଇଁ ଚିନ୍ତା, ଆର୍ଥିକ ଅଭିବୃଦ୍ଧି, ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବେ, ସମ୍ପର୍କ ପୁଣି ଯୋଡ଼ିବେ, ମାନସିକ ଚାପ ବଢିବ। ନିର୍ମାଣାଧୀନ କାମରେ ବିଳମ୍ବଜନିତ ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି।
ମିଥୁନ – ଆର୍ଥିକ ଉନ୍ନତି, ଶିକ୍ଷାରେ ସଫଳତା, ସମ୍ପର୍କରେ ନିବିଡତା, ସନ୍ତାନଙ୍କ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ସାମାଜିକ ସ୍ତରରେ ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରି ସଫଳତା ପାଇପାରିବେ। ଖଳ ଲୋକମାନଙ୍କ କଥାରେ ମୁଣ୍ଡ ପୂରାନ୍ତୁ ନାହଁି।
କର୍କଟ – ପାରିବାରିକ ସଭାବ, ପରିସ୍ଥିତି ବଦଳିଯିବ, ନୂଆ ବ୍ୟବସାୟ ଯୋଡିବେ, ବନ୍ଧୁଙ୍କ ପ୍ରତିଶ୍ରୁତି ମିଳିବ, ସାହିତ୍ୟ କୃତିରୁ ପ୍ରଶଂସା, କ୍ରନିକ୍ରୋ ଗରେ ପୀଡା, ବାଣିଜ୍ୟରେ ପ୍ରତିବନ୍ଧକ, ଧର୍ମକାର୍ଯ୍ୟ କରିବେ, ପରିଜନ ସହ ଭ୍ରମଣ | ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ସିଂହ – କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବା କାରଣରୁ ସାମାନ୍ୟ ମନ ହାଲୁକା ହୋଇଯିବ। ସଭାସମିତିରେ ପରିହାସ ଯୁକ୍ତ କଥା ସମସ୍ୟା ସୃଷ୍ଟି କରିପାରେ। ନିଜର ସମୟୋପଯୋଗୀ ପଦକ୍ଷେପ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କର ବିଶେଷ କିଛି କ୍ଷତି ହେବ ନାହିଁ।
କନ୍ୟା – କର୍ମଜଞ୍ଜାଳ ବୃଦ୍ଧି, ଟେନ୍ସନ ଲାଗିରହିବ, ସହକର୍ମୀଙ୍କ ସୌହାର୍ଘ୍ୟ, ଆତ୍ମୀୟଙ୍କ ଅଭିଯୋଗ, ହିତୈଷୀଙ୍କ ପ୍ରେରଣା, ଘର ମରାମତି କରିବେ, ଯାନବାହନ ନବୀକରଣ, ସତ୍ସଙ୍ଗର ସୁଯୋଗ, ଧର୍ମକାର୍ଯ୍ୟ ପ୍ରତି ରୁଚି, ସହମତିରୁ ସଫଳତା, ଲୋକସମ୍ପର୍କ ବୃଦ୍ଧି, ସାୟାହ୍ନେ କୈାଣସି ବ୍ୟକ୍ତିଙ୍କଠାରୁ ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି।
ତୁଳା – ମନ ଭିତରେ ଥିବା କେତେକ ଅକୁହା କଥା କଳ୍ପନା ମାଧ୍ୟମରେ ସୁଖାନୁଭୂତି ଆଣିବ। ଶେଷ ସମୟରେ ବୃଥା ସନ୍ଦେହଜନିତ ବନ୍ଧୁ ଆପଣଙ୍କ ନିକଟରୁ ଦୂରେଇ ରହିପାରନ୍ତି। ନିଜ ଚତୁଃପାର୍ଶ୍ୱସ୍ଥ ବ୍ୟକ୍ତିବିଶେଷ ଆପଣଙ୍କ ସାହାଯ୍ୟ ଓ ଅନୁକମ୍ପା ପ୍ରାର୍ଥୀ ହେବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ବିଛା – ସାହସିକ ପଦକ୍ଷେପ,କାର୍ଯ୍ୟସିଦ୍ଧିରୁ ପ୍ରଶଂସା, ସାଂସ୍କୃତିକକାର୍ଯ୍ୟକ୍ରମ, ମନାନ୍ତର ଦୂର ହେବ, ପଡୋଶୀଙ୍କ ମଧ୍ୟସ୍ଥତା, ଘଟଣାର ଦିଗ ବଦଳିବ, ଅପ୍ରିୟସତ୍ଯ ଭାଷଣ, ବିବାଦ ଘନେଇବ, ଯାନ୍ତ୍ରିକତ୍ରୁଟିରୁ ଯାତ୍ରାହାନୀ, ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବାରୁ ସାମୟିକ ଚିନ୍ତିତ ରହିପାରନ୍ତି।
ଧନୁ – ନିଜ ଲୋକଙ୍କଠାରୁ ଯେତିକି ଦୂରେଇ ରହିବେ ସମଅନୁପାତରେ ବାହାର ଲୋକଙ୍କ ସହ ସେତିକି ମିତ୍ରତା ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ଅସୂୟାଭାବ ପୂର୍ବକ ଯେସାକୁ ତେସା ନୀତିରେ କାମ କଲେ ସମାଲୋଚିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ମକର – ବନ୍ଧୁ ଅଭିମାନ କରିବେ, ପଡୋଶୀଙ୍କ “ପରାମର୍ଶ, ପ୍ରତିବନ୍ଧକ ଦୂର ହେବ, ସଙ୍ଗୀତ ସାଧନାରେ ରୁଚି, ସହକର୍ମୀଙ୍କ ବିଶ୍ୱାସ ଘାତକତା, ଧାରକରଜ କରିବେ, ବୃଥା ସନ୍ଦେହରୁ ଅନର୍ଥ, ବୁଝାମଣାରେ
ତ୍ରୁଟି, ଶିଳ୍ପ ବାଣିଜ୍ୟରେ ଉନ୍ନତି, ସମ୍ପର୍କରେ ନ୍ୟୁନତା, ଭୁଲ୍ ଖବରରେ ବିସ୍ମୟ ଆର୍ଥିକ ସ୍ଥିତି ସନ୍ତୋଷଜନକ ନ ରହିଲେ ମଧ୍ୟ ହାତ ଖାଲି ରହିବ ନାହିଁ।
କୁମ୍ଭ – ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ, ଅବଶ୍ୟ ସମାଧାନର ରାସ୍ତା ମଧ୍ୟ ଖୋଜି ପାଇପାରିବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ପ୍ରଶାସନିକ ସ୍ତରରେ ସଫଳତା ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ର ମନାନ୍ତର ଓ ମତାନ୍ତର ହେତୁ ନିରସ ରହିପାରେ।
ମୀନ – ମାନସିକ ଶାନ୍ତି, ଆଶାପୂରଣ ହେବ, ବୁଝାମଣା ଠିକ୍ ରହିବ, ଭ୍ରାତୃସମ୍ପର୍କ ବଢିବ,ସହକର୍ମୀ ଭୁଲ୍ ବୁଝିବେ, ବ୍ୟୟବୃଦ୍ଧିରୁ ଅନୁଶୋଚନା, ବନ୍ଧୁଙ୍କ ଓଲଟା କଥା, ପରିବହନରେ ଝଗଡା, ନୂତନ କର୍ମାରମ୍ଭ, ପ୍ରଶାସନିକ ସଫଳତା, ସାମ୍ବାଦିକତାରେ ଗୌରବ। କର୍ମ କ୍ଷେତ୍ରରେ ଉପରିସ୍ଥ ଅଫିସରଙ୍କୁ ମନକଥା ପ୍ରକାଶ କରିପାରିବେ ନାହିଁ।