Vastu Tips : ପଛେ ଭୋକରେ ମରିଯାଅନ୍ତୁ ମଙ୍ଗଳବାର ଦିନ ଭୁଲ୍ ରେ ବି ଖାଆନ୍ତୁ ନାହିଁ ୧ ଜିନିଷ, ଖାଇଲେ ବର୍ବାଦ ହୋଇଯିବେ ଆପଣ |

ନମସ୍କାର ବନ୍ଧୁଗଣ ଆମ ଶାସ୍ତ୍ରରେ ପ୍ରତ୍ୟେକ ଦିନ ବାରର ମହତ୍ତ୍ୱ କୁହାଯାଇଅଛି। ସପ୍ତାହର ପ୍ରତ୍ୟେକ ଦିନର କିଛିନା କିଛି ବିଶେଷ ମହତ୍ତ୍ଵ ରହିଛି। କାରଣ ଏହା କୌଣସି ନା କୌଣସି ଭଗଵାନଙ୍କ ସହ ବା ଗ୍ରହ ସହ ଯୋଡ଼ି ହୋଇଥାଏ। ଏଥିଲାଗି ସପ୍ତାହର ପ୍ରତ୍ୟେକ ଦିନର କିଛି ନୀତି ନିୟମ ଅଛି ଯାହାକୁ ପାଳନ କରିବାରେ ଆମ ଜୀବନର କେତେକ ସାର୍ଥକ ପରିବର୍ତ୍ତନ ଆସିଯାଇପାରେ। ଆମ ଶାସ୍ତ୍ରରେ ଯେକୌଣସି ବି କଥା ହେଉ ଯାହାବି ଲେଖା ହୋଇଛି ବା କୁହାଯାଇଅଛି ତଥା ଯେତେ ବି ମାନ୍ୟତା ବନାଯାଇ ଅଛି ସେହି ସବୁ ମାନ୍ୟତା ଗୁଡ଼ିକ ପଛରେ କିଛି ଖାସ୍ ଉଦ୍ଦେଶ୍ୟ ରହିଥାଏ। ଏହିସବୁ ମାନ୍ୟତା ଗୁଡ଼ିକ ଆମର ସାଧାରଣ ଜୀବନ ପାଇଁ ବୋହୁତ ଉପଯୋଗୀ ଅଟେ। ଏଥିଲାଗି ଯଦି ଆପଣ ଘରେ କୋଉ ବୟସ୍କ ମଣିଷ ଆପଣଙ୍କୁ କିଛି ନିୟମ ବୁଝାଇ ଥାଆନ୍ତି ଏହା ନୁହଁକି ଆପଣ ତାଙ୍କ ମାନ୍ୟତାର ମଜା ଉଡାଇବେ ଏହା ଜମା ଠିକ୍ କଥା ନୁହେଁ। ଯଦି ଆପଣ ପାରିବେ ତ ସେମାନେ କୋହୁଥିବା କଥାର ବା ସେ କହୁଥିବା ମାନ୍ୟତା ଗୁଡ଼ିକ ମଧ୍ୟରୁ ଯେତିକି କରିପାରିବେ ତ ନିଶ୍ଚୟ କରିବେ। ଆଜି ଆସନ୍ତୁ ଆଲୋଚନା କରିବା ସପ୍ତାହର ଦ୍ଵିତୀୟ ଦିନ ମଙ୍ଗଳବାର ବିଷୟରେ। ଏହାକୁ କେତେକ ଲୋକେ ଭୌମବାର ବି କହିଥାନ୍ତି। ହିନ୍ଦୁ ଧର୍ମରେ ମଙ୍ଗଳକୁ ଯୁଦ୍ଧର ଦେବତା ଭାବେ ମାନିନିଆ ଯାଇଥାଏ। କିନ୍ତୁ ତଥାପି ମଙ୍ଗଳବାର ଦିନ ଭଗଵାନ ହନୁମାନଙ୍କର ତଥା ମହାଦେବଙ୍କର ବା ବିଶେଷକରି ମାତା ପାର୍ବତୀଙ୍କ ଓ ତାଙ୍କ ସହ ପ୍ରଭୁ ଗଣେଶଙ୍କ ବିଶେଷ ପୂଜା କରାଯାଇଥାଏ। ମଙ୍ଗଳବାରକୁ ଆସୁଥିବା ଗଣପତି ଉପାସନା ସଙ୍କଟ ଚତୁର୍ଥୀର ବିଶେଷ ମହତ୍ତ୍ଵ ରହିଥାଏ ଯାହାକୁ ଅଙ୍ଗାରର ଚତୁର୍ଥୀ କୁହାଯାଇଥାଏ। ମଙ୍ଗଳ ବାର ଦିନ ପ୍ରଭୁ ହନୁମାନଙ୍କର ମଧ୍ୟ ଏହିଦିନ ଅତ୍ୟନ୍ତ ପ୍ରିୟ ଅଟେ। ଏଥିଲାଗି ମଙ୍ଗଳବାର ଦିନ ସଚ୍ଚା ମନରୁ ହନୁମାନଙ୍କ ଧ୍ୟାନ କରିବା ସହ ହିଁ କିଛି ଏମିତି କଥା ଅଛି ଯାହାର ପାଳନ କରିବାରେ ଆମର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନରେ କଣ କରିବା ଉଚିତ୍ ହୋଇଥାଏ ଓ କଣ ଖାଇବା ଉଚିତ୍ ହୋଇଥାଏ ଓ କେଉଁ କେଉଁ ଜିନିଷ ଏହି ମଙ୍ଗଳବାର ଦିନ ଖାଇବା ଆଦୌ ଠିକ୍ ହୋଇନଥାଏ। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ।

୧.ମଙ୍ଗଳବାର ଦିନ ହନୁମାନ ଠାକୁରଙ୍କ ମନ୍ଦିରକୁ ଯାଇ ତାଙ୍କୁ ସିନ୍ଦୂର ତଥା ନାଲି ରଙ୍ଗର ଫୁଲ ଅବଶ୍ୟ ଚଢ଼ାଇବେ। ଏହା କରିବା ଦ୍ଵାରା ପ୍ରଭୁ ହନୁମାନ ନିଶ୍ଚୟ ପ୍ରସନ୍ନ ହେବେ ଓ ଆପଣଙ୍କୁ ମନ ପସନ୍ଦର ଫଳ ପ୍ରଦାନ କରିବେ। ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ସହ ହିଁ ହନୁମାନଙ୍କର ମନ୍ତ୍ର ଜପ କରିବେ। ପ୍ରତ୍ୟେକ ମଙ୍ଗଳବାରରେ ହନୁମାନ ଚାଳିଶା ପାଠ କରିବାରେ ବ୍ୟକ୍ତିର ଜୀବନରୁ ନକାରାତ୍ମକତା ସବୁ ଦୂର ହୋଇଯାଇଥାଏ ଓ ତା ଶରୀରରେ ଉପସ୍ଥିତ ଥିବା ସବୁ ପ୍ରକାରର ବିକାର ବି ନଷ୍ଟ ହୋଇଯାଇଥାଏ।

୨. ଯଦି ବ୍ୟକ୍ତି ଅତ୍ୟନ୍ତ କାମକା ମଣିଷ ଅଟେ ଓ ତାର କାମ ଓ ତାର ଭାବନା ଉପରେ ନିୟନ୍ତ୍ରଣ କରିପାରୁ ନଥାଏ ତେବେ ତାକୁ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ ଅବଶ୍ୟ କରିବା ଉଚିତ୍। ଏବଂ ପୁରା ବିଦ୍ଧି ବଧାନ ସହ ପ୍ରଭୁ ହନୁମାନଙ୍କ ପୂଜା କରିବା ଉଚିତ୍ ହୋଇଥାଏ। ଏମିତି କରିବାରେ ତାକୁ ସେହି ଦୋଷରୁ ମୁକ୍ତି ମିଳିଥାଏ।

୩. ମଙ୍ଗଳବାର ଦିନକୁ ଲାଲ୍ ରଙ୍ଗର କପଡ଼ା ଅବଶ୍ୟ ପିନ୍ଧିବେ ଓ କିଛି ବିଶେଷ କାର୍ଯ୍ୟକୁ କରିବା ପୂର୍ବରୁ ଲାଲ୍ ରଙ୍ଗର କିଛି ବସ୍ତୁ ବା ଲାଲ୍ ରଙ୍ଗର କିଛି କପଡ଼ା ଅବଶ୍ୟ ରଖିନେବେ।

୪. ପ୍ରଭୁ ହନୁମାନଙ୍କୁ ଗୁଡ ଓ ଶୋଲାର ପ୍ରସାଦ ଅବଶ୍ୟ ଚଢ଼ଇବେ ଓ ଏହା ସହ ହିଁ ପାନର ବିଡା ଅବଶ୍ୟ ମହାବୀର ହନୁମାନଙ୍କୁ ଚଢ଼ାଇବେ। ଏହା କରିବା ଦ୍ବାରା ଆପଣଙ୍କୁ ଶାରିରୀକ ବଳବୃଦ୍ଧିର ପ୍ରାପ୍ତି ହୋଇଥାଏ।

୫. ଏହି ଦିନର ସ୍ଵାମୀ ଅଧିପତି ଅଟନ୍ତି ମଙ୍ଗଳ। ଏଥିଲାଗି ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଅଛି ତେବେ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ବିଶେଷ ରୂପରେ ପୂଜା କରିବେ। ଏହା କରିବା ଦ୍ବାରା ମଙ୍ଗଳର ପ୍ରଭାବ କମ୍ ହୋଇଥାଏ। ଯଦି ମଙ୍ଗଳ ଦୋଷର ଦୃଷ୍ଟି ଆପଣଙ୍କ ଉପରେ ଅଧିକା ଅଟେ ତାକୁ କମ୍ ବା ଦୂର କରିବା ପାଇଁ ଭାଗଵତ ମହା ପୁରାଣରେ କୁହାଯାଇଅଛି ଏହି କଥାଟି କି ମଙ୍ଗଳବାର ଦିନ ମଙ୍ଗଳଚଣ୍ଡୀ ଦେବୀଙ୍କ ଉପାସନା କରିବାରେ ଏହି ମଙ୍ଗଳ ଦୋଷର ପ୍ରଭାବ ଆପଣଙ୍କ ଉପରେ କମ୍ ହୋଇଥାଏ। ଏହାସହ ଏହି ଉପାସନା କରିବାରେ ଆମ ଜୀବନର ସବୁ ପାରିବାରିକ, ସାମାଜିକ ତଥା ଆର୍ଥିକ ସଙ୍କଟ ସବୁ ଦୂର ହୋଇଯାଇଥାଏ।

୬. ମଙ୍ଗଳବାର ମା ପାର୍ବତୀ ଓ ପ୍ରଭୁ ଗଣେଶଙ୍କର ମଧ୍ୟ ପ୍ରିୟ ଦିନ ଅଟେ। ଏହି ଦିନ ମାତାଙ୍କ ପାଇଁ ବ୍ରତ ରଖାଯାଇଥାଏ।

୭. ମଙ୍ଗଳବାର ଦିନ ଏହି ମଙ୍ଗଳବାର ବ୍ରତରେ ଗୋଟେ ସମୟ ଖାଇବା ଖାଇକି ସ୍ଵାତିକ ଖାଦ୍ୟ ହିଁ ଗ୍ରହଣ କରିବେ।

୮. ମଙ୍ଗଳବାର ଦିନ ନାଲି ରଙ୍ଗର ମସୁରଡାଲି ଓ ଗୁଡ଼ର ଦାନ ଅବଶ୍ୟ କରିବା ଉଚିତ୍। ଏଥିରେ ଘରୁ ଦୁଃଖ, ଦାରିଦ୍ର୍ୟତା ଓ କାଙ୍ଗାଳ ସମାପ୍ତ ହୋଇଯାଇଥାଏ।

ଏହା ଥିଲା କିଛି କଥା ଯାହାକୁ କରିବାରେ ଆମକୁ ଲାଭ ମିଳିଥାଏ କିନ୍ତୁ କିଛି ଏମିତି କଥା ଅଛି ଯାହା ମଙ୍ଗଳବାର ଦିନ କରିବା ଠିକ୍ କଥା ହୋଇନଥାଏ।

୧. କୌଣସି ବି ନୂଆ କାର୍ଯ୍ୟର ଆରମ୍ଭ କରିବାପାଇଁ ବା କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ମଙ୍ଗଳବାର ଦିନକୁ ଉଚିତ୍ ମାନିନିଆଯାଇ ନଥାଏ। ଏଥିଲାଗି ଏହି ଦିନ ଆପଣ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟକୁ ଆରମ୍ଭ କରନ୍ତୁ ନାହିଁ।

୨. ମଙ୍ଗଳବାର ଦିନ ଦୂରକୁ ଯାତ୍ରା କରନ୍ତୁ ନାହିଁ। ଦୂରକୁ ଯାତ୍ରା କରିବା ଠାରୁ ବଞ୍ଚିକି ରୁହନ୍ତୁ।

୩. ମଙ୍ଗଳବାର ଦିନକୁ ପାପର ଗ୍ରହ ରୂପେ ମାନି ନିଆଯାଇଥାଏ। ଏଥିଲାଗି ଯାହାର କୁଣ୍ଡଳୀରେ ଏହି ଗ୍ରହ ରହିଥାଏ ସେ ଏହି ପ୍ରଭାବରେ ଅନ୍ୟଲୋକର ତୁଳନାରେ ତାଙ୍କ ଜୀବନରେ ଅଧିକ ଚିନ୍ତା ସବୁ ଆସିଥାଏ। ଏଥିଲାଗି ଏମିତି ଲୋକଙ୍କୁ ମଙ୍ଗଳବାର ଦିନ ବିଶେଷ ଧ୍ୟାନ ରଖିବା ଉଚିତ୍।

୪. ମଙ୍ଗଳବାର ଦିନ ମାତାଙ୍କ ଉପାସନା କରିବାରେ ଓ ମନ୍ଦିର ଯିବା ସମୟରେ କେବେବି କଳା ରଙ୍ଗର କପଡ଼ା ପିନ୍ଧିବେ ନାହିଁ ଏହା ବିପରୀତ ଲାଲ୍ ରଙ୍ଗର କପଡ଼ା ପିନ୍ଧିବାରେ ଆପଣଙ୍କୁ ଲାଭ ମିଳିଥାଏ।

୫.ମଙ୍ଗଳବାର ଦିନ କ୍ଷୀର କିଣିବା ଉଚିତ୍ ହୋଇନଥାଏ। ଅଥବା କ୍ଷୀରରେ ବନିଥିବା ଯେକୌଣସି ପଦାର୍ଥ ଗୁଡ଼ିକର ଅତ୍ୟଧିକ ସେବନ କରିବା ଉଚିତ୍ ହୋଇନଥାଏ। କାରଣ କ୍ଷୀରର ସମ୍ବନ୍ଧ ସିଧା ଚନ୍ଦ୍ର ସହ ଅଟେ ଏବଂ ମଙ୍ଗଳ ଓ ଚନ୍ଦ୍ର ପରସ୍ପର ମଧ୍ୟରେ ବିରୋଧୀ ଗ୍ରହ ଅଟନ୍ତି। ମଙ୍ଗଳବାର ଦିନ କିଛି ଆମିଷ ଜିନିଷ ମାଛ, ମାଂସ ବି ଖାଇବା ଅଶୁଭ ହୋଇଥାଏ। ଏହା କରିବା ଦ୍ବାରା ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ବୋହୁତ ଉତ୍ପନ ହେଇଯାଇପାରେ। ଆପଣଙ୍କୁ ପ୍ରତିଦିନ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ।

୬.ମଙ୍ଗଳବାର ଦିନକୁ ଗାଈ ବା ଗୋମାତା ରୁଟି ଅବଶ୍ୟ ଖୁଆଇ ଦେବେ। ମଙ୍ଗଳବାର ଦିନକୁ ଗାଈକୁ ରୁଟି ଖୁଆଇବାରେ ସୁଖ,ସମୃଦ୍ଧି ଓ ଶାନ୍ତିର ପ୍ରାପ୍ତି ହୋଇଥାଏ।

୭. ମଙ୍ଗଳବାର ଦିନ ଲୁହାର ଜିନିଷ ମଧ୍ୟ କିଛି କିଣିବେ ନାହିଁ। ମଙ୍ଗଳବାର ଦିନରେ ମହିଳାମାନେ ଖାସ୍ କରି ଗହଣା ଜିନିଷ କିଣିବା ମଧ୍ୟ ଉଚିତ୍ ହୋଇନଥାଏ। ମହିଳାମାନେ ବିଶେଷ କରି ଏହି ମଙ୍ଗଳବାର ଦିନ କୌଣସି ସୁନା ଗହଣା କିଣିବେ ନାହିଁ। ଏମିତି କରିବାରେ ବୈବାହିକ ଜୀବନରେ ବୋହୁତସାରା ଅସୁବିଧା ଆସିଯାଇପରେ। ଆପଣଙ୍କ ବୈବାହିକ ଜୀବନ ଅଶାନ୍ତିରେ କଟିପାରେ।

୮. ମଙ୍ଗଳବାର ଦିନ ଭୁଲ୍ ରେ ବି ମୁଗ ଡାଲିର ସେବନ କରିବା ଉଚିତ୍ ହୋଇନଥାଏ। ଆପଣମାନେ ବି ଘରେ ମୁଗ ଡାଲି ଏହି ଦିନ ବନେଇକି ଖାଆନ୍ତୁ ନାହିଁ। ଏହିଦିନ ମୁଗ ଖାଇବାରେ ଶନି ମଙ୍ଗଳଙ୍କର ସଂଯୋଗ ଆପଣଙ୍କର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

Leave a Reply

Your email address will not be published. Required fields are marked *