ସକାଳ 9:35 Shani Dev ଙ୍କ ନକ୍ଷତ୍ର ପରିବର୍ତ୍ତନ, ବଦଳିବା ଏହି ୪ ରାଶି ଭାଗ୍ୟ, ହେବ ଟଙ୍କା ବର୍ଷା |

ଜୁଲାଇମାସ ୨୭ତାରିଖ ଶନିବାର ଗ୍ରହରାଜ ଶନିଶ୍ଚର ଧନିଷ୍ଠା ନକ୍ଷତ୍ର ମକର ରାଶିକୁ ବକ୍ରସଂଚାରହେବେ । ପୁନରାୟ ସ୍ଵ ଗୃହକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଶନିଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଗ୍ରହରାଜ ଶନିଶ୍ଚର ନ୍ୟାୟ ତଥା ସନ୍ତୁଳନ ଗ୍ରହ । ମନୁଷ୍ୟ ଶରୀରର ଉଦର ତଥା ଜଙ୍ଘରେ ବାସ କରନ୍ତି । ଜାତକ ପ୍ରତି ଯଦି ଶୁଭ ଅଛନ୍ତି ତେବେ ଶ୍ରୀବୃଦ୍ଧି କରିଥାନ୍ତି । ଧନ ସମ୍ପତ୍ତିକୁ ସଦୁପଯୋଗ କରାଇ ଥାଆନ୍ତି । ଗୃହସ୍ଥକୁ ସୁଖୀ ରଖନ୍ତି । ଧର୍ମ ପ୍ରତି ଅଭିରୁଚି ବଢାନ୍ତି । ଶନି ପାପଭାଗୀ, ମନୁଷ୍ୟମାନଙ୍କର ନୀଚ୍ଚ ସ୍ଥାନରେ ରହି ଭାଗ୍ୟ ହରଣ କରନ୍ତି । ମନୁଷ୍ୟକୁ ମହାକାଙ୍ଗାଳ କରିଦିଅନ୍ତି । ବ୍ୟକ୍ତି ମରିବାକୁ ଚାହିଁଲେ ଶନିଗ୍ରହ ମରିବାକୁ ଦିଅନ୍ତି ନାହିଁ । ଶନିଦଶା ପଡିଲେ ବିବେକ ନଷ୍ଟ ହୋଇଯାଏ ।

ମେଷ – ଗ୍ରହରାଜ ଶନିଶ୍ଚର ଦଶମ ଭାବରେ ରହି ବ୍ୟୟଭାବ, ସୁଖଭାବ ଓ ଜାୟା ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତ ସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ । ନୂତନ କର୍ମରେ ନିଯୁକ୍ତି ପାଇବେ । ପାରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନପ୍ରିୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ । ପଦ ପଦବୀ ପ୍ରାପ୍ତି, ଧନ ସମ୍ପତ୍ତି ବୃଦ୍ଧି ହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ । ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । 

ବୃଷ – ଗ୍ରହରାଜ ଶନିଶ୍ଚର ନବମ ଭାବରେ ରହି ଆୟଭାବ ବିକ୍ରମଭାବ ଓ ଶତ୍ରୁ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପାରିବାରିକସ୍ତର ହସ ଖୁସିରେ କଟିବ । କଳାବସ୍ତୁ, ଲୁହା, ପ୍ଲାଷ୍ଟିକ, ସାନିଟାରୀ, ଉଲ୍‌, ତେଲ, ଗ୍ୟାସ୍‌, ଚମଡା, ମେସିନାରୀ, ପେଟ୍ରୋଲ, ପଥର ଆଦି ବ୍ୟବସାୟରେ ସଫଳତା ଲାଭ କରିବେ । ଉଚ୍ଚ ରାଜନୈତିକ ପଦ ପ୍ରାପ୍ତ ହେବେ । ରାଜଦୂତ, ମନ୍ତ୍ରୀ, ସାଂସଦ ସଭାପତି ଭଳି ପଦ ପାଇପାରନ୍ତି । ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ । ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ । 

କର୍କଟ – ଗ୍ରହରାଜ ଶନିଶ୍ଚର ଜାୟା ଭାବରେ ରହି ନିଜଭାବ, ସୁଖଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ ଓ ମୁଣ୍ଡ ଉଚ୍ଚ ରହିବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ ହେବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇ କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇପାରନ୍ତି । ଭାଇ ଭଉଣୀ ଓ ବନ୍ଧୁମିତ୍ରଙ୍କ ସହ ଉତ୍ତମ ସମ୍ପର୍କ ରହିବା ଯୋଗେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦିତ ହେବେ । ସାଂସାରିକ ଜୀବନ ସୁଖମୟ ହେବ । ଭୋଗବିଳାସ ଓ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରି ପାରିବେ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟି ହୋଇ ନୂଆ ଚାକିରୀରେ ଯୋଗ ଦେଇପାରନ୍ତି । ନୂତନ ବସ୍ତୁ କ୍ରୟ କରିପାରିବେ । ସରକାରୀ ସାହାଯ୍ୟ ମିଳିପାରେ ।

ଧନୁ – ଗ୍ରହରାଜ ଶନିଶ୍ଚର ଧନଭାବରେ ରହି ସୁଖଭାବ, ନିଧନଭାବ ଓ ଆୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଅଶାନ୍ତି ଦୂର ହେବ । ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟରେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରି ପ୍ରଶଂସିତ ହେବେ । ସହଯୋଗୀମାନେ ସହଯୋଗ କରିବା ଫଳରେ ଆଶାତୀତ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଶତ୍ରୁମାନଙ୍କୁ ପରାଜିତ କରି ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଋଣ ପାଇଁ ଚେଷ୍ଟା କଲେ ଆବଶ୍ୟକ ଅର୍ଥ ପାଇପାରିବେ । ପାରିବାରିକ କ୍ଷେତ୍ରରେ ଆର୍ଥିକସ୍ଥିତି ସୁଧୁରିଯିବା ଫଳରେ ଶାନ୍ତି ବାତାବରଣ ଦେଖାଦେବ ।

Leave a Reply

Your email address will not be published. Required fields are marked *