ନମସ୍କାର ବନ୍ଧୁଗଣ ୧୨ ମାସରେ ଥରେ ମହାପ୍ରଭୁ ନିଜ ରତ୍ନ ସିଂହାସନକୁ ଛାଡି ଚାଲି ଆସନ୍ତି ରଥକୁ ନିଜ ଭକ୍ତମାନଙ୍କ ସହ ମିଶିବା ପାଇଁ ଏବଂ ତାଙ୍କର ସୁଖ ଦୁଃଖକୁ ଅତି ପାଖକୁ ଅନୁଭବ କରିବା ପାଇଁ ରଥଯାତ୍ରା ଦିନ ୩ ଟି ରଥ ସୁସଜ୍ଜିତ ଭାବରେ ମହାପ୍ରଭୁଙ୍କୁ ଅପେକ୍ଷା କରିଥାଏ କିନ୍ତୁ କେବେ ଭାବିଛନ୍ତି କି ପ୍ରତ୍ୟେକ ବର୍ଷ ରଥଯାତ୍ରା ପରେ ସେହି ତିନିରଥ କୁଆଡେ ଯାଏ କାହିଁ କେଉଁ କାଳରୁ କେତେ ବର୍ଷ ଧରି ରଥଯାତ୍ରା ହେଇ ଆସିଛି ତେବେ ଏତେସବୁ ରଥ ରହୁଛି କେଉଁଠି ଆସନ୍ତୁ ଜାଣିବା ଏହା ବିଷୟରେ।
ଶ୍ରୀମନ୍ଦିରର ପ୍ରତ୍ୟେକଟି କାର୍ଯ୍ୟ ପାଇଁ ସ୍ବତନ୍ତ୍ର ନିୟମ ରହିଛି ଏବଂ ସେ ପାଇଁ ଅଲଗା ଅଲଗା ସେବକମାନେ ମଧ୍ୟ ଅଛନ୍ତି ରଥଯାତ୍ରାର ନିୟମ ଅନୁସାରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ଅକ୍ଷୟ ତୃତୀୟା ଦିନ ପୁରୀ ରାଜାଙ୍କ ଉଆସ ସାମ୍ନାରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ପାଖାପାଖି ୧୪୦୦ କାରିଗର ମିଶି ଦୁଇ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ତିନିରଥକୁ ନିର୍ମାଣ କରି ଦିଅନ୍ତି ଏବଂ ରଥଯାତ୍ରା ଦିନ ସୁସଜ୍ଜିତ ଭାବରେ ସିଂହଦ୍ଵାର ସାମ୍ନାରେ ଏହି ତିନିରଥ ଛିଡ଼ା ହୋଇଥାଏ ତିନି ଠାକୁରଙ୍କ ରଥ ଦୌଡିକୁ ସ୍ପର୍ଶ କରି ସବୁ ଜନ୍ମର ପାପକୁ ଧୋଇ ଦେବାପାଇଁ କାହିଁ କେଉଁ ଆଡୁ ଲକ୍ଷ ଲକ୍ଷ ଲୋକ ଧାଇଁ ଆସନ୍ତି ଏବଂ ରଥ ଗୁଡ଼ିକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣି ନିଅନ୍ତି କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ମାଉସୀ ଗୁଣ୍ଡିଚା ପ୍ରକୃତରେ କିଏ ଜାଣିଛନ୍ତି କି ସେ ହେଉଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପତ୍ନୀ ରାଜା ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ କରିଥିଲେ ସେତେବେଳେ ପ୍ରଭୁ ଜଗନ୍ନାଥ ତାଙ୍କ ମାଉସୀ ଗୁଣ୍ଡିଚାକୁ ସେ ପ୍ରତ୍ୟେକ ବର୍ଷରେ ଥରେ ବୁଲିଯିବେ ବୋଲି କଥା ଦେଇଥିଲେ ତଥାପି ରଥଯାତ୍ରା ପଛରେ ଅନେକ ଅଲୌକିକ ତଥ୍ୟ ରହିଛି।
ଏହିଭଳି ଭାବେ ରଥଯାତ୍ରା ଓ ବାହୁଡା଼ର ନିତ୍ୟ ସମ୍ପନ୍ନ ପରେ ମହାପ୍ରଭୁ ନିଜର ରଥକୁ ଛାଡି ପୁଣି ଶ୍ରୀମନ୍ଦିରକୁ ବାହୁଡ଼ି ଯାଆନ୍ତି ଏହି ଦୁନିଆରେ ପ୍ରତ୍ୟେକଟି ଜିନିଷର ଆଦି ଓ ଅନ୍ତ ରହିଛି ତେଣୁ ସେଇଥିପାଇଁ ରଥଯାତ୍ରା ପରେ ରଥକୁ ଭାଙ୍ଗିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଏ ଶ୍ରାବଣ ମାସର ଆରମ୍ଭରେ ଏହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥାଏ ଏଥିପାଇଁ ୧୦ ରୁ ୧୫ ଜଣ ସେବକ ନିୟୋଜିତ ହୋଇଥାନ୍ତି ଏବଂ ଏହି କାର୍ଯ୍ୟକୁ କରିବା ପାଇଁ ଏହି ସେବକ ମାନଙ୍କୁ ୧୨ ଦିନର ସମୟ ଲାଗିଥାଏ ସର୍ବପ୍ରଥମେ ମା ସୁଭଦ୍ରାଙ୍କ ରଥ ଦେବଦଳନକୁ ଭଙ୍ଗା ଯାଇଥାଏ ଏବଂ ତାପରେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ଵଜକୁ ଭଙ୍ଗା ଯାଇଥାଏ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ଭଙ୍ଗା ଯାଇଥାଏ ରଥ ନିର୍ମାଣ ସମୟରେ ପ୍ରଥମେ ଚକରୁ ଆରମ୍ଭ କରି ଦଧିନୌତି ପର୍ଯ୍ୟନ୍ତ ନିର୍ମାଣ ହୋଇଥାଏ ମାତ୍ର ଭାଙ୍ଗିବା ସମୟରେ ଉପରୁ ଭଙ୍ଗା ଯାଇ ତଳ ପର୍ଯ୍ୟନ୍ତ ଆସିଥାଏ ଚକ ଦଣ୍ଡିଆ ଆର ହଂସ ପାଦ ସିଂହାସନ ସାରଥୀ ପିଢ଼ା କଳସ ପାରାଭାଡ଼ି ଶୁଆ ଭଳି ୩୪ ଟି ଅଂଶକୁ ପ୍ରତ୍ୟେକ ରଥକୁ ଭାଙ୍ଗି ଦିଆଯାଇ ଏବଂ ନବକଳେବର ସମୟରେ ଶୁଆ ସାରଥୀଙ୍କୁ ମହାପ୍ରଭୁଙ୍କ ସହିତ ସମାଧି ଦେଇଦିଆଯାଏ ଏହି ଭଙ୍ଗା କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କ୍ରେନ୍ ଆଦିର ବ୍ୟବହାର କରାଯାଇଥାଏ।
ରଥରେ ଲାଗିଥିବା ସିଂହାସନ ଅଶ୍ୱାରି ଗୁଜ ଓ ଚକ ସବୁକୁ ସେବକମାନେ ଆଣି ଗୁଣ୍ଡିଚା ଘରେ ରଖିଥାନ୍ତି ଏବଂ ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେଗୁଡିକୁ ନିଲାମ କରିଦିଆଯାଏ ଯାହା ଫଳରେ ସାଧାରଣ ଭକ୍ତମାନେ ମଧ୍ୟ ଏହିସବୁକୁ କିଣି।ପାରିଥାନ୍ତି ରଥ ଗୁଡ଼ିକର ଅନ୍ୟ ଅଂଶ ଗୁଡ଼ିକୁ ଜଗନ୍ନାଥ ବହ୍ଲଭ ମଠରେ ସୁରକ୍ଷିତ ଭାବରେ ରଖିଦିଆଯାଏ ଜଗନ୍ନାଥ ବହ୍ଲଭ ମଠ ଶ୍ରୀମନ୍ଦିର ଠାରୁ ୩୦୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ରଥରେ ନିମ୍ନ ଭାଗରେ ଲାଗିଥିବା କାଠ ଗୁଡ଼ିକ ଆଣି ଶ୍ରୀମନ୍ଦିର ରୋଷେଇଶାଳାରେ ମହାପ୍ରଭୁଙ୍କ ପାଇଁ ଭୋଗ ପ୍ରସ୍ତୁତିରେ ଜାଳି ଦିଆଯାଏ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ବାହୁଡା଼ ପରେ ଯେତେବେଳେ ରଥ ଗୁଡ଼ିକ ସିଂହଦ୍ଵାର ସମ୍ମୁଖରେ ଛିଡ଼ା ହୋଇଯାଏ ତାପରେ ପୁଣି ସେଗୁଡିକୁ ଟଣା ଯାଇନଥାଏ ତେଣୁ ସେହି ସ୍ଥାନରେ ରଥ ଗୁଡ଼ିକୁ ଭାଙ୍ଗି ଅଲଗା କରିଦିଆଯାଇଥାଏ।