ହାତ ନାହିଁ ଗୋଡ଼ରେ ଗାଡ଼ି ଚଳେଇ ପାଇଲେ DL, କାହାଣୀ ଜାଣିଲେ ଆଖିରେ ଆସିଯିବ ଲୁହ |

ଗୋଡ଼ରେ କାର ଚଳାଇ ମହିଳା ପାଇଲେ DL ଚର୍ଚ୍ଚାରେ ଜୁଲିମୋଲାଙ୍କ ସଂଘର୍ଷକାହାଣୀ | ପ୍ରଥମ ଦିବ୍ୟାଙ୍ଗ ମହିଳା ଡ୍ରାଇଭର ଭାବରେ ପାଇଲେ ଡ୍ରାଇଭିଂ ଲାଇନସେନ୍ସ | ହଁ ଦର୍ଶକବନ୍ଧୁ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ କେରଳର 32 ବର୍ଷୀୟ ଜୁଲି ଯାହାଙ୍କୁ ଆପଣ ସୋସିଆଲ ମିଡିଆରେ ହୁଏତ ଅନେକ ଥର ଦେଖିଥିବେ |

ତେବେ ତାଙ୍କର ଦୃଢ ମନବଳ ଆଜି ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ପାତ୍ର କରିଛି | ତାଙ୍କର ଜନ୍ମରୁ ଦୁଇ ହାତ ନଥି ବେଳେ ସେ ପ୍ରଥମ ଏସିଅ ମହିଳା ଭାବରେ DL ହାସଲ କରିଛନି | ଏଡୁକି ଜିଲ୍ଲାର ଜୁଲିମୋଲ କୋଚିର ଏକ ଅକରଣୀ ଆଟ ପବ୍ଲିକେସନର ଗ୍ରାଫିକ୍ସ ଡିଜାଇନର ଭାବରେ କାର୍ଯ୍ୟ କରନ୍ତି |

ସେ 6 ବର୍ଷ ଧରି ଅପେକ୍ଷା କରିବା ପରେ ତାଙ୍କ ଡ୍ରାଇଭିଂ ସ୍କୁଲ ଏବଂ ଭିନ୍ନ କ୍ଷମ ରାଜ୍ୟ ଆୟକ ଏବଂ କୋଚିରେ ଥିବା ଏକ ଘରଇ ସଂସ୍ଥା ସହାୟତାରେ DL ପ୍ରାପ୍ତ ଡ୍ରାଇଭର ହବାର ସ୍ୱପ୍ନ ସେ ପୁରା କରି ପାରିଛନ୍ତି | ଯାହାପରେ ସେ ଡ୍ରାଇଭିଂ ସ୍କୁଲରେ କାର ଚଲେଇବା ଶିଖିଥିଲେ ପରେ ସେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ |

ହେଲେ ପ୍ରଥମେ ତାଙ୍କର ଆପ୍ଲିକେସନକୁ ରିଜେକ୍ଟ କରାଯାଇଥିଲା ତାପରେ ସେ କେରଳ ହାଇକୋଟିକୁ ଯାଇଥିଲେ କୋଟି ହସ୍ତାକ୍ଷପ ପରେ ତାଙ୍କୁ କାର ଚଳେଇବାର ପରୀକଜ୍ୟ ଦେବାକୁ ପଡିଲା ଆଉ ତାପରେ ସେ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ |

Leave a Reply

Your email address will not be published. Required fields are marked *