Odia Vastu : ଘରକୁ ନେଇଆସନ୍ତୁ ଏହି ଗଛର ମୂଳ, ଦେଖିବେ ଆପଣଙ୍କ ଘରେ ସବୁ ଦିନ ଧନ ସୌଭାଗ୍ୟ ପ୍ରାପ୍ତ ହେବ !

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଏମିତି ଗୋଟିଏ ଉପାୟ ବିଷୟରେ ଜାଣିବା ଯେଉଁ ଉପୟଟିକୁ ଯଦି ଆପଣମାନେ ବ୍ୟବହାର କରନ୍ତି ତାହେଲେ ଆପଣଙ୍କ ଘରେ କେବେବି ହେଲେ ଧନର ଅଭାବ ହେବ ନାହିଁ। ଟଙ୍କାର ଆବଶ୍ୟକ ସମସ୍ତଙ୍କୁ ହୋଇଥାଏ କାରଣ ଆମେ ଖାଇବା ପିଇବା ଯାହାବି ଆମେ କାର୍ଯ୍ୟ କରିଥାଉ ଟଙ୍କାର ହିଁ ଆବଶ୍ୟକ ହୋଇଥାଏ। ବନ୍ଧୁଗଣ ଏହି ଟଙ୍କା ଆସିବ କେଉଁଠୁ ଆମେ ଯେତେ ବି କାମଧନ୍ଦା କରିବା କିମ୍ବା ଯେକୌଣସି ବ୍ୟବସାୟ କରି ଆମେ ଟଙ୍କା ରୋଜଗାର କରିଥାଉ।

ଟଙ୍କା ତ ରୋଜଗାର କରିଥାଉ ସତ କିନ୍ତୁ ସେହି କଥା ଘରେ କାର୍ଯ୍ୟରେ ଲାଗି ଯାଇଥାଏ ଏବଂ ଆପଣଙ୍କ ହାତରେ ୧ ଟଙ୍କା ମଧ୍ୟ ରହିନଥାଏ। ଏମିତି ଅନେକ ଜାଗାରେ ଦେଖିବାକୁ ମିଳିଥାଏ ସେମାନେ ଯେତେ ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି ତାହାର ୨ ଗୁଣ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ ତାହା ଦ୍ଵାରା ସେମାନେ କେବେବି ଉନ୍ନତି କରିପାରନ୍ତି ନାହିଁ କିନ୍ତୁ ଯଦି ଆପଣ ଏଥିପାଇଁ ଚିନ୍ତା କରୁଥାନ୍ତି ତାହେଲେ ଆପଣ କେବେବି ଚିନ୍ତା କରନ୍ତୁ ନାହିଁ କାରଣ ଆଜି ଆମେ ଏମିତି ଏକ ଉପାୟ ବିଷୟରେ ଜାଣିବା ଯାହାକି ତନ୍ତ୍ର ଶାସ୍ତ୍ରରେ ଲିଖିତ ଅଛି। ଯଦି ଏହି ଉପାୟଟିକୁ ଯେକୌଣସି ବ୍ୟକ୍ତି ମଧ୍ୟ କରନ୍ତି ତାଙ୍କର ଧନ ସମସ୍ୟା ନିଶ୍ଚୟ ଦୂର ହେବ।

ଦର୍ଶକ ବନ୍ଧୁ ଆପଣ ଏହିଠାରେ ଗୋଟିଏ ଗଛର ଫଟୋ ନିଶ୍ଚିତ ଭାବରେ ଦେଖିପାରୁଥିବେ ଏହି ଗଛର ନାମ ହେଉଛି କଳା ନିର୍ମୁଳି ଗଛ ବା କାଳୀ ନିର୍ମୂଳି ଗଛ। ଏହି କଳାନିର୍ମୂଳି ଗଛ କମ୍ ସ୍ଥାନରେ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କ ଗାଁରେ ଯେକୌଣସି ସ୍ଥାନରେ ଏହି କଳାନିର୍ମୂଳି ଗଛ ଅଛି ତାହେଲେ ଏହି ଗଛଟିକୁ ବିଦ୍ଧି ଅନୁସାରେ ବୁଧବାର ଦିନ ନିମନ୍ତ୍ରଣ କରନ୍ତୁ ସନ୍ଧ୍ୟା ସମୟରେ। ତାହାପରେ ଏହି କଳାନିର୍ମୂଳି ଗଛଟିକୁ ଓପଡ଼ି ତାହାରି ମୂଳଟିକୁ ଆପଣ ଘରକୁ ଆଣନ୍ତୁ। ତାହାପରେ ସେହି ମୂଳଟିକୁ ଧୂପ, ଦୀପ ଇତ୍ୟାଦି ଦେଇ ତାହାକୁ ଗୋଟିଏ ହଳଦିଆ କପଡ଼ାରେ ସାତଗଣ୍ଠି ବାନ୍ଧି ଦିଅନ୍ତୁ।

ତାପରେ ଏହାକୁ ନେଇ ଆପଣ ଯେଉଁଠି ପୂଜା କରନ୍ତି ସେହି ସ୍ଥାନରେ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଧୂପ, ଦୀପ ଇତ୍ୟାଦି ଅର୍ପଣ କରି ପୂଜା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନଧାନ୍ୟ ପରିପୂର୍ଣ୍ଣ ହୋଇ ରହିଥିବ। ଆପଣ ଯେଉଁ ଟଙ୍କା ଅଯଥା ଖର୍ଚ୍ଚରେ ଚାଲି ଯାଉଥିଲା ସେହି ଟଙ୍କା ମଧ୍ୟ ଆପଣଙ୍କ ଘରେ ସ୍ଥାୟୀ ଭାବରେ ରହିବ।

Leave a Reply

Your email address will not be published. Required fields are marked *