ପ୍ରଭୁ ଶ୍ରୀକୃଷ୍ଣ କେମିତି ହୋଇଥିଲେ ଜଗନ୍ନାଥ । କେଉଁ କାରଣ ଯୋଗୁଁ ଶ୍ରୀକୃଷ୍ଣ ହୋଇଥିଲେ ଜଗନ୍ନାଥ । ଆଉ ମହାପ୍ରଭୁ ଶ୍ରୀକୃଷ୍ଣ କାହା ଅଭିଶାପରେ ଦ୍ଵାରସ୍ତ ହୋଇଥିଲେ । ଆଉ କେମିତି ହୋଇଥିଲେ ଜଗତର ନାଥ ଜଗନ୍ନାଥ । ପୁରାତନ କାଳରୁ ବର୍ଣ୍ଣିତ ରହିଛି ଯେ ଆମର ଚାରୋଟି ଯୁଗ ରହିଛି । ଯାହାକି ଜଗତର ନାଥ ଜଗନ୍ନାଥ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ଅବତାର ରେ ଜନ୍ମଲାଭ କରିଥିଲେ । ଏବଂ ଦ୍ଵାପର ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରୂପରେ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରୂପରେ ଜନ୍ମଲାଭ କରିଥିଲେ । ଦ୍ଵାପର ଯୁଗରେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା, ଏହି ଯୁଦ୍ଧରେ ପାଣ୍ଡବ ମାନଙ୍କର ବିଜୟୀ ହୋଇଥିଲା ଏବଂ କୌରବ ମାନଙ୍କର ୧୦୦ ପୁତ୍ର ମୃତ୍ୟୁ ଲାଭ କରିଥିଲେ । କୌରବଙ୍କ ମାତା ଗାନ୍ଧାରୀ ନିଜର ପୁତ୍ର ମାନଙ୍କର ମୃତ୍ୟୁ କୁ ଦେଖି ଦୁଖରେ ଭାଙ୍ଗି ପଡିଥିଲେ ।
ମାତା ଗାନ୍ଧାରୀ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇ କହିଥିଲେ ଯେପରି ମୋ ବଂଶର ନାସ ହୋଇଛି ସେପରି ତୁମ ବଂଶର ମଧ୍ୟ ନାସ ଘଟିବ । ଏବଂ ଛତିଶି ବର୍ଷ ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବଂଶରେ ନିଜ ନିଜ ଭିତରେ କଳି ଆରମ୍ଭ କରି ମୃତ୍ୟୁ ବରଣ କରିଥିଲେ, ସେହି ମୃତ୍ୟୁର କାରଣ ହେଉଛି ମାତା ଗାନ୍ଧାରୀଙ୍କ ଅଭିଶାପ । ସେହି ସବୁ ଘଟଣା ଦେଖି ପ୍ରଭୁ ଶ୍ରୀକୃଷ୍ଣ ଜଙ୍ଗଲ ଭିତରେ ଏକ ଲିମ୍ବ ବୃକ୍ଷ ମୂଳେ ବସିଥିଲେ, ହେଲେ ସେତିକି ବେଳେ ଜରା ସବର ନିଜର ଧନୁ ତିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିଥିଲା । ଶେଷରେ ପାଣ୍ଡବଙ୍କ ପୁତ୍ର ଅର୍ଜୁନ କୁ ଯାଇ ଜରା ସବର ସନ୍ଦେଶ ଦେଇଥିଲେ ଯାହାଫଳରେ ଅର୍ଜୁନ ଆସି ପହଞ୍ଚି ଥିଲେ ଓ ଶ୍ରୀକୃଷ୍ଣଙ୍କ ମୃତ ଶରୀରକୁ ଅନ୍ତିମ ସଂସକାର କରିଥିଲେ ।
ଏବଂ ଶ୍ରୀକୃଷ୍ଣଙ୍କ ଶରୀର ଗୋଟେ ଅଙ୍ଗ ନିଆଁରେ ଜଳି ନଥିଲା, ଶେଷରେ ଶୂନ୍ୟ ଆକାଶରୁ ବାଣୀ ଶୁଣିବାକୁ ପାଇଥିଲେ ଅର୍ଜୁନ, ଏହା ହିଁ ବ୍ରହ୍ମପଦସ୍ଥ ଏହାକୁ ଜଳରେ ବିସର୍ଜନ କର । ଅର୍ଜୁନ ସେହି ବ୍ରହ୍ମପଦସ୍ଥକୁ ଜଳରେ ଲିମ୍ବ କାଠ ସାହାର୍ଯ୍ୟରେ ଜଳରେ ବିସର୍ଜନ କରିଥିଲେ ଏବଂ ସେଠାରୁ ଆରମ୍ଭ ହୋଇଥିଲା କଳି ଯୁଗ । ଜରା ଶବର କଳି ଯୁଗରେ ବିଶ୍ଵାବସ ଶବର ରାଜା ରୂପେ ଜନ୍ମଲାଭ କରିଥିଲେ, ଯାହାଫଳରେ ଶବର ରାଜା ବିଶ୍ଵାବସ ଙ୍କୁ ସପ୍ନ ହୋଇଥିଲା ମହଦଧି ନଦୀରେ ଯାଇ ବସବାସ କରିଥିଲେ । ଆଉ ସେହି ନିଳଗିରି ପାହାଡ କୁ ଯାଇ ଦେଖିଲେ ଏକ ଗୁମ୍ଫା ରହିଥିଲା, ଆଉ ବିଶ୍ଵାବସ ରାଜା ଯାଇ ଦେଖିଲେ ସ୍ଵୟମ ମହାପ୍ରଭୁ ନୀଳମାଧବ ଉଭା ହୋଇଥିଲେ, ସେହି ଦିନ ଠାରୁ ଶବର ରାଜା ନୀଳମାଧବ ଙ୍କୁ ପ୍ରତିଦିନ ପୂଜା କରିବାକୁ ଲାଗିଲେ ।
ହେଲେ ଅବନ୍ତୀ ରାଜ୍ୟର ରାଜା ଇନ୍ଦ୍ରଦୁମ୍ନ ଙ୍କୁ ସ୍ୱପ୍ନ ହେଲା ଏବଂ ସେହିଠାରୁ ରାଜା ଇନ୍ଦ୍ରଦୁମ୍ନ ନିଜର ପ୍ରଜା ମାନଙ୍କୁ ପ୍ରଭୁ ନୀଳମାଧଵ ଙ୍କୁ ଖୋଜିବାକୁ କହିଲେ । ହେଲେ ବିଶ୍ୱାବଷ ରାଜା ଙ୍କ ଝିଅ ଲଳିତା ଇନ୍ଦ୍ରଦୁମ୍ନ ଙ୍କ ପ୍ରଜା ବିଦ୍ୟାପତି କୁ ବିବାହ କରିଥିଲେ, କାହିଁକି ନା ପ୍ରଭୁ ନୀଳମାଧବ କେଉଁଠି ଅଛନ୍ତି ଜାଣିବା ପାଇଁ ଶବର ରାଜାଙ୍କ ଝିଅ ଲଳିତାଙ୍କୁ ବିବାହ କରିଥିଲେ । ରାଜା ଇନ୍ଦ୍ରଦୁମ୍ନ ଙ୍କୁ ସ୍ୱପ୍ନରେ ଆଦେଶ ଦେଲେ ପ୍ରଭୁ ନୀଳମାଧବ କହିଲେ ମହଦଧି ନଦୀ କୂଳକୁ ଯିବା ପାଇଁ ସେତେବେଳେ ରାଜା ଯାଇ ପହଞ୍ଚିଛନ୍ତି ଆଉ ନଦୀ ଭିତରୁ ମହାଦାରୁ ଗଣ୍ଡି ଟି ଭାସି ଆସିଛି ।
ଆଉ ସେହି କାଠ କୁ ରାଜା ଙ୍କ ଅନେକ ପ୍ରଜା ଉଠାଇ ପାରିଲେ ନାହିଁ । ଆଉ ସେତେବେଳେ ଶବର ରାଜା ବିଶ୍ୱାବଷ ନୀଳମାଧବଙ୍କ ପରମ ଭକ୍ତ ସେହି ଗଣ୍ଡି କାଠ କୁ ଟେକି ନେଇ ଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ଆଉ ରାଜା ଇନ୍ଦ୍ରଦୁମ୍ନ ଅନେକ କାରିଗରକୁ ଡାକିଲେ ହେଲେ କେହି ମଧ୍ୟ ପାରିଲେ ନାହିଁ ମୃତ୍ତି ତିଆରି କରିବା ପାଇଁ, ହେଲେ ଶେଷରେ ବୁଡ଼ା କାରିଗର ରାଜାଙ୍କୁ ସର୍ତ୍ତ ମାଗିଥିଲେ ଆଉ କହିଥିଲେ ୨୧ ଦିନି ପୂର୍ବରୁ କେହି ମଧ୍ୟ କବାଟ ଖୋଲିବେ ନାହିଁ ବୋଲି । ହେଲେ ୧୫ ଦିନି ଭିତରେ ରାଜାଙ୍କ ସ୍ତ୍ରୀ କବାଟ ଖୋଲି ଦେଖିଲା ବେଳକୁ କାରିଗର କୁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲା । ଆଉ ମୂର୍ତ୍ତି ଗୁଡାକ ଅଧା ଖଣ୍ଡିଆ ହୋଇ ରହିଛି, ରାଜା ନିଜକୁ ଦୋଷୀ ମନ କରିଲେ ଆଉ ଶୂନ୍ୟରୁ ବାଣୀ ଆସି ପହଞ୍ଚିଲା ମୁଁ ଏହି ଅଧାଗଢ଼ା ରେ ହିଁ ପୂଜା ପାଇବି ଏହା ମୋର ଇଚ୍ଛା । ସେଇଠୁ ଆରମ୍ଭ ହେଲା କଳି ଯୁଗ ଆଉ ଜଗନ୍ନାଥଙ୍କ ଜନ୍ମଲାଭ ।