GANDHARI ଙ୍କ ଗୁପ୍ତ ରହସ୍ୟମୟ କଥା, ଯାହାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ସଂପୂର୍ଣ୍ଣ ମହାଭାରତରେ ଏମିତି ଅନେକ ଚରିତ୍ର ରହିଛନ୍ତି ଯେଉଁ ମାନଙ୍କ ପରଜନ୍ମ ପୂର୍ବଜନ୍ମରେ ଏମିତି ଅନେକ ରୋଚକ ରହସ୍ୟ ରହିଛି ଯାହା ମହାଭାରତରେ ଏକ ସ୍ବତନ୍ତ୍ର ଅଧ୍ୟାୟ ଏବଂ ସ୍ବତନ୍ତ୍ର ଦର୍ଶନ ବୋଲି ବୁଝିବାକୁ ହୁଏ ଏହି ଚରିତ୍ର ମାନଙ୍କ ମଧ୍ୟରେ ଗାନ୍ଧାରୀଙ୍କ ଚରିତ୍ରରେ ମଧ୍ୟ ଅନେକ ରୋଚକ ରହସ୍ୟ ରହିଛି ଯାହା ଯେତିକି କଷ୍ଟ ଦାୟକ ସେତିକି ରହସ୍ୟମୟ।

ଗାନ୍ଧାରୀ ହେଲେ ଗାନ୍ଧାର ରାଜ୍ୟର ରାଜକନ୍ୟା ଆଫଗାନିସ୍ତାନରେ ଏକ ଗାନ୍ଧାର ନାମକ ଅଞ୍ଚଳ ରହିଛି ଯାହାକି ମହାଭାରତରେ ଗାନ୍ଧାର କୁହାଯାଉଥିଲା ଏଠାକାର ରାଜା ଥିଲେ ସୁବଳ ଏବଂ ତାଙ୍କର କନ୍ୟା ଥିଲେ ଗାନ୍ଧାରୀ ଶକୁନି ଥିଲେ ଗାନ୍ଧାରୀଙ୍କ ଭ୍ରାତା ଗାନ୍ଧାରୀଙ୍କୁ ଯେତେବେଳେ ବିବାହ ବୟସ ହୋଇଥିଲା ସେତେବେଳେ ରାଜା ସୁବଳ ଅନ୍ୟାନ୍ୟ ବିବାହ ପ୍ରସଙ୍ଗରେ ଚିନ୍ତା କରୁଥିବା ବେଳେ ଧୃତରାଷ୍ଟ୍ରକୁ ବିବାହ କରିବାକୁ ଯାଇ ପିତାମହ ଭୀଷ୍ମ ଜବରଦସ୍ତି ବାଧ୍ୟ କରିଥିଲେ ଧୃତରାଷ୍ଟ୍ରଙ୍କୁ ଗାନ୍ଧାରୀ ସହ ବିବାହ କରାଯାଉ |

ସୁବଳଙ୍କ ରାଜ ପୁରୋହିତମାନେ କୋଷ୍ଠି ଦେଖି କହିଲେ ଯଦି ଏହି ବିବାହ ସମ୍ପନ୍ନ ହୁଏ ତେବେ ଗାନ୍ଧାରୀଙ୍କ ପ୍ରତି ଏବଂ ଧୃତରାଷ୍ଟ୍ରଙ୍କ ପ୍ରତି ଏହା ବିପଦ ସୃଷ୍ଟି କରିବ ତେଣୁ ସେମାନେ ପ୍ରଥମେ ଗାନ୍ଧାରୀଙ୍କୁ ଛେଳି ସହ ବିବାହ ଦେଇଥିଲେ ଏବଂ କିମ୍ବଦନ୍ତୀ ଅନୁସାରେ ଏହି ଛେଳିକୁ ବଳି ମଧ୍ୟ ଦିଆଯାଇଥିଲା ଆଉ ଛେଳି ରୂପକ ସ୍ୱାମୀର ମୃତ୍ୟୁ ହେବାପରେ ଗାନ୍ଧାରୀ ବିଧବା ହୋଇଥିଲେ ଏହାପରେ ସେ ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ ଏବଂ ଜାଣିଥିଲେ ଧୃତରାଷ୍ଟ୍ର ଜଣେ ଅନ୍ଧ ସେଥିପାଇଁ ସେ ତାଙ୍କ ସ୍ବାମୀଙ୍କ ସହ ଜୀବନ ବିତାଇବା ପାଇଁ ଆଜୀବନ ନିଜ ଆଖିରେ ଏକ ଅନ୍ଧ ପୁଟୁଳି ବାନ୍ଧି ଦେଇଥିଲେ ଜୀବନ ସାରା ସ୍ବାମୀଙ୍କ ବାଟରେ ଯାତ୍ରୀ ହେବାର ପଣ ନେଇଥିଲେ।

ମହାଦେବଙ୍କ ଭକ୍ତ ଥିଲେ ଗାନ୍ଧାରୀ ମହାଦେବଙ୍କୁ ପ୍ରସନ୍ନ କରି ଏକ ଅଦ୍ଭୁତ ପୂର୍ବ ବର ପ୍ରାପ୍ତି କରିଥିଲେ ଏହି ବର ଅନୁଯାୟୀ ଯେତେବେଳେ ଗାନ୍ଧାରୀ ନିଜ ଅନ୍ଧ ପୁଟୁଳି ଖୋଲି ଯାହାକୁ ଚାହିଁବେ ସେ ହୋଇଯିବେ ବଜ୍ରସମ ଲଗାତାର ଭାବରେ କୌରବ ସେନାକୁ ଆଖି ଆଗରେ ରଖି ଗାନ୍ଧାରୀ ନିଷ୍ପତି ନେଇଥିଲେ ନିଜ ପୁତ୍ର ଦୁର୍ଯ୍ୟଧନକୁ ବଜ୍ରସମ କରିବା ପାଇଁ ଏବଂ ଦୂର୍ଯ୍ୟଧନକୁ ଉଲଗ୍ନ ଅବସ୍ଥାରେ ତାଙ୍କ ସାମ୍ନାକୁ ଆସିବାକୁ ମଧ୍ୟ କହିଥିଲେ କିନ୍ତୁ ଭଗଵାନ ଶ୍ରୀକୃଷ୍ଣ ଦୂର୍ଯ୍ୟଧନକୁ ବୁଝାଇ ମାତାଙ୍କ ସାମ୍ନାରେ ଉଲଗ୍ନ ହେବା ପାପ ବୋଲି କହିଥିଲେ |

ଆଉ ଏକ ପତ୍ର ଅଣ୍ଟାରୁ ଜଙ୍ଘ ପର୍ଯ୍ୟନ୍ତ ଢାଙ୍କି ହେବାକୁ କହିଥିଲେ ଯାହା ଫଳରେ ଗାନ୍ଧାରୀ ଆଖି ଖୋଲିବା ପରେ ଦୁର୍ଯ୍ୟଧନଙ୍କ ଶରୀର ବଜ୍ରସମ ହୋଇଥିଲା କିନ୍ତୁ ଅଣ୍ଟାରୁ ଜଙ୍ଘ ଯାଏଁ ହୋଇନଥିଲା ଏବଂ ପରେ ଭୀମ ଦୁର୍ଯ୍ୟଧନଙ୍କ ସେହି ଜଙ୍ଘକୁ ଗଦାରେ ପିଟି ତାଙ୍କୁ ପରାସ୍ତ କରିଥିଲେ ଗାନ୍ଧାରୀଙ୍କର ୧୦୦ ପୁତ୍ର ଥିଲା ଆଉ ସେହି ୧୦୦ ପୁତ୍ରର ମୃତ୍ୟୁର ଦୁଃଖ ମଧ୍ୟ ଗାନ୍ଧାରୀ ଦେଖିଛନ୍ତି ଗାନ୍ଧାରୀଙ୍କ କନ୍ୟାଙ୍କ ନାମ ଥିଲା ଦୁସଳା।

Leave a Reply

Your email address will not be published. Required fields are marked *