Puri ଜଗନ୍ନାଥ ମନ୍ଦିରରେ ମିଳିଲା ଗୁପ୍ତ ରହସ୍ୟ, ଯାହାକୁ ଦେଖି ବୈଜ୍ଞାନିକ ମାନେ ଆଶ୍ଚଯ୍ୟ !

ଓଡିଶା ଯାହା ମନ୍ଦିର ମଲେଣି ରାଜ୍ୟ ନାମରେ ସାରା ବିଶ୍ୱରେ ପରିଚିତ, ଆମ ରାଜ୍ୟରେ ମନ୍ଦିରକୁନେଇ ବିଭିନ୍ନ ପ୍ରାପକରର ରହସ୍ୟ ଲୁଚି ରହିଛି ବୈଜ୍ଞାନିକ ଚର୍ଚ୍ଚାରେ ଓ ଲୋକ ଚର୍ଚ୍ଚାରେ ରହିଥାଏ | ବର୍ଷ ବର୍ଷ ଧରି ଛିଡ଼ା ହୋଇଥିବା ଏହି ମନ୍ଦିରର ବିଭିନ୍ନ ପ୍ରକାରର ରହସ୍ୟ ରହିଛି ଆଜି ଆମେ ଜାଣିବା ପାଇଁ ଯାଉଛନ୍ତି ଏକ ଏମିତି ମନ୍ଦିର ଯାହାର ଅନେକ ରହସ୍ୟ ଲୁଚି ରହିଥିଲା ଯାହା ଲୋକମାନଙ୍କୁ ଜଣାନଥିଲା ଯେଉଁମାନେ ଜାଣିଥିଲେ ସେମାନେ ବି ଜଣେଇନଥିଲେ | ହଁ ସାଙ୍ଗମାନେ ଅଜୀଏଁଇ ଜାଣିବା ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିରର କିଛି ରହସ୍ୟ ମାୟା କଥା ବିଷୟରେ ଯାହା ଆଜି ପର୍ଯ୍ୟନ୍ତ ଗୁପ୍ତ ରଖ ଯାଇଥିଲା | ତେବେ ଆସନ୍ତୁ ଜାଣିବା ନମସ୍କାର ବନ୍ଧୁଗଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ଲୀଳା ଯେଉଁ ପରି ଭାବରେ ରହସ୍ୟମୟ ଠିକ୍ ସେହିପରି ତାଙ୍କର ଶ୍ରୀମନ୍ଦିର ମଧ୍ୟ ଅଲୌକିକ ରହସ୍ୟରେ ପରିପୂର୍ଣ୍ଣ। ଲୀଳାମୟ ଶ୍ରୀ ଜଗନ୍ନାଥଙ୍କ ବିନା ଇସାରାରେ ଏହି ଜଗତରେ ପତ୍ରଟିଏ ମଧ୍ୟ ହଲି ନଥାଏ ଆଜିର ଆଧୁନିକ ମଣିଷ ଟେକ୍ନୋଲୋଜିରେ ଯେତେ ଉନ୍ନତି କରିଥିଲେ ମଧ୍ୟ ଶ୍ରୀମନ୍ଦିରର ଅନେକ ଗୁମରକୁ ବୁଝିବା ଆମ ପକ୍ଷରେ ସମ୍ଭବ ନୁହେଁ। ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ କୌତୁହଳ ସୃଷ୍ଟି ଚାଲିଛି। କଣ ରହିଛି ଏହି ରତ୍ନଭଣ୍ଡାରରେ କଣ ପାଇଁ ଆଜି ପର୍ଯ୍ୟନ୍ତ ବିଶେଷଜ୍ଞ ମାନେ ସଂପୂର୍ଣ୍ଣ ରତ୍ନଭଣ୍ଡାରକୁ ଖୋଲିବାକୁ ଅସମର୍ଥ ଭିତର ଭଣ୍ଡାରକୁ ଖୋଲିବା ପାଇଁ କାହିଁକି କେହି ସାହସ କରୁ ନାହାଁନ୍ତି ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଘଟଣା ହେଇଛି ରତ୍ନଭଣ୍ଡାରର ଚାବି ହଜିଲା କିପରି ସତରେ କଣ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ବାସୁବି ନାଗ ଜଗି ରଖିଛି ସତରେ କଣ ଭଣ୍ଡାର ଘରୁ ଅନେକ ସାପର ଗର୍ଜନ ଶୁଣିବାକୁ ମିଳେ ତେବେ ଦର୍ଶକ ଆଜି ଆସନ୍ତୁ ଜାଣିବା ଏହି ରହସ୍ୟମୟ ଘଟଣାମାନ ବିଷୟରେ। ତେବେ ଆସନ୍ତୁ ଜାଣିବା ପୁରୀ ଶ୍ରୀ ମନ୍ଦିରର କିଛି ଇତିହାସ ସମ୍ପର୍କରେ ଏବଂ କେବେ ଏହି ରତ୍ନଭଣ୍ଡାର ଶେଷଥର ପାଇଁ ଖୋଲା ଯାଇଥିଲା।

ପୁରୀରେ ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ କରାଗଲା ସେହି ସମୟରେ ମହାପ୍ରଭୁଙ୍କ ପାଇଁ ଏକ ରତ୍ନଭଣ୍ଡାର ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଯେତେବେଳେ କୌଣସି ରାଜା ରାଜ୍ୟ ବିଜୟୀ ପରେ ମହାପ୍ରଭୁଙ୍କୁ ରତ୍ନ ଅଳଙ୍କାର ଦାନ କରୁଥିଲେ ସେହିସବୁକୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ କରି ରଖାଯାଉଥିଲା। ସେ ସମୟରେ ଉତ୍କଳ ପ୍ରଦେଶ ଅର୍ଥାତ୍ ଆଜିର ଓଡ଼ିଶାରେ ଧନରତ୍ନ ଭରପୁର ହୋଇଥିଲା ଏବଂ ସବୁ ବିଦେଶୀ ଆକ୍ରମଣକାରୀ ମାନେ ଶ୍ରୀମନ୍ଦିରକୁ ଲୁଣ୍ଠନ କରିନେବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏପରିକି କଳାପାହାଡ଼ ପରି ଅନେକ ଦୃଷ୍ଟ ଆକ୍ରମଣକାରୀ ମାନେ ଆମ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ବୋହୁତ ଥର ଧନରତ୍ନ ଲୁଣ୍ଠନ କରି ନେଇ ଯାଇଛନ୍ତି ତଥାପି ଆଜି ସେ ରତ୍ନ ଭଣ୍ଡାର ଶ୍ରୀମନ୍ଦିରରେ ରହିଛି। ଶେଷଥର ପାଇଁ ୨୦୧୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲା ଯାଇଥିଲା। ୨୦୧୮ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ୧୬ ଜଣିଆ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତି ନିଆ ଯାଇଥିଲା। ଏହି ନିଷ୍ପତି ଅନୁସାରେ ଗଜପତି ମହାରାଜାଙ୍କ ପ୍ରତିନିଧି ରତ୍ନଭଣ୍ଡାରର ବାହାର ଭଣ୍ଡାରକୁ ପ୍ରବେଶ କରିବେ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ଭଣ୍ଡାର ମୁଖ୍ୟଙ୍କ ସହ ଅନେକ ଅଧିକାରୀଗଣ ମଧ୍ୟ ଯାଇଥିଲେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

୨୦୧୮ ମସିହାର ଏହି ଘଟଣା ଅନେକ ସମସ୍ୟା ସୃଷ୍ଟି କରିଥିଲା କାରଣ ଦୀର୍ଘ ୪୦ ମିନିଟ୍ ଧରି ରତ୍ନଭଣ୍ଡାର ଯାଞ୍ଚ୍ ପରେ ଯେତେବେଳେ ଅଧିକାରୀମାନେ ବାହାରକୁ ଆସିଲେ ସେତେବେଳେ ଶୁଣିବାକୁ ମିଳିଲା ଯେ ସେମାନେ ରତ୍ନଭଣ୍ଡାରର କେବଳ ବାହାର ଗୃହକୁ ଯାଞ୍ଚ୍ କରି ଭିତର ରତ୍ନଭଣ୍ଡାର ନ ଖୋଲି ବାହାର ଗୃହର ଝରକା ଦେଇ ଭିତର ଭଣ୍ଡାରକୁ ଦେଖିଛନ୍ତି ବୋଲି କହିଥିଲେ। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ରତ୍ନଭଣ୍ଡାରର ୭ଟି ଗୃହ ରହିଛି ମାତ୍ର ସବୁ ଗୃହକୁ ଆଜି ପର୍ଯ୍ୟନ୍ତ ଖୋଲା ଯାଇପାରିନାହିଁ କେବଳ ୩ଟି ଗୃହ ହିଁ ଆଜି ପର୍ଯ୍ୟନ୍ତ ଖୋଲା ଯାଇଛି।

୧୯୮୪ ମସିହାରେ ଯେତେବେଳେ ରତ୍ନତତ୍ୱ ବିଭାଗ ରତ୍ନଭଣ୍ଡାରକୁ ଖୋଲିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେମାନେ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଏପରିକି ତୃତୀୟ ଗୃହ ଖୋଲିବା ବେଳେ ସେମାନେ ଅନେକ ସାପର ଗର୍ଜନ ଶୁଣିବାକୁ ପାଇଥିଲେ ବୋଲି କହିଥିଲେ। ଆଜି ପର୍ଯ୍ୟନ୍ତ ଶତ ଚେଷ୍ଟା ସତ୍ତ୍ଵେ ମଧ୍ୟ ବାକି ୪ଟି ଗୃହକୁ ଖୋଲିବାକୁ କେହି ମଧ୍ୟ ସକ୍ଷମ ହୋଇ ନାହାଁନ୍ତି ରତ୍ନଭଣ୍ଡାରର ଏହିସବୁ ରହସ୍ୟ ବିଷୟରେ ପୁରୀର ଅନେକ ବରିଷ୍ଠ ସେବାୟତ ଅନେକ ପ୍ରକାର ମତ ଦିଅନ୍ତି। ସେମାନଙ୍କ ମତ ଅନୁସାରେ ରତ୍ନଭଣ୍ଡାରର ଅନେକ ରହସ୍ୟ ରହିଛି ରତ୍ନଭଣ୍ଡାର ଖୋଲିବା ହେଇଛି ମହାପାପ କାରଣ ରତ୍ନଭଣ୍ଡାର ହେଉଛି ସ୍ଵୟଂ ଶ୍ରୀ ଜଗନ୍ନାଥଙ୍କର ତାହା ଖୋଲା ଗଲେ ମହାପ୍ରଭୁ କେବେହେଲେ କ୍ଷମା କରିବେ ନାହିଁ।

ଏତେସବୁ ରହସ୍ୟ ବାଦ ବିବାଦରେ ମଧ୍ୟ ରତ୍ନଭଣ୍ଡାରରେ ଥିବା ଧନରତ୍ନର ଆକଳନ ୧୯୭୮ ମସିହା ମେ ମାସରୁ ଜୁଲାଇ ମାସ ମଧ୍ୟରେ ହୋଇଥିଲା। ଏହି ତାଲିକା ଅନୁସାରେ ବାହାର ଭଣ୍ଡାରରେ ୭୯ ପ୍ରକାରର ଅଳଙ୍କାର ରହିଛି ଯାହାର ଓଜନ ପାଖାପାଖି ୯୫ କିଲୋ ହେବ। ଏହାସହ ପ୍ରାୟ ୫୫ କିଲୋର ରୂପା ସାମଗ୍ରୀ ମଧ୍ୟ ରହିଛି ଠିକ୍ ସେହିପରି ଭାବେ ଚଳନ୍ତି ଭଣ୍ଡାରରେ ୩ କିଲୋର ସୁନା ଅଳଙ୍କାର ରହିଛି ଯାହାକି ଶ୍ରୀଜୀଉ ଙ୍କର ରୀତିନୀତି ପାଇଁ ବ୍ୟବହାର ହୁଏ। ଐତିହାସିକ ବିଶାରଥ ସୁରେନ୍ଦ୍ର ରଥଙ୍କ ମତ ଅନୁସାରେ ଭିତର ଭଣ୍ଡାରରେ ପାଖାପାଖି ୫୯୮ ପ୍ରକାରର ଅଳଙ୍କାର ରହିଛି। ହୀରା, ଲୀଳା ଭଳି ଅନେକ ପ୍ରକାରର ଅମୂଲ୍ୟ ରତ୍ନ ଏହିଠାରେ ଗଚ୍ଛିତ ହୋଇ ରହିଛି ଅନେକ ରୂପା ବାକ୍ସରେ ଏହି ଅଳଙ୍କାରକୁ କେଉଁ କାଳରୁ ସାଇତି ରଖା ଯାଇଛି। ପୁରୀ ଗଜପତି ମହାରାଜାଙ୍କ ଠାରୁ ଯୁଦ୍ଧରେ ଯେଉଁ ରାଜା ହାରି ଯାଉଥିଲେ ସେମାନେ ନିଜର ମୁକୁଟ ଅର୍ପଣ କରୁଥିଲେ ଏବଂ ସେହି ମୁକୁଟରେ ଲାଗିଥିବା କିରିଟକୁ ରତ୍ନଭଣ୍ଡାରରେ ସାଇତି ରଖା ଯାଉଥିଲା ଏହିଭଳି ଭାବରେ ୩୪ ରାଜାଙ୍କର କିରିଟ ଏବେ ମଧ୍ୟ ରତ୍ନଭଣ୍ଡାରରେ ରହିଛି।

କୁହାଯାଏ ଯେ ରତ୍ନଭଣ୍ଡାରର ଛତାର ଉଚ୍ଚତା ବୋହୁତ କମ୍ ତେଣୁ ରତ୍ନଭଣ୍ଡାର ଘନ ଅନ୍ଧକାର ମଧ୍ୟରେ ରହିଥାଏ ଏହା ହିଁ ସଂପୂର୍ଣ୍ଣ ରତ୍ନଭଣ୍ଡାରକୁ ଅଧିକ ରହସ୍ୟମୟ ଓ ଭୟଭୀତ କରିଥାଏ। ଇଂରେଜ ଶାସନ ସମୟରେ ଏକ ଇଂରେଜ ଜିଲ୍ଲାପାଳ ମଧ୍ୟ ରତ୍ନଭଣ୍ଡାରର ଭିତର ଗୃହକୁ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅନେକ ପ୍ରକାର ବାଧାବିଘ୍ନ ମାଡ଼ି ଆସିବାରୁ ସେ ୟାକୁ ବନ୍ଦ୍ କରି ଦେଇଥିଲେ। ଇତିହାସ ଅନୁସାରେ ଯେଉଁଦିନ ସେହି ଜିଲ୍ଲାପାଳ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତି ବେଳେ ସେହିଦିନ ରାତିରେ ସେ ଅନେକ ପ୍ରକାର ବିକଟାଳ ସ୍ଵପ୍ନ ଦେଖିଥିଲେ ଏବଂ ତାଙ୍କର ଏକ ପୁଅ ମଧ୍ୟ ହଠାତ୍ ମୃତ୍ୟୁବରଣ କରିଥିଲା। ଲୋକକଥା ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀ ଲୋକନାଥଙ୍କ ଜାଳନ୍ତି ପ୍ରତିମା ଜଗି ରହିଛନ୍ତି ବୋଲି ବିଶ୍ୱାସ କରାଯାଏ। ଯେବେ ଯେବେ ରତ୍ନଭଣ୍ଡାରର ଭିତର ଗୃହ ଖୋଲିବାକୁ ଚେଷ୍ଟା କରାଯାଇଛି ସେତେବେଳେ ଅନେକ ପ୍ରକାରର ବାଧାବିଘ୍ନ ସୃଷ୍ଟି ହୋଇଛି। ଏପରି ମଧ୍ୟ କୁହାଯାଏ ଯେ ଭିତର ଭଣ୍ଡାର ଗୁଡ଼ିକରେ କୁହୁକ ତାଲା ରହିଛି ଏହାର କବାଟ ନାଗ ଫାଶରେ ବନ୍ଧା ହୋଇଛି। ରତ୍ନଭଣ୍ଡାର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନେକ ରହସ୍ୟ ରହିଛି।

Leave a Reply

Your email address will not be published. Required fields are marked *