ନମସ୍କାର ବନ୍ଧୁଗଣ ସକାଳୁ ଉଠିବା ମାତ୍ରେ ଯାହାବି ଆମେ କରିଥାଉ ତାହାର ସିଧା ପ୍ରଭାବ ଆମ ଶାରିରୀକ ଏବଂ ମାନସିକ ଭାବରେ ଆମ ଶରୀରରେ ପଡ଼ିଥାଏ ମାନେ ଯଦି ଆପଣ ସକାଳୁ ଉଠି ଜିମ୍ ଯାଉଛନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଶାରିରୀକ ଓ ମାନସିକ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ ଏବଂ ଆପଣଙ୍କ ଶରୀର ଦିନ ଯାକ ସୁସ୍ଥ ରହିଥାଏ କିନ୍ତୁ ଏହା ବ୍ୟତୀତ ପ୍ରାୟତଃ ଲୋକମାନଙ୍କର ଗୋଟିଏ ଖରାପ ପ୍ରଭାବ ରହିଥାଏ ସକଳେ ଖାଲି ପେଟରେ ଚାହା ପିଇବା। ଦେଖାଯାଏ ଯେ ପ୍ରାୟତଃ ଲୋକମାନେ ସକାଳୁ ଉଠିବା ମାତ୍ରେ ଚାହା ସେବନ କରିଥାନ୍ତି। ଏଭଳି ଲୋକମାନେ ବୁଝିବା ଦରକାର ଯେ ଆଗକୁ ସେମାନଙ୍କ ଶରୀର ବୋହୁତ ଖରାପ ହେବାର ଅଛି। ଏଭଳି ଅନେକ ରୋଗ ରହିଛି ଯାହା ସକାଳେ ଖାଲି ପେଟରେ ଚାହା ପିଇଲେ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଖାଲି ପେଟରେ ଚାହା ପିଇବା ଦ୍ଵାରା କଣ ସବୁ ହାନିକାରକ ହୋଇଥାଏ ତାହା ବିଷୟରେ ଜାଣିବା
ଖାଲି ପେଟରେ ଚାହା ପିଇବା ଶରୀର ପାଇଁ କ୍ଷତିକାରକ ଅଟେ ଏବଂ ତାହା ଯେକୌଣସି ଚାହା ହେଉ କାରଣ କିଛି ଲୋକ ବାବୁଛନ୍ତି ଯେ ଯଦି ଆମେ ଗ୍ରିନଟିକୁ ଖାଲି ପେଟରେ ପିଇବା ତେବେ ତାହା ଆମ ଶରୀର ପାଇଁ ଭଲ ଅଟେ କିନ୍ତୁ ଜାଣିରଖନ୍ତୁ ଯେ ଖାଲି ପେଟରେ ଚାହା ପିଇବା ଦେହ ପ୍ରତି ହାନିକାରକ ଅଟେ କାରଣ ଦର୍ଶକ ବନ୍ଧୁ ଚାହାରେ ଏସିଡ ରହିଥାଏ ଏବଂ ଏହା ଆମ ଶରୀରରେ ରହିଥିବା ଲାଳ ଅଂଶ ସହିତ ଯେତେବେଳେ ମିଶିଯାଏ ତେବେ ଅମର ଶରୀରରେ ଏହି ଏସିଡିଟି କରାଇଥାଏ, ପେଟରେ ଗ୍ୟାସ୍ ହେବ ଇତ୍ୟାଦି ଅନେକ ପ୍ରକାରର ରୋଗ ଜନ୍ମ ନେଇଥାଏ। ତେଣୁ ଏଭଳି ପରିସ୍ଥିତିରେ ଖାଲି ପେଟରେ ଚାହା ପିଇବା ଉଚିତ୍ ନୁହେଁ। ଯଦି ଆପଣ କ୍ଷୀର ଚାହା ଖାଲି ପେଟରେ ପିଉଛନ୍ତି ତେବେ ତାହା ସବୁଠାରୁ ଅଧିକ ହାନିକାରକ ଅଟେ। ତେଣୁ ଆପଣ ଖାଲି ପେଟରେ ଚାହା ପିଅନ୍ତୁ ନାହିଁ। କାରଣ ଏଥିରେ ଯାହା ଆପଣଙ୍କୁ କ୍ଷତି ହେବ ତାହା ଆପଣ କେବେବି ସମ୍ଭାଳି ପାରିବେ ନାହିଁ। ତେଣୁ ଏବେ ଆସନ୍ତୁ ଜାଣିବା ଯେ କଣ ସବୁ କ୍ଷତି ହେବାର ଅଛି।
ପ୍ରଥମ କ୍ଷତି
ଆପଣଙ୍କ ପେଟରେ ବା ଆପଣଙ୍କ ଶରୀରରେ ଏସିଡ଼ିଟି ହେବ କାରଣ ଯେତେବେଳେ ଆମେ ଚାହା ପିଉ ଖାଲି ପେଟରେ ଚାହା ପିଇଲେ ଏହା ପେଟରେ ଏସିଡ଼ିଟି କରାଇଥାଏ। ଏସିଡ଼ିଟି ଆମର ଦେହରେ ଗ୍ୟାସ୍ ଉତ୍ପନ କରାଇଥାଏ ଏବଂ ଏହା ଆମର ରକ୍ତ କଣିକାରେ ମିଶି କୋଲେଷ୍ଟ୍ର ସମସ୍ୟା, ହାର୍ଟଆର୍ଟକ ସମସ୍ୟା କିମ୍ବା ବ୍ଲଡ଼ ପ୍ରେସର୍ ଅଧିକା ହେବା କିମ୍ବା କମ୍ ହେବାର ସମସ୍ୟା ଆଣି ଦେଇଥାଏ। ତେଣୁ ଏଭଳି ପରିସ୍ଥିତିରେ ଆପଣ ଖାଲି ପେଟରେ ଚାହା ଆଦୌ ପିଆନ୍ତୁ ନାହିଁ।
ଦିତୀୟ କ୍ଷତି
ମେଦ ବୋହୁଳ ବା ଚର୍ବି ବଢ଼ିବା ଫ୍ୟାଟ୍ ଯୁକ୍ତ ଜିନିଷକୁ ଖାଇବା ଦ୍ବାରା ହୋଇଥାଏ କିନ୍ତୁ ଦର୍ଶକ ବନ୍ଧୁ ଏହା କେବେବି ନୁହେଁ ଚର୍ବି ଆସିଥାଏ ଏଭଳି ଜିନିଷକୁ ଖାଇଲେ ଯାହା ଦ୍ଵାରା ଆମର ଡାଇଯେସନ୍ ଖରାପ ହୁଏ ଏବଂ ମେତାପୋଲିଯିମ୍ ରେଟ କମ୍ ହୁଏ। ଯଦି ଆପଣ ଖାଲି ପେଟରେ ଚାହା ପିଉଛନ୍ତି ତେବେ ଏହାର ସିଧା ପ୍ରଭାବ ଆପଣଙ୍କ ହଜମ ଶକ୍ତି ଉପରେ ପଡ଼ିଥାଏ। ଚାହା ଆପଣଙ୍କ ହଜମ ଶକ୍ତିକୁ ଖରାପ କରିଦେଇ ଥାଏ ଏବଂ ମେତାପୋଲିଯିମ୍ ରେଟକୁ କମ୍ କରିଦିଏ ଏହାଦ୍ବାରା ଆପଣଙ୍କର ଓଜନ ବଢ଼ିବାକୁ ଲାଗେ। ଯଦି ଆପଣ ମୋଟା ହୋଇ ଯାଉଛନ୍ତି ତେବେ ଖାଲି ପେଟରେ ଚାହା ଆଜିଠାରୁ ଜମାରୁ ପିଅନ୍ତୁ କାରଣ ଏହାଦ୍ବାରା ଓଜନ ଆହୁରି ବଢିଯିବ।
ତୃତୀୟ କ୍ଷତି
ଅର୍ଶ ରୋଗୀମାନେ ଖାଲି ପେଟରେ ଚାହା ପିଇବା ଉଚିତ୍ ନୁହେଁ। ତେଣୁ ଯଦି ଆପଣ ଏହି ଅସୁବିଧା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଏହି ଅଭ୍ୟାସ କରନ୍ତୁ ନାହିଁ ଯେ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଚାହା ପିଅନ୍ତୁ ନାହିଁ।
ଚତୁର୍ଥ କ୍ଷତି
ଆଜିକାଲି ଦୁନିଆରେ ଜୀବନ ବୋହୁତ ବ୍ୟସ୍ତ ବୋହୂଳ, ଠିକ୍ ରେ ନିଦ ଆସେ ନାହିଁ ଏହା ସହିତ ଯଦି ଆପଣ ଖାଲି ପେଟରେ ଚାହା କିମ୍ବା କଫି ପିଉଛନ୍ତି ତେବେ ଏହା ଆପଣଙ୍କୁ ଆହୁରି ନିଦ ନଆସିବା ସମସ୍ୟା ବଢିଯିବ ତେଣୁ ଯଦି ଆପଣ ଭଲ ନିଦ ଚାହୁଁଛନ୍ତି ତେବେ ଖାଲି ପେଟରେ ଆଦୌ ଚାହା ପିଅନ୍ତୁ ନାହିଁ।
ପଞ୍ଚମ କ୍ଷତି
ଯଦି ଆପଣଙ୍କୁ ଭୋକ ଲାଗୁ ନଥାଏ ତେବେ ଆପଣ ବୁଝି ଯାଆନ୍ତୁ ଯେ ଏହା ହେଉଛି ଆପଣଙ୍କ ଖାଲି ପେଟରେ ଚାହା ପିଇବାର ଫଳ ଅଟେ କାରଣ ଖାଲି ପେଟରେ ଚାହା ପିଇଲେ ଆମର ଡାଇଜେସନ୍ ଖରାପ ହୋଇଥାଏ ଯାହା ଫଳରେ ଧୀରେ ଧୀରେ ଭୋକ ଲାଗିବା କମ୍ ହୋଇ ଯାଇଥାଏ।