Bolbam : ଶ୍ରାବଣ ମାସ ଖାଆନ୍ତୁ ନାହିଁ ଏହି ପରିବା, ନଚେତ ହେବ ସର୍ବନାଶ, କେବେ ଆରମ୍ଭ କେବେ ଶେଷ ଜଣାନ୍ତୁ !!

ନମସ୍କାର ଦର୍ଶକବନ୍ଧୁ ଆସୁଛି ଶ୍ରାବଣ ମାସ ଏହି ଶ୍ରାବଣ ମାସରେ ବୋଲବମ ଭକ୍ତ ମାନେ କେତ ଦୂରରୁ ଜଳ ଆଣି ଜଳରେ ମହାଦେବଙ୍କର ଅଭିଶେକ କରନ୍ତି | ତେବେ ଏଥର ଯେଉଁ ଶ୍ରାବଣ ମାସ କେବେଠାରୁ ଆରମ୍ଭ ହେବାକୁ ଯାଉଅଛି କେତେ ତାରିଖରୁ ଆରମ୍ଭ ଏବଂ କେତେ ତାରିଖରେ ଶେଷ କେତେଗୋଟି ସୋମବାର ପଡୁଅଛି ଆସନ୍ତୁ ଜାଣିବା | ତେବେ ଦର୍ଶକବନ୍ଧୁ ପାଞ୍ଜି ଅନୁସାରେ ଜୁଲାଇ 21 ତାରିଖ ରବିବାର ଏହା ହେଉଛି ଗୁରୁ ପୂର୍ଣିମା ବା ବ୍ୟାସ ପୁର୍ଣିମା |

ତେଣୁ ତାହା ପରଦିନ ଠାରୁ ଅର୍ଥାତ 22 ଜୁଲାଇ ସୋମବାର ଏହିଦିନ ଠାରୁ ଶ୍ରାବଣ ମାସର ଆରମ୍ଭ ଏହା ଶ୍ରାବଣ ମାସର ପ୍ରଥମ ଦିନ ଓ ପ୍ରଥମ ସୋମବାର ଏବଂ ଅଗଷ୍ଟ ମାସ 19 ତାରିଖରେ ସୋମବାର ଶ୍ରାବଣ ମାସର ଶେଷ ହେବ | ଏଥର ଶ୍ରବଣ ମାସରେ ମୋଟ 5ଟି ସୋମବାର ପଡୁ ଅଛି ତେବେ ଦର୍ଶକବନ୍ଧୁ ଏବେ ଆସନ୍ତୁ ଜାଣିବା ଏହି ଶ୍ରାବଣ ମାସରେ କେଉଁ କେଉଁ ଜିନିଷ ଖାଇବା ଓ କେଉଁ ଜିନିଷକୁ ବାରଣ କରିବା ଆସନ୍ତୁ ଜାଣିବା |

ବନ୍ଧୁଗଣ ସ୍କନ୍ଧ ପୁରାଣ ଓ ଶିବ ପୁରାଣରେ ଶ୍ରାବଣ ମାସ ବିଷୟରେ ଅନେକ ମହତ୍ଵ ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଏହି ମାସରେ ଭୋଜନ ସମ୍ବଧିତ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି । ଏହା ପଛରେ ଶାସ୍ତ୍ରୀୟ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏହି ମାସରେ ଖାଦ୍ୟପେୟ ପ୍ରତି ଦ୍ରୁଷ୍ଟି ଦେବା ଆମ ସ୍ୱାସ୍ଥ୍ୟ ପ୍ରତି ଜରୁରୀ ଅଟେ । ତେଣୁ ଆଜି ଆମେ ଜାଣିବା ଶ୍ରାବଣ ମାସରେ ବ୍ରତ ସମୟରେ ଓ ଅନ୍ୟ ଦିନ ମାନଙ୍କରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ଅଟେ ।

ଶ୍ରାବଣ ମାସରେ ବ୍ରତଧାରୀ ଙ୍କୁ ଏହି ମାସରେ ଖରାପ ଅଭ୍ଯାସରେ ଲୀନ ରହିବା ଉଚିତ ନୁହେଁ । ଯେମିତିକି ମଦ୍ୟପାନ, ଶିଗାରେଟ ର ସେବନ କରିବା ଉଚିତ ନୁହେଁ । ଏହି ମାସରେ ଫଳ ଆହାର ଖାଇବା ଶ୍ରେଷ୍ଠ ହୋଇଥାଏ । ଏହି ମାସରେ ଅମୃତଭଣ୍ଡା ଖାଇବା ଦ୍ଵାରା ପାଚନ ଶକ୍ତି ଠିକ ରହିଥାଏ । ଏହି ମାସରେ ଦିନର ଆରମ୍ଭ ଲେମ୍ବୁ ବା ନଡିଆ ପାଣି ପିଇ ଆରମ୍ଭ କରି ପାରିବେ ।

ଧ୍ୟାନ ରଖିବେ ଯେମିତି ସାଧାରଣ ଲୁଣ ର ବ୍ୟବହାର ନ ହେବ । ଏହି ମାସରେ ଲାଉ, ବିଲାତି ଖାଇବା ଉଚିତ । ଏହି ମାସରେ କଦଳୀ, ଜାମୁକୋଳି, ଆମ୍ବ, ସେଓ ଭଳି ଫଳ ଖାଇବା ଉଚିତ । ଏହା ଦ୍ଵାରା ଶକ୍ତି ମିଳିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହି ମାସରେ ତାମସିକ ଭୋଜନ ଯଥା ପିଆଜ, ରସୁଣ ର ସେବନ କରିବା ଉଚିତ ନୁହେଁ । ଏହା ଦ୍ଵାରା ବ୍ରତ ଭାଙ୍ଗି ଯାଇଥାଏ ।

ଏହି ମାସରେ ମାଛ, ମାଂସ, ଅଣ୍ଡା ଆଦି ସେବନ ଉଚିତ ନୁହେଁ । ଏହା ଦ୍ଵାରା ପାପ ଲାଗିଥାଏ ଓ ଓ ମହାଦେବ କ୍ରୋଧିତ ହୋଇଥାନ୍ତି । ଶ୍ରାବଣ ମାସରେ ବାଇଗଣ ଖାଇବାକୁ ଉଚିତ ନୁହେଁ । ବାଇଗଣ କୁ ଅଶୁଦ୍ଧ ମାନା ଯାଇଥାଏ । ହା ମଧ୍ୟରେ ଜୀବାଣୁ ରହିଥାଏ ଯାହାକୁ ଖାଇବା ମାଂସ ସହ ସମାନ ହୋଇଥାଏ । ବୈଜ୍ଞାନିକ ମତ ଅନୁଯାୟୀ ବାଇଗଣ ଖାଇଲେ ଗ୍ଯାସ ସମସ୍ୟା ହୋଇଥାଏ ।

ସବୁଜ ପତ୍ର ଥିବା ପରିବା ଶ୍ରାବଣ ମାସରେ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ବାତ ରୋଗ ଦେଖା ଯାଇଥାଏ । ଶ୍ରାବଣ ମାସରେ ପାଳଙ୍ଗ ଶାଗ, ବଥୁଆ, ମେଥି, ବନ୍ଧା କୋବି, ଫୁଲ କୋବି ସେବନ କରିବା ବର୍ଜିତ କରା ଯାଇଛି । ଏହି ପରିବା ମଧ୍ୟରେ ପୋକ ମଧ୍ୟ ଅଧିକ ଦେଖାଯାଏ । ଏହି ମାସରେ କ୍ଷୀର ର ସେବନ କରିବା ଉଚିତ ନୁହେଁ । ଏହି ମାସରେ ଭଗବାନ ଶିବ ଙ୍କୁ କଞ୍ଚା କ୍ଷୀର ଅର୍ପଣ କରିଲେ ଶିବ ଜି ଙ୍କ ମସ୍ତିସ୍କ କୁ ଶୀତଳତା ପ୍ରାପ୍ତ ହୋଇଥାଏ ।

ଏହି ମାସରେ କ୍ଷୀର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏହି ମାସରେ ମସାଲା ଜାତୀୟ ଖାଦ୍ୟ ଖାଇବା ଅନୁଚିତ । ଏହା ଶରୀରରେ ଅନେକ ପ୍ରକାରର ରୋଗ ନିର୍ମାଣ କରିଥାଏ । ଏହି ମାସରେ ଯେଉଁ ବ୍ୟକ୍ତି ପଳାସ ପତ୍ରରେ ଭୋଜନ କରିଥାଏ ତାର ଗରିବୀ ଦୂର ହୋଇଥାଏ । ସ୍କନ୍ଧ ପୁରାଣ ଅନୁଯାୟୀ ଶ୍ରାବଣ ମାସରେ ସନ୍ଧ୍ୟା ସମୟରେ ଭୋଜନ କରିବା ବା ସୟନ କରିବା ଉଚିତ ନୁହେଁ । ଏହା ସହ ବ୍ରତ ମଧ୍ୟ ଭାଙ୍ଗି ଯାଇଥାଏ । ତେଣୁ ଶ୍ରାବଣ ମାସରେ ସୋମବାର ଦିନ ବ୍ରତ ରଖିବା ଶ୍ରେଷ୍ଠ ଅଟେ । ବ୍ରତଧାରୀ ଙ୍କୁ ଭୂମି ଉପରେ ସୟନ କରିବା ଉଚିତ ।

Leave a Reply

Your email address will not be published. Required fields are marked *