ପୁରୀର SCS କଲେଜରେ ୨୦୨୨ ମସିହାରେ bg ପରୀକ୍ଷା ଦେଉଥାନ୍ତି କଣାସ ର ସୁମିତ୍ରା ମିଶ୍ର ସବୁଦିନ ଘରୁ କଲେଜ କଲେଜରୁ ଘର ବସ ମାଧ୍ୟମରେ ଯିବା ଆସିବା କରିଥାନ୍ତି । ପରୀକ୍ଷା ଦିନ ଦିଟା ଓ ଚାରିଟା ବେଳକୁ ଶେଷ ହୋଇଥାଏ ପରୀକ୍ଷାର ମାଝି ଦିନମାନଙ୍କରେ ସୁମିତ୍ରାଙ୍କୁ ବହୁତ୍ ଅସୁବିଧାର ସାମ୍ନା କଲେ ପରୀକ୍ଷା ସାରି ପୁରୀ ବସ୍ ଷ୍ଟାଣ୍ଡ ରେ ଯାଇ ପହଞ୍ଚିଲା ବେଳକୁ ଦେଖିଲେ ୪.୩୦ ଲାଗୁଥିବା ଗାଁ ବସ୍ ଛାଡ଼ି ଦେଇଛି ଶୀତଦିନ ହୋଇଥିବାରୁ ଟିକେ ଜଲଦି ଅନ୍ଧାର ହେବାରେ ଲାଗୁଛି
ସୁମିତ୍ରା ମନେ ମନେ ଭୟଭୀତ ହୋଇ ଯାଇଥାନ୍ତି ଏକୁଟିଆ ଝିଅ କଣ କରି ଯାଇ ଘରେ ପହଞ୍ଚିବେ କିଛି ବୁଦ୍ଧି ବାଟ ଦେଖା ଯାଉନାହିଁ ଚାହୁଁ ଚାହୁଁ ରାତି ପାହି ସକାଳ ହୋଇ ଯିବ ଏକା ଝିଅକୁ ଦେଖିଲେ ଅନେକ ଲୋକଙ୍କ ଭାବନା ପରିବର୍ତ୍ତନ ହୋଇଯିବ ଏବେ କଣ କରିବେ କାହାକୁ ସାହାଯ୍ୟ ମହିବେ ସୁମିତ୍ରା କାହା ପାଖରେ ରହିବେ ଉପାୟ ଶୂନ୍ୟ ହୋଇ ଘରକୁ ଫୋନ କରି ସବୁ କଥା ଜଣାଇଲେ
ହେଲେ ଘର ଲୋକ ବା କଣ କରି ପାରିବେ ଏତେ ଗୁଡ଼ାଏ ବାଟ ରୁ କିଏବା ଆସିବ ସାହାଯ୍ୟ କରିବା ପାଇଁ ଭାବିଭାବି ଚତିଭିତରେ ଡର ପଡିଗଲାଣି ୟା ଭିତରେ ଅନେକ ଲୋକ ତାଙ୍କୁ ପଚାରି ସାରିଲେଣି କୁଆଡେ ଯିବେ ଆସନ୍ତୁ ଛାଡ଼ି ଦେବୁ କିନ୍ତୁ ସୁମିତ୍ରା ତାଙ୍କ ହାବ ଭାବ ଦେଖି କିଛି ଅନ୍ୟ କଥା ଜାଣି ପାରିଥିଲେ ବାଧ୍ୟ ହୋଇ ସୁମିତ୍ରା ବସ୍ ଷ୍ଟାଣ୍ଡ ଛାଡ଼ି ବଡ଼ ଦାଣ୍ଡକୁ ଆସିଲେ
ଆଉ ଚେଷ୍ଟା କରିବାକୁ ଲାଗିଲେ କି କୋଉ ଅଟୋ ବାଳକୁ କହିବେ ଛାଡ଼ିବାକୁ ହେଲେ କୌଣସି ଅଟ ବଲା ସେତେବେଳେକୁ ଆଉ ଦେଖିବାକୁ ମିଲୁ ନଥାନ୍ତି ଏହା ପରେ ସେ ବିଚଳିତ ଭାବରେ ସବୁଆଡକୁ ଚାହୁଁବାକୁ ଲାଗିଲେ ଏତିକି ସମସ୍ୟାରେ ଜଣେ ପଣ୍ଡା ଆସି ତାଙ୍କୁ ପଚାରିଲେ
ଝିଅ ତମର କଣ ଅସୁବିଧା ହୋଇଛି କି ଏହା ପରେ ସୁଚିତ୍ରା ତାଙ୍କୁ ସବୁ କଥା କହିଲେ ତାପରେ ସେ ପଣ୍ଡା ତାଙ୍କୁ ତାଙ୍କ ଘରକୁ ବେଳେ ଓ ତାଙ୍କ ଘରେ ଏକ ରୁମ୍ ଓ ଖାଇବାକୁ ଦେଲେ ହେଲେ ସକାଳୁ ସେ ପଣ୍ଡାକୁ ଆଉ ସୁଚିତ୍ରା ଦେଖିବାକୁ ପାଇଲେ ନାହିଁ ଓ ସେ କଲେଜ ଯାଇ ତାଙ୍କ ଘରକୁ ଫେରି ଗଲେ ।