ଶ୍ରାବଣ ମାସରେ ଘରକୁ ନେଇ ଆସନ୍ତୁ ଏହି ଚମତ୍କାର ଗଛ,୨୪ ଘଣ୍ଟାରେ ହେବ ଧନର ବର୍ଷା ,ଥରେ ନିଶ୍ଚୟ କରିକି ଦେଖନ୍ତୁ

ହିନ୍ଦୁ ପଞ୍ଜିକା ଅନୁସାରେ ଗତକାଲିଠାରୁ ଆରମ୍ଭ ହୋଇଯାଇଛି ପବିତ୍ର ଶ୍ରାବଣ ମାସ।  ମହାଦେବଙ୍କ ପ୍ରିୟ ମାସ କହାଯାଉଥିବା ଶ୍ରାବଣକୁ ଶିବ ଭକ୍ତମାନେ ଖୁବ୍‌ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରନ୍ତି। ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ। ଏହା ୫୯ ଦିନର ହୋଇଥିବା ବେଳେ ସାଧାରଣତଃ ୪ଟି ଶ୍ରାବଣ ସୋମବାର ବଦଳରେ ଏବର୍ଷ ୮ଟି ପଡ଼ିବ। ହିନ୍ଦୁ ପରମ୍ପରା ଅନୁଯାୟୀ ଶ୍ରାବଣ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ବୋଲି ମନାଯାଏ। ଏହି ଶୁଭ ମାସ ଶିବ ଆରାଧନା ପାଇଁ ଉତ୍ସର୍ଗୀକୃତ।

ଚଳିତବର୍ଷ ଶିବଙ୍କ ଭକ୍ତମାନେ ଦୁଇମାସ ପର୍ଯ୍ୟନ୍ତ ସେମାନଙ୍କ ପ୍ରଭୁଙ୍କୁ ପୂଜା କରିବାର ସୁଯୋଗ ପାଇବେ। ଜ୍ୟୋତିଷ ଦୀପକ କୁମାର ଏଏନ୍‌ଆଇକୁ କହିଛନ୍ତି କି, ‘ଶ୍ରାବଣ ମାସ ମହାଦେବଙ୍କ ପ୍ରିୟ ହେବା ପଛରେ କିଛି ପୌରାଣିକ କାରଣ ଲୁଚି ରହିଛି।’ ଜ୍ୟୋତିଷଙ୍କ କହିବାନୁସାରେ, ପ୍ରଥମଟି ହେଉଛି ମାର୍କଣ୍ଡ ଋଷିଙ୍କ ପୁଅ ମାର୍କେଣ୍ଡେୟ ଦୀର୍ଘ ଦିନ ଧରି ଶ୍ରାବଣ ମାସରେ କଠୋର ତପ କରିଥିଲେ। ତାଙ୍କ କଠୋର ତପରେ ସେ ଶିବଙ୍କୁ ମୋହିତ କରି ଯମରାଜଙ୍କୁ ହରାଇଥିଲେ। ଦ୍ୱିତୀୟ କାରଣ ହେଉଛି ଭଗବାନ ଶିବ ପ୍ରତ୍ୟେକ ମୌସୁମୀରେ ତାଙ୍କ ଶାଶୂଙ୍କ ଘରକୁ ଯାଆନ୍ତି।

ସେଠାରେ ତାଙ୍କର ଜଳାଭିଷେକ ହୋଇ ସ୍ବାଗତ କରାଯାଏ। ମୌସୁମୀ ଆସିଲେ ପବିତ୍ର ଶ୍ରାବଣ ମାସର ଆରମ୍ଭ ହୋଇଥାଏ। ତୃତୀୟ କାରଣ ହେଉଛି ପୁରାଣରେ ଲେଖାଅଛି କି ଏହି ଶ୍ରାବଣ ମାସରେ ସମୁଦ୍ର ମନ୍ଥନ ହୋଇଥିଲା। ସେଥିରୁ ବାହାରିଥିବା ବିଷକୁ ପାନ କରିଥିଲେ ମହାଦେବ। ଯେଉଁ କାରଣରୁ ତାଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା ଓ ସେ ନୀଳକଣ୍ଠେଶ୍ବର ଭାବେ ପରିଚୟ ପାଇଲେ।

ଚତୁର୍ଥ କାରଣ ହେଉଛି ଶିବ ପୁରାଣ ଅନୁଯାୟୀ, ଭଗବାନ ଶିବ ନିଜେ ହେଉଛନ୍ତି ଜଳ। ତେଣୁ ତାଙ୍କୁ ଅର୍ପଣ କରାଯାଉଥିବା ଜଳ ବି ସେ ନିଜେ। ସେ ଭକ୍ତଙ୍କର ଏହି ଜଳାଭିଷେକରେ ଏକ ସ୍ବତନ୍ତ୍ର ଆନନ୍ଦ ପାଆନ୍ତି। ତେବେ ପଞ୍ଚମ କାରଣଟି ହେଉଛି ଭଗବାନ ବିଷ୍ଣୁ ଶ୍ରାବଣ ମାସରେ ଯୋଗନିଦ୍ରାକୁ ଯାଆନ୍ତି, ତେଣୁ ସଂସାରର ସମସ୍ତ ଦାୟିତ୍ବ ଶିବଙ୍କ ଉପରେ ନ୍ୟସ୍ତହୁଏ । ସେଥିପାଇଁ ଏହି ମାସରେ ଶିବଙ୍କ ପୂଜା କଲେ ସେ ଭକ୍ତଙ୍କ ଦୁଃଖ ନିବାରଣ କରନ୍ତି।

Leave a Reply

Your email address will not be published. Required fields are marked *