ଚାରିଧାମ ମଧ୍ୟରୁ ଅନ୍ୟତମ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଧାମ। ମନ୍ଦିରଟି ଭଗବାନ ବିଷ୍ଣୁଙ୍କର ଏକ ରୂପ ଏବଂ ଭଗବାନ ଜଗନ୍ନାଥଙ୍କୁ ଉତ୍ସର୍ଗ କରାଯାଇଛି। ପ୍ରାଚୀନ କାଳରୁ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ଏକ ସ୍ଥାପତ୍ୟ ଶିଳ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହାକି ଏହାର ରୂପରେଖ ଓ ନିତିକାନ୍ତି ପାଇଁ ବେଶ ପରିଚିତ। ମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପ୍ରାଚୀର ଘେରି ରହିଥିବା ବେଳେ ଏହା ମଧ୍ୟରେ ଅନେକ ପ୍ରାଙ୍ଗଣ ଓ କୋଠରୀ ରହିଛି। ତେବେ ଚାଲନ୍ତୁ ଏହି ମନ୍ଦିରକୁ ନେଇ ରହିଥିବା କିଛି ନିଆରା କିମ୍ବଦନ୍ତୀ ବିଷୟରେ ଜାଣିବା। ଶ୍ରୀମନ୍ଦିର ଉପରେ ଉଡୁଥିବା ନୀଳଚକ୍ରଟି ଗୋଟିଏ ନୁହେଁ ବରଂ ଦୁଇଟି ରହସ୍ୟର କେନ୍ଦ୍ରବିନ୍ଦୁ ଅଟେ। ସୁଦର୍ଶନ ଚକ୍ରଟି ଏକ ବୃହତ ଧାତୁରେ ଗଠିତ । ଯାହର ଓଜନ ୧ ଟନ୍ ରୁ ବି ଅଧିକ। ଏବଂ ମନ୍ଦିର ଶିଖରରେ ଏତେ ବିଶାଳ ଢାଞ୍ଚାକୁ କିପରି ତିଆରି କରାଗଲା
ତାହା ମଧ୍ୟ ଲୋକମାନଙ୍କ ମନରେ ବିସ୍ମୟ ସୃଷ୍ଟିକରେ। ଦ୍ଵିତୀୟଟି ହେଉଛି ଏହାର ସ୍ଥାପତ୍ୟ।ଯେହେତୁ ଏହା ପ୍ରତ୍ୟେକ ଦିଗରୁ ସମାନ ଦେଖାଯାଏ। ସହରର ପ୍ରତ୍ୟେକ ଦିଗରୁ ଦେଖାଯିବା ସମୟରେ ଚକ୍ର ସମାନ ଭାବରେ ଦେଖାଯାଏ। ଯାହାକି କେବଳ ଜନସାଧାରଣ ନୁହେଁ ବରଂ ବିଶେଷଜ୍ଞ ମାନଙ୍କୁ ମଧ୍ୟ ବିସ୍ମୟ କରିଛି। ଯେତେବେଳେ ଗୋଟିଏ ଦିଗକୁ ପବନ ବହିଯାଏ, ଜଗନ୍ନାଥ ମନ୍ଦିର ଉପରେ ପତାକା ବିପରୀତ ଦିଗକୁ ଉଡିଯାଏ। ଆଜି ପର୍ଯ୍ୟନ୍ତ ଏହି ବିଚିତ୍ର ଘଟଣା ପଛରେ କୌଣସି ବୈଜ୍ଞାନିକ ବ୍ୟାଖ୍ୟା ମିଳିନାହିଁ। ପ୍ରଶିକ୍ଷିତ ପୁରୋହିତମାନେ ୨୦ ଫୁଟ ଚଉଡା ତ୍ରିକୋଣୀୟ ପତାକା ବଦଳାଇବା ପାଇଁ ପ୍ରତିଦିନ ମନ୍ଦିରର ଶିଖରକୁ ଚଢ଼ିଥନ୍ତି।
ଏହା କରିବା ଏକ ଦୁଃସାହସିକ ଓ କଷ୍ଟକର କାର୍ଯ୍ୟ। ପ୍ରତିଦିନ ସନ୍ଧ୍ୟା ୫ ରୁ ୬ ଟା ମଧ୍ୟରେ ଏହି ପତାକାକୁ ପରିବର୍ତନ କରାଯାଏ। ଯାହାକି ଚୁନରା ସେବକଙ୍କ କାର୍ଯ୍ୟ। ଯଦି ଏହି କାର୍ଯ୍ୟ ଗୋଟିଏ ଦିନ ବନ୍ଦ ହୋଇଯାଏ ତେବେ ମନ୍ଦିର ୧୮ ବର୍ଷ ପାଇଁ। ବନ୍ଦ ରହିଯିବ ବୋଲି ଲୋକ ବିଶ୍ବାସ ରହିଛି। ନବକଳେବର ସମୟରେ ଚତୁର୍ଦ୍ଧାମୂର୍ତ୍ତି ନିଜ ଘଟ ଛାଡନ୍ତି। ଚତୁର୍ଦ୍ଧା ମୂର୍ତ୍ତିକୁ କୋଇଲି ବୈକୁଣ୍ଠରେ ପୋତାଯାଏ। ପ୍ରତ୍ୟେକ ୮, ୧୨, କିମ୍ବା ୧୯ ବର୍ଷରେ ନବକଳେବର ହୋଇଥାଏ। ଦଇତାପତିଙ୍କୁ ସ୍ୱପ୍ନାଦେଶ ହୋଇଥିବା ନିର୍ଦ୍ଧିଷ୍ଟ ନିମ୍ବ ଗଛର କାଠରୁ ନୂଆ ମୂର୍ତ୍ତି ନିର୍ମାଣ କରାଯାଏ।
ସେନେଇ ଦଇତାପତି ମାନେ ନବକଳେବର ସମୟରେ କାକଟପୁର ନିକଟରେ ଥିବା ଦେଉଳି ମଠରେ ରାତ୍ରିଯାପନ କରିଥାନ୍ତି। ମା ମଙ୍ଗଳା ସ୍ୱପ୍ନାଦେଶ ହେବାପରେ ସେହି ନିମ୍ବ ଗଛକୁ ଠାବ କରାଯାଏ। ପ୍ରାୟ ୨୧ ଦିନ ମଧ୍ୟରେ ମହାରଣାମାନେ ଗୁପ୍ତରେ ଖୋଦିତ ନିର୍ମାଣ କାର୍ଯ୍ୟ ସମାପ୍ତ କରିଛନ୍ତି। ଅନ୍ତିମ ନବକଳେବର ୨୦୧୫ ରେ ହୋଇଥିଲା। ଖାଇବା ଖାଦ୍ୟକୁ ଫିଙ୍ଗିବା କେବଳ ନୈତିକତା ଦୃଷ୍ଟିରୁ ଭୁଲ୍ ନୁହେଁ, ବରଂ ହିନ୍ଦୁ ପୁରାଣରେ ମଧ୍ୟ ଏହା ର ତତ୍ତ୍ଵ ରହିଛି। ପ୍ରାୟ ୨ ହଜାର ରୁ ୨ ଲକ୍ଷ ଲୋକ ପ୍ରତିଦିନ ମନ୍ଦିର ପରିଦର୍ଶନ କରନ୍ତି।
ହେଲେ ପ୍ରତିଦିନ କେବେ ମନ୍ଦିରରେ ଖାଦ୍ୟ ବଳେ ନାହିଁ କିମ୍ବା ନିଅଣ୍ଟ ହୁଏ ନାହିଁ। ମନ୍ଦିର ବନ୍ଦ ହେବା ପୂର୍ବରୁ ହିଁ ସମସ୍ତ ମହାପ୍ରସାଦ ଶେଷ ହୋଇଥାଏ। ମହାପ୍ରସାଦ ରନ୍ଧା ଯିବାର ମଧ୍ୟ ଏକ ନିଆରା ବିସ୍ମୟକର ତତ୍ତ୍ଵ ରହିଁଛି। ମହାପ୍ରସାଦ କୁ ରନ୍ଧା ଯିବା ସମୟରେ ଗୋଟିଏ ଉପରେ ଆଉ ଏକ ପତ୍ରକୁ ଥାକ କରି ଚୁଲି ଉପରେ ବସାଯାଏ। ହେଲେ ଚମତ୍କାରିତା ର ବିଷୟ ଯେ ଶେଷ ପାତ୍ର ଅପେକ୍ଷା ଉପର ପାତ୍ରର ଖାଦ୍ୟ ଆଗ ରାନ୍ଧି ହୋଇଥାଏ ବା ପକ୍ବ ହୋଇଥାଏ ।