ସ୍କୁଲ ଏବଂ କଲେଜ ଛୁଟିକୁ ନେଇ ଆସିଲା ସରକାର କଲେ ବଡ଼ ଘୋଷଣା ,ଏହି ଦୁଇ ଦିନ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ Student ମାନେ ଶୀଘ୍ର ଦେଖନ୍ତୁ

ସ୍କୁଲ ଏବଂ କଲେଜ ଛୁଟିକୁ ନେଇ ଆସିଲା ବଡ଼ ଘୋଷଣା କାହିଁକି ସ୍କୁଲ ଛୁଟି ହେବ ଏବଂ କେତେ ଦିନ ପାଇଁ ଛୁଟି ହେବ ଏନେଇ ଯାହାବି କିଛି ନୂଆ ସୂଚନା ରହିଛି ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା | ଆସନ୍ତା ୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ର । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଥିବା ବେଳେ ଏବେ ଠାରୁ ହିଁ ଶ୍ରୀକ୍ଷେତ୍ର ଧାମ ଚଳଚଞ୍ଚଳ ହେବା ଆରମ୍ଭ ହୋଇଗଲାଣି ।

ତେବେ ଏହାରି ମଧ୍ଯରେ ରଥଯାତ୍ରାକୁ ନେଇ ୨ ଦିନ ଛୁଟି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି | ଚଳିତ ବର୍ଷର ରଥଯାତ୍ରା ବିରଳ ଅଟେ । ଏହି ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ଯ ଛୁଟି ରହିବ।

ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖକୁ ମଧ୍ଯ ଛୁଟି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି | ସୂଚନା ମୁତାବକ, ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଚଳିତ ବର୍ଷ ଦୁଇଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ଦୁଇଦିନ ଛୁଟି ଘୋଷଣା କରିଛନ୍ତି।

ସରକାରୀ ଛୁଟି ହେତୁ ଏଥୁରେ ସ୍କୁଲ ଓ କଲେଜ ମଧ୍ଯ ଅନ୍ତର୍ଭୁକ୍ତ ରହିଛି। ତେଣୁ ସ୍କୁଲ ଓ କଲେଜ ମଧ୍ଯ ଏହି ଦୁଇ ଦିନ ପାଇଁ ବନ୍ଦ ରହିବ ଅର୍ଥାତ ଜୁଲାଇ 7 ଏବଂ 8 ତାରିକ ରବିବାର ଏବଂ ସୋମବାର ରହୁଛି ଏହି ଦୁଇ ଦିନ ପାଇଁ ସ୍କୁଲ ଏବଂ କଲେଜ ଛୁଟି ରହିବ |

Leave a Reply

Your email address will not be published. Required fields are marked *