ଧନର ବର୍ଷା କରୁଥିବା ଫୁଲ କରନ୍ତୁ ଚମତ୍କାରୀ ଏହି ଉପାୟ ଏତେ ଧନ ଆସିବ ଯେ ହୋଇଯିବେ ମାଲାମାଲ

ଅପରାଜିତା ଶବ୍ଦର ଅର୍ଥ ହେଉଛି ଯେ ହାରି ନଥାଏ କିମ୍ବା ଯିଏ ଅପରାଜିତ ହୋଇ ନଥାଏ । ଅପରାଜିତ ଫୁଲର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ ଯାହାକି ମହାଦେବଙ୍କର ଅନ୍ୟନାମ ଅଟେ । ଅପରାଜିତା ମା’ ଦୁର୍ଗାଙ୍କର ମଧ୍ୟ ଏକ ନାମ ଅଟେ । ତେଣୁ ଏହା ସର୍ବପରେ ସତୀଙ୍କ ସୁଲଭ ପ୍ରତୀକ ଅଟେ । ଏହା ଅତ୍ୟନ୍ତ ଲାଭକାରୀ ଫୁଲ ଅଟେ । ଏହି ଗଛ ପ୍ରାୟ ସବୁ ସ୍ଥାନରେ ଉପଲବ୍ଧ ଥାଏ । ଅପରାଜିତା ଗଛର ଏକ ଉପାୟ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହେବା ସହିତ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଆଜିକାର ଲେଖାରେ ଆମେ ଅପରାଜିତା ଫୁଲ ଗଛର ଉପକାରିତା ବିଷୟରେ କହିବୁ । ତେବେ ଧ୍ୟାନ ଦେବେ ଯେ ଏହିସବୁ ଉପାୟ କରିବା ସମୟରେ ଯେପରି ଆପଣଙ୍କୁ କେହିବି ନଦେଖନ୍ତି । ଅପରାଜିତା ଫୁଲକୁ ସଂସ୍କୃତରେ ବିଷ୍ଣୁକାନ୍ତ କିମ୍ବା ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ । ଏହି ଫୁଲ ଗଣେଶ , କାର୍ତ୍ତିକ , ବିଷ୍ଣୁ , ଶନି , ହନୁମାନ , ଲକ୍ଷ୍ମୀ ନାରାୟଣ , ମହାଦେବ ଇତ୍ୟାଦିଙ୍କୁ ଅତି ପ୍ରିୟ ହୋଇଥାଏ । ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ପାଇଁ ଶନିବାର ଦିନ ରାତି ସମୟରେ ଏକ ଉପାୟ କରି ନିଅନ୍ତୁ ।

ଉପାୟ ଅନୁଯାୟୀ ଶନିବାର ଦିନ ରାତିରେ ଅପରାଜିତା ଫୁଲକୁ ମାଳା କରି ଘର ଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଏହାଦ୍ବାରା ଭୂତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ପ୍ରକାରର ନକରାତ୍ମକତା ମଧ୍ୟ ଦୂର ହୋଇଥାଏ । ଉନ୍ନତି ଏବଂ ଚାକିରୀ ପାଇଁ ପ୍ରତି ଶନିବାର ଦିନ ଅପରାଜିତା ଫୁଲକୁ ନେଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ । ସେହି ଫୁଲରୁ ଗୋଟିଏ ଆଣି ନିଜ ପାଖରେ କିମ୍ବା ପର୍ସରେ ରଖନ୍ତୁ । ଏହି ଉପାୟ ଦ୍ୱାରା ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ ଏବଂ ମନ ପସନ୍ଦର ଚାକିରୀ ମଧ୍ୟ ମିଳିଥାଏ

ବ୍ୟବସାୟ ଏବଂ ବ୍ୟାପାରରେ ଉନ୍ନତି ପାଇଁ ପ୍ରତ୍ୟେକ ସୋମବାର ଧଳା ବସ୍ତ୍ର ପରିଧାନ କରି ଅପରାଜିତାକୁ ଶିବଲିଙ୍ଗରେ ଚଢ଼ାଇବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ବନିଥାଏ । ବ୍ୟବସାୟରେ ଉନ୍ନତି ପାଇଁ ଏହି ଗଛ ମୂଳରେ ଧୂପ ଦୀପ କ୍ଷୀର ଦେଇ ଚେରକୁ ଆଣନ୍ତୁ । ତାହାକୁ ଏକ ଥଳି କିମ୍ବା କପଡ଼ାରେ ବାନ୍ଧି ବ୍ୟବସାୟ ଦ୍ୱାରରେ କିମ୍ବା କାନ୍ଥରେ ଟାଙ୍ଗି ଦିଅନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ବ୍ୟବସାୟରେ ଉନ୍ନତି ଦେଖି ପାରିବେ ।

Leave a Reply

Your email address will not be published. Required fields are marked *