ନମସ୍କାର ବନ୍ଧୁଗଣ ବିବାହିତ ନାରୀ ଏବଂ କୁଆଁରୀ ନାରୀ ମାନେ ରଜରେ ଏହି ଭୁଲ କରନ୍ତୁ ନାହିଁ ରଜ ସଂକ୍ରାନ୍ତି ଦିନ ଭୁଲ ରେ କରନ୍ତୁ ନାହିଁ ଏହି ସବୁ କାମ ଗ୍ରୀଷ୍ମ ଦିନର ଉତ୍ତାପ ସୂର୍ଯ୍ୟଙ୍କ ତାଣ୍ଡବ ବସୁମତୀ ମାତାଙ୍କ ତୃଷ୍ଣା ବଢ଼ାଇବା ପରେ ମିଥୁନ ସଂକ୍ରାନ୍ତି ଠାରୁ ବର୍ଷା ଋତୁର ଆରମ୍ଭ ହୋଇଥାଏ ଏହି ମିଥୁନ ସଂକ୍ରାନ୍ତିକୁ ରଜ ଆକାରରେ ପାଳନ କରା ଯାଇଥାଏ ପ୍ରଥମ୍ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନକୁ ଭୂମି ଦହନ ବା ବାସୀ ରଜ କୁହା ଯାଇଥାଏ ଏହି ତିନିଦିନ କୁ କୁମାରୀ ମାନେ ଆଗାମୀ ଭବିଷ୍ୟତର ବିବାହ କାମନା ପାଇଁ ପାଳନ କରୁଥିବା ବେଳେ ବିବାହିତ ନାରୀ ମାନେ ସନ୍ତାନ କାମନା ପାଇଁ ପାଲି ଥାଆନ୍ତି କିନ୍ତୁ କୁମାରୀ ମାନେ ଏବଂ ବିବାହିତ ନାରୀ ମାନେ ଏହି କେତୋଟି ଭୁଲ କରିବା ଦ୍ଵାରା ସେମାନଙ୍କ ମନସ୍କାମନା ନଷ୍ଟ କରିବା ସହିତ ଭବିଷ୍ୟତ ଅନ୍ଧକାର କରିଦିଏ ଏବଂ ଘର ପରିବାରର ସୁଖ ଶାନ୍ତି ନଷ୍ଟ କରିଦିଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ ଯାହା ରଜରେ କରିବା ଅନୁଚିତ୍ ।
ପୌରାଣିକ ପ୍ରଥା ଅନୁସାରେ ରଜର ଏହି ତିନିଦିନ ବସୁମତୀ ମାତା ନିଜର ମାସିକ ଧର୍ମ ପାଳନ କରନ୍ତି ଏବଂ ଚତୁର୍ଥ ଦିନ ବସୁମତୀ ସ୍ନାନ ବା ଭୁ ସ୍ନାନ ଭାବରେ ପାଳନ କରାଯାଏ ଏହି ରଜ ଶବ୍ଦଟି ରଜସ୍ୱଳ ଶବ୍ଦରୁ ଆସିଛି ରଜସ୍ଵଳ ଶବ୍ଦର ଅର୍ଥ ମହିଳା ମାନଙ୍କ ମାସିକ ଧର୍ମ ହୋଇଥାଏ ଏବଂ ରଜ ସମ୍ପୂର୍ଣ୍ଣ ମହିଳା ଏବଂ କୁଆଁରୀ ମାନଙ୍କୁ ଅର୍ପିତ କରା ଯାଉଥିବା ବେଳେ ଯେପରି ବସୁମତୀ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବର୍ଷାକୁ ଅପେକ୍ଷା କରି ବସିଥାଏ ସେହିପରି ରଜରେ କୁଆଁରୀ ମାନେ ନିଜର ଆଗାମୀ ଭବିଷ୍ୟତର ବିବାହ କାମନା କରି ସଜେଇ ହୋଇ ହାତରେ ମେହେନ୍ଦି ପାଦରେ ଅଳତା ଏବଂ ନୂଆ ବସ୍ତ୍ର ପିନ୍ଧି ସଜେଇ ହୋଇ ବସି ଥାଆନ୍ତି ଏବଂ ବିବାହିତ ନାରୀ ମାନେ ନିଜର ପୁତ୍ରର ସଜ କାମନା କରି ରଜ ପାଳନ କରିଥାଆନ୍ତି
ତେବେ ଜାଣନ୍ତୁ ଏହି ସବୁ ଭୁଲ କଣ ଯାହା ଆପଣ ରଜରେ କରିବା ଉଚିତ୍ ନୁହେଁ । ରଜ ସଂକ୍ରାନ୍ତି ପରି ଏହି ପ୍ରମୁଖ ସଂକ୍ରାନ୍ତିରେ ଝିଅ ମାନେ ଘରୁ ବାହାରି ସଜେଇ ହୋଇ ମନ୍ଦିର ଯିବା ଅନୁଚିତ୍ ଅଟେ ପ୍ରଥା ଏବଂ ଶାସ୍ତ୍ର ଅନୁସାରେ ବସୁଧା ମାତାଙ୍କର ମାସିକ ଧର୍ମ ପାଳନ କରୁଥିବା ମହିଳା ଏହି ରଜରେ କୁଆଁରୀ ମାନେ ତିନିଦିନ ଧରି ମନ୍ଦିରକୁ ଯିବା ଅନୁଚିତ ହୋଇଥାଏ । ମୁଖ୍ୟତଃ ମହିଳା ମାନେ ଅପିତ୍ର ହୋଇଥାଆନ୍ତି ତେଣୁ ଭୁଲରେ ରଜ ସଂକ୍ରାନ୍ତି ଦିନ ମହିଳା ମାନେ ମନ୍ଦିର ଯାଆନ୍ତୁ ନାହିଁ ।
ଦ୍ଵିତୀୟରେ ରଜ ତିନିଦିନ ମହିଳା ମାନେ ରନ୍ଧା ହୋଇଥିବା ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ ରଜ ସମସ୍ତ ନାରୀଙ୍କୁ ଅର୍ପଣ କରା ଯାଉଥିବା ବେଳେ କୌଣସି ପ୍ରକାର କାର୍ଯ୍ୟ କରିବା ମହିଳା ମାନଙ୍କୁ ବର୍ଜିତ କରାଯାଏ ଏବଂ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ବାରଣ କରାଯାଏ । ତେଣୁ ଏହି ତିନି ଦିନ ମହିଳା ମାନେ ପିଠା ପିଠି ଖାଇବା ସହିତ ଫଳ ମୂଳ ଖାଇବା ଉଚିତ ହୋଇଥାଏ ।
ତୃତୀୟରେ ଖାଲି ପାଦରେ ମହିଳା ମାନେ ବସୁମତୀ ଉପରେ ଚାଲିବା ବା ବସୁମତୀ ମାଆକୁ କୌଣସି କଷ୍ଟ ଦେବା ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ଅଶୁଭ ହୋଇଥାଏ ରଜର ତିନିଦିନ ମାସିକ ଧର୍ମ ପାଳନ କରୁଥିବା ବସୁଧା ମାତା ଅସୁସ୍ଥ ଏବଂ କଷ୍ଟରେ ଥିବା ବେଳେ ବସୁଧା ମା କୁ କଷ୍ଟ ଦେବା ଉଚିତ ନୁହେଁ ତେଣୁ ଭୁଲରେ ଆପଣ ଖାଲି ପାଦରେ ଚାଲନ୍ତୁ ନାହିଁ