7 ତାରିଖରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟ ଛାତ୍ର ଛାତ୍ରୀ ଏହି ପରି ଭାବରେ କରିପାରିବେ ନିଜର ଆଡମିସନ ,Student ମାନେ ଶୀଘ୍ର ଦେଖନ୍ତୁ

ଚଳିତ ବର୍ଷ ଦଶମ ପାସ ପରେ ଯେଉଁ ଛାତ୍ରଛାତ୍ରୀମାନେ +୨ ନାମଲେଖାଇବା ପାଇଁ ଚାହୁଁଛନ୍ତି ସେଇ ମାନଙ୍କ ପାଇଁ ଏଇ ଏବେ ଏବେ ଆସିଲା ବହୁତ ବଡ ଖୁସିଖବର | ତେବେ ଆସନ୍ତୁ ଜାଣିବା କଣ ସେହି ଖୁସିଖବର ବିଷୟରେ |

ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ ୨ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ନିମନ୍ତେ ଆସନ୍ତା ଜୁନ୍ ୭ ତାରିଖଠାରୁ ପ୍ରକ୍ରିୟା ଆରମ୍ଭ ହେବ। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମରେ ସାମ୍ନା ପୋର୍ଟାଲ www.samsodisha.gov.in ରେ ଆବେଦନ କରିପାରିବେ ।

ସୂଚନାଯୋଗ୍ୟ, ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ପାଇଁ ରାଜ୍ୟର ମୋଟ ୨,୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫,୨୫,୪୬୫ ସିଟ୍ ରହିଛି । ସେଥ୍ ମଧ୍ୟରୁ କଳାରେ ୨,୯୪,୮୪୦, ବିଜ୍ଞାନରେ ୧,୬୬,୯୨୯, ବାଣିଜ୍ୟରେ ୪୦,୧୦୪, ଧନ୍ଦାମୂଳକ ଶିକ୍ଷାରେ ୧୦,୫୦୪ ଏବଂ ସଂସ୍କୃତରେ ୧୩,୦୮୮ ସିଟ୍ ଉପଲବ୍ଧ ରହିଛି।

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଇ-ଆଡ୍‌ମିଶନ୍ ନିମନ୍ତେ ସବିଶେଷ ବିବରଣୀ www.samsodisha.gov.in ୱେବସାଇଟରେ ରହିଛି । ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍ ପରିଦର୍ଶନ କରିବାକୁ ଏବଂ ସଂଯୋଗ ହେଲସ୍‌ଲାଇନ୍ ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ରେ ଡାଏଲ୍ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *