ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପତ୍ତି ଏବଂ ପରିବାର ବିଷୟରେ କିଛି ଅକୁହା କଥା ଯାହା ଆପଣ ଆଗରୁ କେବେ ଜାଣିନଥିବେ

ନମସ୍କାର ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ଆମ ମାନଙ୍କ ପ୍ରିୟ ମୁନା ଭାଇ ଯାହାଙ୍କର ଗୋଟିଏ ହେଲେ ଫିଲ୍ମ ଆଜି ପର୍ଯ୍ୟନ୍ତ ଫ୍ଲପ ହୋଇ ନାହିଁ ଆଜି ଆସନ୍ତୁ ଜାଣିବା ସିଦ୍ଧାନ୍ତ ମହାପାତ୍ରଙ୍କ ଘର ,ପରିବାର ଏବଂ ତାଙ୍କ ପର୍ଶନାଲ ଲାଇଫ ବିଷୟରେ | ତାଙ୍କର ମୋଟ ସମ୍ପତ୍ତି କେତେ ବର୍ତ୍ତମାନ ସେ କେତେ କୋଟି ଟଙ୍କାର ମାଲାମାଲ ତାଙ୍କ ବିଷୟରେ ଏବଂ ତାଙ୍କ ପରିବାର ବିଷୟରେ କିଛି ଅଜଣା ସତ୍ୟ ଘଟଣା ସବୁ କିଛି ଆଜି ଆପଣମାନେ ଜାଣିବାକୁ ପାଇଯିବେ |ସିଦ୍ଧାନ୍ତ ମହାପାତ୍ର ୧୯୯୩ ମସିହାରେ ରଚନା ବାନାର୍ଜୀଙ୍କ ସହିତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।

ତାଙ୍କର ପ୍ରଥମ ଫିଲ୍ମର ନାମ ହେଉଛି ‘ଶ୍ରଦ୍ଧାଞ୍ଜଳି’, ଏହି ଫିଲ୍ମଟି ତାଙ୍କର ସୁପର ହିଟ ହୋଇଥିଲା ।ପ୍ରାୟତଃ ଅଧିକାଂଶ ଫିଲ୍ମରେ ସିଦ୍ଧାନ୍ତ ଓ ରଚନା ଏକା ସହ ନଜର ଆସିଛନ୍ତି । କାରଣ ଏହି ଦୁଇଜଣଙ୍କ ଯୋଡିକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରନ୍ତି । ସିଦ୍ଧାନ୍ତ ଓ ରଚନା ପାଖାପାଖି ୪୦ ରୁ ଅଧିକ ଓଡିଆ ଫିଲ୍ମରେ କାମ କରି ସାରିଛନ୍ତି ଏହି ଯୋଡ଼ି ଲବେ ଦଶକରେ ସବୁଠାରୁ ଲୋକପ୍ରିୟ ହାସଲ କରିଥିବା ଯୋଡ଼ି ଅଟେ ।

ହେଲେ ହଟାତ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା ୨୦୦୪ ମସିହାରେ ସିଦ୍ଧାନ୍ତ ଓ ରଚନା ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ । ଯେଉଁ କାରଣରୁ ରଚନା ସବୁଦିନ ପାଇଁ ଓଡ଼ିଶା ଛାଡ଼ି କୋଲକାତା ଚାଲି ଯାଇଥିଲେ ।ଏହାପରେ ସିଦ୍ଧାନ୍ତ ଓ ଅଭିନେତ୍ରୀ ମାମା ମିଶ୍ର ବିବାହ କରିଥିଲେ । ସିଦ୍ଧାନ୍ତ ଓ ମାମାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ସିଦ୍ଧାନ୍ତ ମହାପାତ୍ର ୨୦୦୯ ମସିହାରେ ରାଜନୀତିରେ ପାଦ ଦେଇଥିଲେ ଓ ସେ ଦୁଇଥର ଏମପି ପଦବୀରେ ନିଯୁକ୍ତି ମଧ୍ୟ ପାଇଛନ୍ତି

ଏହି ବର୍ଷ ମଧ୍ୟ 2024 ରେ ସିଦ୍ଧାନ୍ତ ବିଜେପିରେ ସାମିଲ ହୋଇଛନ୍ତି । ସିଦ୍ଧାନ୍ତ ମହାପାତ୍ର ନିଜ ଜୀବନରେ ୧୫୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସିଦ୍ଧାନ୍ତ ଗୋଟିଏ ଓଡ଼ିଆ ଫିଲ୍ମରେ କାମ କରିବା ପାଇଁ ୫ ରୁ ୧୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ଏହା ବ୍ଯତୀତ ସେ କୌଣସି ବ୍ରାଣ୍ଡ ର ପ୍ରମୋସନ କରିବା ପାଇଁ ଦେଢ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ।

ସିଦ୍ଧାନ୍ତ ମହାପାତ୍ରଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମ ପୁର ଠାରେ ତାଙ୍କର ଏକ ଆଲିଶାନ ଘର, ଗୋଟେ ଲକ୍ଜରି କାର ଏବଂ କିଛି ବାଇକ ମଧ୍ୟ ଅଛି । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ସିଦ୍ଧାନ୍ତଙ୍କ ମୋଟ ସମ୍ପତ୍ତି ହେଉଛି ୨୫ ରୁ ୩୦ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *